Ration Card Update: ଏହି ଲୋକଙ୍କୁ ମିଳିବନି ମାଗଣା ରାସନ, ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha2567297

Ration Card Update: ଏହି ଲୋକଙ୍କୁ ମିଳିବନି ମାଗଣା ରାସନ, ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

Ration Card Update: ଭାରତ ସରକାର ଦେଶର ନାଗରିକମାନଙ୍କୁ ମାଗଣା ରାସନ ଯୋଗାଉଛନ୍ତି । ଯାହାର ଲାଭ ପାଉଛନ୍ତି ରାସନ କାର୍ଡଧାରୀ । ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନେ ତୁରନ୍ତ କାର୍ଡକୁ ଇ- KYC କରାଇବା ଉଚିତ୍ । ନଚେତ୍ ରାସନରୁ ବଞ୍ଚିତ ହୋଇପାରନ୍ତି କିଛି ହିତାଧିକାରୀ ।

Ration Card Update: ଏହି ଲୋକଙ୍କୁ ମିଳିବନି ମାଗଣା ରାସନ, ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ

Ration Card Update: ଦେଶର ନାଗରିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାର ଲାଭ ଉଠାଉଛନ୍ତି ଦେଶରେ ଲକ୍ଷ ଲକ୍ଷ ଅଭାବୀ ଲୋକ । ସମସ୍ତ ଗରିବ ଲୋକଙ୍କ ପାଇଁ ସରକାର ରାସନ କାର୍ଡ ବ୍ୟବସ୍ଥା କରିଛନ୍ତି। ଏହି କାର୍ଡଗୁଡ଼ିକ ଶ୍ରେଣୀ ଅନୁଯାୟୀ ପ୍ରସ୍ତୁତ । ଏହା ସହିତ ଲୋକମାନେ ମାଗଣାରେ କିମ୍ବା କମ୍ ମୂଲ୍ୟରେ ରାସନ ପାଇପାରିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ରାସନ କାର୍ଡଗୁଡ଼ିକ ପାଇଁ ଇ- KYC କରିବା ଆବଶ୍ୟକ । ଯଦି ଆପଣ ଏପର୍ଯ୍ୟନ୍ତ ଇ- KYC କରିନାହାଁନ୍ତି, ତେବେ ଏହାକୁ ଶୀଘ୍ର କରନ୍ତୁ କାରଣ ସରକାର ଏହାର ତାରିଖ ବଢାଇ ଦେଇଛନ୍ତି ।

ଇ- KYC କେବେ କରିବେ?
ରାସନ କାର୍ଡଧାରୀମାନଙ୍କୁ ସରକାରଙ୍କ ତରଫରୁ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରାଯାଇଥାଏ । କିନ୍ତୁ ସରକାର ଏଥିପାଇଁ କିଛି ନିୟମ କରିଛନ୍ତି । ଯାହାକୁ ଅନୁସରଣ କରିବା ହିତାଧିକାରୀଙ୍କ ପାଇଁ ଆବଶ୍ୟକ । ଏହାକୁ ପାଳନ ନକଲେ ହିତାଧିକାରୀ ରାସନ ସାମଗ୍ରୀରୁ ବଞ୍ଚିତ ହୋଇପାରନ୍ତି । ରାସନ କାର୍ଡ ଧାରକମାନଙ୍କ ପାଇଁ KYC କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ KYC ସମାପ୍ତ ନକରନ୍ତି ତେବେ ଆପଣଙ୍କର ରାସନ କାର୍ଡ ବାତିଲ ହୋଇଯାଇପାରେ । ଅର୍ଥାତ୍ ଆପଣ ସରକାରୀ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ ନାହିଁ । ଇ-KYC ପ୍ରକ୍ରିୟା ଗତ କିଛି ମାସ ଧରି ଚାଲିଆସୁଛି । ଏହାର ଶେଷ ତାରିଖ ପ୍ରଥମେ 31 ଡିସେମ୍ବର ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା ବର୍ତ୍ତମାନ ସରକାର ଏହି ତାରିଖକୁ ଫେବୃଆରୀ 2025 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଇ- KYC କିପରି କରିବେ
ରାସନ କାର୍ଡର E-KYC ଆପଣ ଦୁଇଟି ଉପାୟରେ କରିପାରିବେ । ପ୍ରଥମତଃ ଆପଣ ନିଜ ରାସନ ଡିଲରଙ୍କ ନିକଟକୁ ଯାଇ KYC କରି ପାରିବେ । ଏହି ସମୟ ମଧ୍ୟରେ, KYC ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ୍ ରାସନ୍ କାର୍ଡ ସହିତ ଦେବାକୁ ପଡିବ । ଯେଉଁଥିରେ ରାସନ କାର୍ଡ, ପରିବାର ସଦସ୍ୟଙ୍କ ଆଧାର କାର୍ଡ, ମୋବାଇଲ୍ ନମ୍ବର, ପରିଚୟ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେବାକୁ ପଡିବ । ଏହା ବ୍ୟତୀତ ଅନ୍ୟ ପଦ୍ଧତି ହେଉଛି ରାସନ କାର୍ଡ ପୋର୍ଟାଲ 2.0 । ଯାହାକୁ ଆପଣ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଏହାକୁ ଖୋଲି ଆପଣଙ୍କର ମୋବାଇଲ୍ ନମ୍ବର ଏବଂ କ୍ୟାପଚା ପ୍ରଦାନ କରିବା ପରେ ଆପଣଙ୍କ ନମ୍ୱରକୁ ଏକ OTP ଆସିବ । OTP ଦାଖଲ କରିବା ପରେ ଆପଣ ଇ KYC କରିପାରିବେ ।

 

ଆସନ୍ତୁ ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରାସନ କାର୍ଡ ପୋର୍ଟାଲ 2.0 ମାଧ୍ୟମରେ, ଆପଣ ରାସନ କାର୍ଡ ବିନା ମଧ୍ୟ ରାସନ ପାଇପାରିବେ । ଏଥିପାଇଁ ଏହି ଆପ୍ ଆପଣଙ୍କ ଫୋନରେ ରହିବାଉଚିତ୍ । ଏଥିରେ ପଞ୍ଜୀକରଣ କରି, ଆଣ ଏହାକୁ ଆପଣଙ୍କ ରାସନ ଡିଲରଙ୍କୁ ଦେଖାଇ ରାସନ ନେଇପାରିବେ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

Also Read- Top 10 News: ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଖବର ସହ ଅନ୍ୟାନ୍ୟ ଅପଡେଟ୍

Also Read- ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଟେକ୍ସଟାଇଲ୍ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ