IND vs AUS: ବ୍ରିସବେନ୍ ଟେଷ୍ଟରେ ହାଜଲେଉଡ୍ ଆହତ ହୋଇଥିଲେ ଯେଉଁ କାରଣରୁ ସେ ଏହି ଟେଷ୍ଟର ଶେଷ ଦୁଇ ଦିନରେ ମଧ୍ୟ ପଡ଼ିଆରେ ନଜର ଆସିନଥିଲେ। ସିରିଜର ଶେଷ ଦୁଇଟି ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ମଧ୍ୟ ସିନ୍ ଆବଟ୍ଟ, ଝାଇ ରିଚାର୍ଡସନ ଏବଂ ବ୍ୟୁ ଓ୍ବେଷ୍ଟର୍ଙ୍କୁ ଦଳରେ ସାମିଲ କରିଛି।
Trending Photos
Australia Squad for India 4th and 5th Test Match: ମେଲବୋର୍ଣ୍ଣ ଏବଂ ସିଡନୀରେ ହେବାକୁ ଥିବା ଭାରତ ବିପକ୍ଷ ଚତୁର୍ଥ ତଥା ପଞ୍ଚମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ନିଜ ଦଳରେ ଅନେକ ପରିବର୍ତ୍ତନ କରିଛି। ଏଥିମଧ୍ୟରେ ଓପନର୍ ନାଥାନ୍ ମ୍ୟାକସ୍ୱେନିଙ୍କ ନାମ ଅନ୍ତର୍ଭୁକ୍ତ। ଯିଏ ପ୍ରଥମ ତିନୋଟି ଟେଷ୍ଟ ମ୍ୟାଚରେ ବିଫଳ ହୋଇଥିଲେ। ଅବସର ପରେ ଡେଭିଡ ୱାର୍ନରଙ୍କ ସ୍ଥାନରେ ମ୍ୟାକସ୍ୱେନି ଦଳରେ ସାମିଲ କରାଯାଇଥିଲା। ତେବେ ସେ ବର୍ତ୍ତମାନ ଦଳରୁ ବାଦ ପଡିଛନ୍ତି ଏବଂ ତାଙ୍କ ସ୍ଥାନରେ କ୍ରିକେଟ୍ ଅଷ୍ଟ୍ରେଲିଆ ୧୯ ବର୍ଷୀୟ ସାମ କନଷ୍ଟାଷ୍ଟଙ୍କୁ ଦଳରେ ସାମିଲ କରିଛି।
ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ତିନି ନୂଆ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ଯେଉଁଥିରେ ଜଣେ ୧୯ ବର୍ଷୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଛନ୍ତି, ଯିଏକି ନିଜ ଟେଷ୍ଟ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖେଳାଳିଙ୍କ ନାମ ସାମ୍ କନଷ୍ଟାସ୍ । ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ସହିତ ଏହି ଖେଳାଳି ବହୁତ ପ୍ରଭାବିତ କରିଛନ୍ତି। ଏହା ବ୍ୟତୀତ ଝାଇ ରିଚାର୍ଡସନ ଏବଂ ସିନ୍ ଆବଟ୍ଟଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।
ଝାଇ ରିଚାର୍ଡସନ ପ୍ରାୟ ୨ବର୍ଷ ପରେ ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି। ସେ ୨୦୨୧-୨୨ ବର୍ଷରେ ଆଶେସ୍ ସିରିଜରେ ଶେଷ ଥର ପାଇଁ ନଜର ଆସିଥିଲେ। ଏହା ବ୍ୟତୀତ ବ୍ୟୁ ଓ୍ବେଷ୍ଟର୍ ପୁନର୍ବାର ଦଳରେ ସାମିଲ ହୋଇଛନ୍ତି। ଏହା ପୂର୍ରୁବ ଏହି ଖେଳାଳିଙ୍କୁ ଆଡିଲେଡ୍ ଟେଷ୍ଟ ପାଇଁ ଦଳରେ ସାମିଲ ମଧ୍ୟ କରାଯାଇଥିଲା।
ସିରିଜର ପ୍ରଥମ ତିନୋଟି ମ୍ୟାଚ୍ରେ ଉସମାନ ଖ୍ୱାଜାଙ୍କ ସହ ନାଥନ୍ ମ୍ୟାକସ୍ୱେନି ଓପନିଂ କରୁଥିବାର ନଜର ଆସିଥିଲେ। କିନ୍ତୁ ଅଦ୍ୟାବଧି ପୁରା ସିରିଜରେ ଏହି ଖେଳାଳିଙ୍କ ପ୍ରଦର୍ଶନ ବିଶେଷ କିଛି ନଥିଲା । ଯେଉଁ କାରଣରୁ ବର୍ତ୍ତମାନ ନାଥାନ୍ ମ୍ୟାକସ୍ୱେନିଙ୍କୁ ଦଳରୁ ବାଦ ଦିଆଯାଇଛି। ଅନ୍ୟପକ୍ଷରେ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍ ଗାବା ଟେଷ୍ଟ ସମୟରେ ଆହତ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ଗାବା ଟେଷ୍ଟ ମଝିରେ ହସ୍ପିଟାଲକୁ ଯିବାକୁ ପଡିଥିଲା। ବର୍ତ୍ତମାନ ହାଜଲେଉଡ୍ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ମଧ୍ୟରୁ ଦଳରୁ ବାଦ ପଡିବାକୁ ଯାଉଛନ୍ତି।
ଶେଷ ଦୁଇଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ
ଉସମାନ ଖ୍ୱାଜା, ସାମ୍ କନଷ୍ଟାଣ୍ଟ, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କେରୀ, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ସିନ୍ ଆବଟ୍ଟ, ଝାଇ ରିଚାର୍ଡସନ, ବ୍ୟୁ ୱେବଷ୍ଟର, ସ୍କଟ ବୋଲାଣ୍ଡ, ଜୋଶ ହାଜଲେଉଡ୍।