Vice President Election 2022: କାହାକୁ ମିଳିବ କାହା ସମର୍ଥନ? କିଏ ପାଇବ କେତେ ଭୋଟ?
Advertisement
Article Detail0/zeeodisha/odisha1291134

Vice President Election 2022: କାହାକୁ ମିଳିବ କାହା ସମର୍ଥନ? କିଏ ପାଇବ କେତେ ଭୋଟ?

Vice President Election 2022: ଗତ ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପରେ ବର୍ତ୍ତମାନ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନ ଭାରତୀୟ ରାଜନୀତିରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।

Vice President Election 2022: କାହାକୁ ମିଳିବ କାହା ସମର୍ଥନ? କିଏ ପାଇବ କେତେ ଭୋଟ?

Vice President Election 2022: ଦେଶର ୧୪ ତମ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ୨୦୨୨ ଅଗଷ୍ଟ ୬ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି ମତଦାନ। ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ  ବିରୋଧି ପ୍ରାର୍ଥୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ମୁକାବିଲା ହେଉଛି। ଗତ ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ଭାରତୀୟ ରାଜନୀତିରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ଉପରାଷ୍ଟ୍ରପତି ନିର୍ବାଚନରେ (Vice President Election 2022) ସଂସଦର ଉଭୟ ଗୃହର ନିର୍ବାଚିତ ଏବଂ ମନୋନୀତ ସାଂସଦ ମତଦାନ କରିଥାନ୍ତ। ଏହି ନିର୍ବାଚନରେ ଲୋକସଭାର ୫୪୩ ଏବଂ ରାଜ୍ୟସଭାର ୨୪୩ ଜଣ ସାଂସଦ ମତଦାନ କରିବେ। ସେମାନଙ୍କ ମଧ୍ୟରେ ରାଜ୍ୟସଭାର ୧୨ ଜଣ ମନୋନୀତ ସାଂସଦ ଅଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତପତ୍ର (Ballot Paper) ମାଧ୍ୟମରେ ମତଦାନ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ମତଦାତା ଅର୍ଥାତ ସାଂସଦଙ୍କୁ (Indian Parliamentarian) ସେମାନଙ୍କ ପସନ୍ଦ ଆଧାରରେ ପ୍ରାଥମିକତା ଭିତ୍ତିରେ ପ୍ରାର୍ଥୀ ଚୟନ କରିବାକୁ ହୋଇଥାଏ। 

ରାଷ୍ଟ୍ରପତି ନିର୍ବାଚନ (President Election 2022) ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ (NDA Candidate Jagdeep Dhankhar) ବିଜୟ ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। କେବଳ ବିଜେପି (BJP) ନିଜ ଦମ ବଳରେ ଏନଡିଏ ପ୍ରାର୍ଥୀଙ୍କୁ ​ଜିତାଇବାସ୍ଥିତିରେ ରହିଛି। ଦଳର ଲୋକସଭାରେ (Lok Sabha) ୩୦୩ ଏବଂ ରାଜ୍ୟସଭାରେ (Rajya Sabha) ୯୧ ଜଣ ସଦସ୍ୟ ଅଛନ୍ତି। ମତଦାନ ପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ସଂସଦର ଲାଇବ୍ରେରୀ ବିଲଡିଂ (Parliament Library Building) ଠାରେ ଏନଡିଏ ସାଂସଦଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ସଭାପତି ଜେପି ନଡା (BJP President JP Nadda), ଗୃହମନ୍ତ୍ରୀ ଅମିତ ଶାହଙ୍କ (Union Minister Amit Shah) ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନରେ ​​ଅବୈଧ ମତଦାନକୁ (Invalid Voting) ରୋକିବା ଉପରେ ଅଭ୍ୟାସ କରାଯାଇଥିଲା।

Also Read: President Election 2022: ଯଶବନ୍ତ ସିହ୍ନାଙ୍କ ବିରୋଧରେ ଦ୍ରୌପଦୀ ମୁର୍ମୁଙ୍କ ବାହୁବଳୀ ବିଜୟ

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ (Draupadi Murmu) ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିବା ପଛରେ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳଛି। ଏନଡ଼ିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ରାଜସ୍ଥାନର ଜାଟ ସମ୍ପ୍ରଦାୟର କୃଷକ (Rajasthan Jat Farmer Family) ପରିବାରରୁ ଆସିଛନ୍ତି। ମୋଦୀ ସରକାରଙ୍କ (Modi Govt) ଦ୍ୱାରା ପ୍ରଣୟନ କରାଯାଇଥିବା କୃଷି ଆଇନ ବିରୋଧରେ (Farm Law 2020) ହୋଇଥିବା କୃଷକ ଆନ୍ଦୋଳନରେ (Farmer Protest) ଜାଟ ସମ୍ପ୍ରଦାୟର କୃଷକ ବହୁ ସଂଖ୍ୟାରେ ଜଡିତ ହୋଇଥିଲେ।

ଦେଶର ଉତ୍ତର ଭାଗରେ ଅବସ୍ଥିତ ରାଜସ୍ଥାନ (Rajasthan), ପଞ୍ଜାବ (Punjab), ହରିୟାଣା (Haryana) ଏବଂ ଉତ୍ତର ପ୍ରଦେଶ (Uttar Pradesh) ଭଳି ରାଜ୍ୟରେ ଜାଟ ଭୋଟର ଏବଂ କୃଷକଙ୍କ ଆଖିଦୃଶିଆ ସଂଖ୍ୟା ରହିଛି। ଏହି ରାଜ୍ୟରେ ଅବସ୍ଥିତ ଅନେକ ନିର୍ବାଚନମଣ୍ଡଳୀରେ ଜାଟ ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଜଗଦୀର ଧନଖଡଙ୍କୁ ପ୍ରାର୍ଥୀ ଘୋଷଣା କରିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ତାଙ୍କୁ କୃଷକ ପୁଅ ବୋଲି ମଧ୍ୟ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି ନିର୍ବାଚନ ଭଳି ଏହି ନିର୍ବାଚନରେ ​​ବିରୋଧି ଏକତାରେ ପୁଣି ଥରେ ଫାଟ ସୃଷ୍ଟି ହୋଇଛି। 

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଅନୁଷ୍ଠିତ ମତଦାନ ପ୍ରକ୍ରିୟାରୁ ପଶ୍ଚିମବଙ୍ଗରେ କ୍ଷମତାସୀନ ରହିଥିବା ଟିଏମସି ନିଜକୁ ଦୂରେଇ ରହିଛି। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ୱାଏସଆରସିପି (YSRCP), ବିଏସପି (BSP),  ଟିଡି଼ପି (TDP), ବିଜେଡି (BJD), ଏଆଇଏଡିଏମକେ (AIADMK), ଶିବସେନା (ShivSena) ଆଦି ଦଳ ଇତ୍ୟାଦି ସମର୍ଥନ ମିଳିଛି। ନିର୍ବାଚନ ମଣ୍ଡଳ (Electoral College) ହିସାବ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନରେ ଦୁଇ-ତୃତୀୟାଂଶ ଭୋଟ୍ ଧନଖଡ଼ଙ୍କ ସପକ୍ଷରେ ରହିଛି। ଏଭଳି ପରିସ୍ଥିତିରେ ସଂଖ୍ୟାବଳ ଦୃଷ୍ଟିରୁ ଏନଡ଼ିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ମନେହୁଏ। ତାଙ୍କୁ ପାଖାପାଖି ୫୧୫ ଭୋଟ ମିଳିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ବିରୋଧି ପ୍ରାର୍ଥୀ ମାର୍ଗାରେଟ ଅଲଭାଙ୍କୁ (Margaret Alva) ୨୦୦ ଭୋଟ୍ ମିଳିବା ନେଇ ଆକଳନ କରାଯାଉଛି। ତାଙ୍କୁ ଆପ୍ (AAP), ଜେଏମଏମ (JMM), ଏନସିପି (NCP), କଂଗ୍ରେସ (Congress),ସମାଜବାଦୀ ପାର୍ଟି (Samajwadi Party), ଆରଜେଡି (RJD), ବାମଦଳ (Left Party), ଏଆଇଆଇଏମ (AIMIM) ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।  

Also Read: President Election in India: ଦେଶରେ ପ୍ରତି ୫ ବର୍ଷରେ କାହିଁକି ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ?

ଉପରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସାମ୍ନାରେ ବିରୋଧିଙ୍କ ଶକ୍ତି ପ୍ରାୟ ଶେଷ ହୋଇଛି। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା କରାଯାଉଛି ଯେ ଯଦି ନିକଟରେ ଅନୁଷ୍ଠିତ ଦେଶର ରାଷ୍ଟ୍ରପତି ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନ ବିଜୟର ପଥ ହୋଇଥାନ୍ତା ତାହେଲେ ଉପରାଷ୍ଟ୍ରପତି ନିର୍ବାଚନ ଏହାର ମୋହର ହେବ?