ଉତ୍ତରାଖଣ୍ଡ କଂଗ୍ରେସରେ ପରିବର୍ତ୍ତନ ପରେ ବିଦ୍ରୋହ, ଦଳ ଛାଡ଼ିବେ ୧୦ ବିଧାୟକ!
Advertisement

ଉତ୍ତରାଖଣ୍ଡ କଂଗ୍ରେସରେ ପରିବର୍ତ୍ତନ ପରେ ବିଦ୍ରୋହ, ଦଳ ଛାଡ଼ିବେ ୧୦ ବିଧାୟକ!

Uttarakhand Congress Crisis: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Uttarakhand Assembly Election 2022) ରେ ପରାଜୟ ପରେ କଂଗ୍ରେସ (Congress) ଦଳୀୟ ସଂଗଠନରେ ପରିବର୍ତ୍ତନ କରିଛି । କିନ୍ତୁ ସଂଗଠନରେ ପରିବର୍ତ୍ତନ ପରେ ଦଳରେ ଝଡ଼ ସୃଷ୍ଟି ହୋଇଛି । ନୂତନ ପ୍ରଦେଶ ଅଧ୍ୟକ୍ଷ, ବିରୋଧୀ ଦଳର ନେତା ତଥା ବିରୋଧୀଦଳ ଉପ ନେତାଙ୍କ ନାମ ସାମ୍ନାକୁ ଆସ

ଉତ୍ତରାଖଣ୍ଡ କଂଗ୍ରେସରେ ପରିବର୍ତ୍ତନ ପରେ ବିଦ୍ରୋହ, ଦଳ ଛାଡ଼ିବେ ୧୦ ବିଧାୟକ!

ନୂଆଦିଲ୍ଲୀ: Uttarakhand Congress Crisis: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Uttarakhand Assembly Election 2022) ରେ ପରାଜୟ ପରେ କଂଗ୍ରେସ (Congress) ଦଳୀୟ ସଂଗଠନରେ ପରିବର୍ତ୍ତନ କରିଛି । କିନ୍ତୁ ସଂଗଠନରେ ପରିବର୍ତ୍ତନ ପରେ ଦଳରେ ଝଡ଼ ସୃଷ୍ଟି ହୋଇଛି । ନୂତନ ପ୍ରଦେଶ ଅଧ୍ୟକ୍ଷ, ବିରୋଧୀ ଦଳର ନେତା ତଥା ବିରୋଧୀଦଳ ଉପ ନେତାଙ୍କ ନାମ ସାମ୍ନାକୁ ଆସିବା ପରେ ଦଳରେ ଗୋଷ୍ଠୀ କନ୍ଦଳ  ଆରମ୍ଭ ହୋଇସାରିଛି । ସୂତ୍ରରୁ ପ୍ରକାଶ ଯେ ଅନେକ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । କେବଳ ଏତିକି ନୁହେଁ, ପ୍ରାୟ ୧୦ ଜଣ କଂଗ୍ରେସ ବିଧାୟକ (Congress MLA) ଖୁବ୍ ଶୀଘ୍ର ବୈଠକ ପରେ ଦଳ ଛାଡିବାକୁ ଚିନ୍ତା କରିପାରନ୍ତି । ଏଥିରେ ଅନେକ ବିଧାୟକଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି ।

ସୂତ୍ରରୁ ମିଳିଥିବି ସୂଚନାନୁସାରେ, ଅସନ୍ତୁଷ୍ଟ ବିଧାୟକଙ୍କ ମଧ୍ୟରେ ହରିଶ ଧାମି  (Harish Dhami) ଙ୍କ ସମେତ ଅନେକ ନାମ ଚର୍ଚ୍ଚାରେ ଅଛନ୍ତି । ଦଳର କାର୍ଯ୍ୟକଳାପକୁ ନେଇ ନେଇ ହରିଶ ଧାମି, ମନୋଜ ତିୱାରୀ, ମଦନ ବିଷ୍ଟ, ମୟୁଖ ମହର, ଖୁଶାଲ ସିଂ, ମମତା ରାକେଶ, ବିକ୍ରମ ନେଗି, ରାଜେନ୍ଦ୍ର ଭଣ୍ଡାରୀଙ୍କ ସମେତ ଅନ୍ୟ କେତେକ ନେତା ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଛି । ମନେ କରାଯାଉଛି ଯେ ଖୁବ୍ ଶୀଘ୍ର ଏହି ବିଧାୟକମାନେ ଏକ ଗୁପ୍ତ ବୈଠକ କରି ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ଏହା ବି ପଢ଼ନ୍ତୁ:-ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ କରିବେ ମୋଦି ସରକାର, ତାଲିକାରୁ ହଟିବ ଏସବୁ ଲୋକଙ୍କ ନାମ

ଏହା ବି ପଢ଼ନ୍ତୁ:-ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ଦେଲା ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ବଢ଼ିଲା ଟେନସନ୍! ୟୁକ୍ରେନ ପହଞ୍ଚିଲେ ପୋଲାଣ୍ଡ ସମେତ ଏସବୁ ଦେଶର ରାଷ୍ଟ୍ରପତି

 

ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଦଳର ହାଇକମାଣ୍ଡ (Congress High Command) ଙ୍କ ନିଷ୍ପତ୍ତିକୁ ନେଇ ନେତାମାନେ ଅସନ୍ତୋଷ ଅଛନ୍ତି । ସଂଗଠନର ପରିବର୍ତ୍ତନକୁ ନେଇ ଅନେକ ନେତା ବିଦ୍ରୋହୀ ହୋଇଛନ୍ତି । ଏହି ସମୟରେ କିଛି ନେତା କହିଛନ୍ତି ଯେ, ହାଇକମାଣ୍ଡ ସଂଗଠନରେ ଏଭଳି ପରିବର୍ତ୍ତନ କରିବାର ନିଷ୍ପତ୍ତି ନେବାରୁ କାର୍ଯ୍ୟକର୍ତ୍ତାମାନେ ଅସନ୍ତୁଷ୍ଟ ଅଛନ୍ତି । ଦଳର ହାଇକମାଣ୍ଡ କରଣ ମହାରାଙ୍କୁ କଂଗ୍ରେସ ଦଳର ରାଜ୍ୟ ସଭାପତି, ଯଶପାଲ ଆର୍ଯ୍ୟଙ୍କୁ ବିରୋଧୀ ଦଳର ନେତା ଏବଂ ଭୁବନଚାନ୍ଦ କାପଡ଼ିଙ୍କୁ ବିରୋଧୀ ଦଳର ଉପ ନେତା ଭାବରେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ତିନିଜଣ ନେତା କୁମାଓନରୁ ଆସନ୍ତି, ତେଣୁ ଗରୱାଲରୁ କଂଗ୍ରେସର ଏକ ବଡ଼ ଗୋଷ୍ଠୀ ଅସନ୍ତୁଷ୍ଟ ଅଛି । ଏଠାରେ କହି ରଖୁଛୁ ଯେ ନିକଟ ଅତୀତରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ​​୭୦ଟି ଆସନ ମଧ୍ୟରୁ ବିଜେପି ୪୭ଟି ଜିତିଛି । ଅନ୍ୟପକ୍ଷରେ କଂଗ୍ରେସ ୧୯ଟି ଆସନ ଜିତିଥିଲା ।