Uttar Pradesh Politics: ପୁଣି ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇଲେ ଅସାଦୁଦ୍ଦିନ ଓୱେସୀ
Advertisement

Uttar Pradesh Politics: ପୁଣି ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇଲେ ଅସାଦୁଦ୍ଦିନ ଓୱେସୀ

AIMIM in UP Municipal Election: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତି ଶୌକତ ଅଲୀ ଖାନ କହିଛନ୍ତି କହିଛନ୍ତି ଯେ ଦଳୀୟ ନେତାଙ୍କ ଅକ୍ଷମତା ଲାଗି ଆମେ ବିଧାନସଭା ନିର୍ବାଚନରେ ​​ହାରିଛୁ। 

Uttar Pradesh Politics: ପୁଣି ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇଲେ ଅସାଦୁଦ୍ଦିନ ଓୱେସୀ

UP Municipal Election: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପରେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ପୌରସଂସ୍ଥା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ। ଏନେଇ ଏଆଇଏମଆଇଏମ ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତି ଶୌକତ ଅଲୀ ଖାନ କହିଛନ୍ତି ଯେ ହାଇଦ୍ରାବାଦ ଠାରେ ଦଳର ଅଧ୍ୟକ୍ଷଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଆମକୁ ଯାହା କିଛି ନିର୍ଦ୍ଦେଶ ଦିଆଯାଇଛି ତାହାକୁ ଅନୁସରଣ କରାଯାଇ କାର୍ଯ୍ୟକାରୀ କରାଯିବ। ଖୁବ୍ ଶୀଘ୍ର ଆମେ ଉତ୍ତରପ୍ରଦେଶର ଅଧ୍ୟକ୍ଷ, ପଞ୍ଚାୟତ ରାଜ ଏବଂ ଅନ୍ୟ ପଦ ଲାଗି ପ୍ରାର୍ଥୀ ଘୋଷଣା କରିବୁ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ଦଳର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତି (UP AIMIM Unit President) ଶୌକତ ଅଲୀ ଖାନ (Shaukat Ali Khan) କହିଛନ୍ତି କହିଛନ୍ତି ଯେ ଦଳୀୟ ନେତାଙ୍କ ଅକ୍ଷମତା ଲାଗି ଆମେ ବିଧାନସଭା ନିର୍ବାଚନରେ ​​ହାରିଛୁ। ଗୋଟିଏ ସମୟ ଥିଲା ଯେତେବେଳେ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅମାନତ ହରାଉଥିଲେ। ହେଲେ ବର୍ତ୍ତମାନ ବିଜେପି ଦେଶର ରାଜନୀତିରେ କେଉଁଠି ପହଞ୍ଚିଛି। ଆମର କିଛି ଦୁର୍ବଳତା ରହିଛି। ଆମ ଦଳକୁ ମଜବୁତ କରିବା ଲାଗି କିଛି ସମୟ ଲାଗିବ। ଦଳୀୟ ନେତା ବିଧାନସଭା ନିର୍ବାଚନରେ ସଚ୍ଚୋଟତାର ସହ କାମ କରିନାହାଁନ୍ତି। ଏଥର ଆମେ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବୁ।

Also Read: MP Urban Body Election 2022: ବାଜି ମାରିନେଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମୁକାବିଲା କେବଳ ଶାସକ ବିଜେପି (BJP) ଏବଂ ବିରୋଧି ସମାଜବାଦୀ ପାର୍ଟି (Samajwadi Party) ମଧ୍ୟରେ ହୋଇନଥିଲା ବରଂ ଏଆଇଏମଆଇଏମ ମଧ୍ୟ ଏକ କାରଣ ଥିଲା। ସମାଜବାଦୀ ପାର୍ଟି ହେଉଛି ମୁସଲିମ ବିରୋଧି (Anti Muslim)। ଉତ୍ତରପ୍ରଦେଶ (Uttar Pradesh) ଏବଂ ବିହାର (Bihar) ଭଳି ରାଜ୍ୟରେ ମୁସଲମାନ (Muslim Community) ଏଭଳି ଦଳ କାରଣରୁ ପଛେଇ ଯାଇଛନ୍ତି। 

Also Read: MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

ସମାଜବାଦୀ ପାର୍ଟି, ଏଆଇଏମଆଇଏମ ବିରୋଧି ନୁହେଁ। ହେଲେ ସେମାନେ ମୁସଲମାନଙ୍କ ବିରୋଧରେ ଅଛନ୍ତି। ଯଦି ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟର ମୁସଲିମ ସମ୍ପ୍ରଦାୟ ପଛୁଆ ଅବସ୍ଥାରେ ରହିଛି ତାହେଲେ ଏଥିପାଇଁ କେବଳ ସମାଜବାଦୀ ପାର୍ଟି ଦାୟୀ। ଏଆଇଏମଆଇଏମ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ​ହାରିଥାଇପାରେ ହେଲେ ଆମର ଆତ୍ମା ​​ହଜିଯାଇ ନାହିଁ। ଆମେ ଅତୀତରେ ସମ୍ପୂର୍ଣ୍ଣ ତାକତର ସହିତ ସଂଗ୍ରାମ କରିଛୁ ଏବଂ ଭବିଷ୍ୟତରେ ମଧ୍ୟ ସମ୍ପୂର୍ଣ୍ଣ ତାକତର ସହ ଲଢିବୁ। ଗତଥର ଅପେକ୍ଷା ଏଥର ଅଧିକ ଆସନ ହତେଇବୁ। ଆମେ ଗାଜିଆବାଦ ଠାରୁ ଆରମ୍ଭ ଗାଜିପୁର (Ghaziabad to Ghazipur) ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନିର୍ବାଚନ ଲଢିବୁ।

Also Read: MP Urban Body Election 2022: କିଏ ମାରିଲା ବାଜି? କାହାର ହେଲା ହାର?

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟର ପ୍ରାୟ ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଖାତା ଖୋଲିପାରି ନଥିଲା। ଏପରିକି ରାଜ୍ୟର ଯେଉଁ ବିଧାନସଭା ଆସନରେ ଏଆଇଏମଆଇଏମ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ତାହା ମଧ୍ୟରୁ ଅଧିକାଂଶ ଆସନରେ ସେମାନେ ନିଜର ଅମାନତ ମଧ୍ୟ ରକ୍ଷା କରି ପାରିନଥିଲେ।