ନୀତିଶ କ୍ୟାବିନେଟରୁ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କର କଟିଲା ପତା, ଅସନ୍ତୁଷ୍ଟ ହୋଇ ପହଞ୍ଚିଲେ ଦିଲ୍ଲୀ!
Advertisement
Article Detail0/zeeodisha/odisha1304416

ନୀତିଶ କ୍ୟାବିନେଟରୁ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କର କଟିଲା ପତା, ଅସନ୍ତୁଷ୍ଟ ହୋଇ ପହଞ୍ଚିଲେ ଦିଲ୍ଲୀ!

Upendra Kushwaha: ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଏକ ନୂତନ ସରକାର ଗଠନ କିମ୍ବା ଲାଲୁ ଯାଦବ ଓ ନୀତିଶ କୁମାରଙ୍କୁ ନିକଟତର କରିବାରେ ଉପେନ୍ଦ୍ର କୁଶୱାହ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଚବିଶ ଘଣ୍ଟା ପୂର୍ବରୁ ଉପେନ୍ଦ୍ର କୁଶୱାହା ନୂତନ ସରକାରରେ ଜେଡିୟୁ କୋଟାରୁ ମନ୍ତ୍ରୀ ହେବେ ବୋଲି ମନେ କରାଯାଉଥିଲା । 

ନୀତିଶ କ୍ୟାବିନେଟରୁ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କର କଟିଲା ପତା, ଅସନ୍ତୁଷ୍ଟ ହୋଇ ପହଞ୍ଚିଲେ ଦିଲ୍ଲୀ!

ନୂଆଦିଲ୍ଲୀ: Upendra Kushwaha: ଆଜି (ମଙ୍ଗଳବାର) ଅର୍ଥାତ ଅଗଷ୍ଟ ୧୬ରେ ନୀତିଶ କ୍ୟାବିନେଟ୍ ସମ୍ପ୍ରସାରିତ (Nitish Kumar Cabinet Expansion) ହେବାକୁ ଯାଉଛି । ସମ୍ଭାବ୍ୟ ମନ୍ତ୍ରୀଙ୍କ ନାମ ମହାମେଣ୍ଟ ଦ୍ୱାରା ପ୍ରାୟ ସ୍ଥିର ହୋଇସାରିଛି । ଏହି ସମୟରେ କଳ୍ପନା ଜଳ୍ପନାର ବଜାର ମଧ୍ୟ ଗରମ ରହିଛି । ମନ୍ତ୍ରୀ ତାଲିକାରୁ ଜେଡିୟୁ (JDU) ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା (Upendra Kushwaha) ଙ୍କ ନାମ ହଟା ଯାଇଥିବା ଖବର ଆସୁଛି । ତେବେ ଏପର୍ଯ୍ୟନ୍ତ ଏ ବିଷୟରେ ଜେଡିୟୁ ପକ୍ଷରୁ କୌଣସି ଆଧିକାରୀକ ବୟାନ ଜାରି କରାଯାଇ ନାହିଁ ଓ ଶେଷ ମୁହୂର୍ତ୍ତରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଉପେନ୍ଦ୍ର କୁଶୱାହା ପାଟନା ଛାଡି ସେ ଦିଲ୍ଲୀ ଯାଇ ଅଗଷ୍ଟ ୧୯ରେ ପାଟନାକୁ ଫେରିବେ ବୋଲି ମନେ କରାଯାଉଛି । ତେବେ କୁଶୱାହା ସ୍ପଷ୍ଟ କରିଛନ୍ତି ଯେ, ସେ ପାଟନାରେ ନାହାଁନ୍ତି, ସତ କିନ୍ତୁ ଦିଲ୍ଲୀ ଯାଇ ନାହାଁନ୍ତି ।

ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଏକ ନୂତନ ସରକାର ଗଠନ କିମ୍ବା ଲାଲୁ ଯାଦବ ଓ ନୀତିଶ କୁମାରଙ୍କୁ ନିକଟତର କରିବାରେ ଉପେନ୍ଦ୍ର କୁଶୱାହା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଚବିଶ ଘଣ୍ଟା ପୂର୍ବରୁ ଉପେନ୍ଦ୍ର କୁଶୱାହା ନୂତନ ସରକାରରେ ଜେଡିୟୁ କୋଟାରୁ ମନ୍ତ୍ରୀ ହେବେ ବୋଲି ମନେ କରାଯାଉଥିଲା । ଏବେ ପ୍ରଶ୍ନ ଉଠିଛି ଯେ ଉପେନ୍ଦ୍ର କୁଶୱାହାଙ୍କୁ କାହିଁକି ମନ୍ତ୍ରୀ କରାଯାଉ ନାହିଁ? ସମସ୍ତେ ଜାଣନ୍ତି ଯେ ଉପେନ୍ଦ୍ର କୁଶୱାହା ଓ ପୂର୍ବତନ ମନ୍ତ୍ରୀ ଆରସିପି ସିଂଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା । ଏହା ପରେ ମଧ୍ୟ ଯଦି ଉପେନ୍ଦ୍ର କୁଶୱାହା ନୂତନ ସରକାରରେ ମନ୍ତ୍ରୀ ହେଉନାହାଁନ୍ତି, ତେବେ ଏହା ଚିନ୍ତା କରିବା କଥା ହେବ ।

ଏହା ବି ପଢ଼ନ୍ତୁ:-୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ଏହା ବି ପଢ଼ନ୍ତୁ:-ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...

ଏହା ବି ପଢ଼ନ୍ତୁ:-ପ୍ରଥମେ ଶୁଭେଚ୍ଛା ପରେ ମୋଦି ସରକାରଙ୍କୁ ଚେତାବନୀ, ସୋନିଆ ଗାନ୍ଧୀଙ୍କ ବାର୍ତ୍ତାରେ ଲୁଚି ରହିଛି ଅନେକ ସଙ୍କେତ

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୨ ରାତିରେ ରାଜଧାନୀ ପାଟଣାର ମୌର୍ଯ୍ୟ ହୋଟେଲରେ କୁଶୱାହା ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୁହାଯାଇଛି ଯେ ଏହି ବୈଠକରେ ଜେଡିୟୁ ସହ ଜଡିତ ଅନେକ କୁଶୱାହା ନେତା ମଧ୍ୟ ଉପସ୍ଥିତ ଥିଲେ । ଏହା ମଧ୍ୟ କୁହାଯାଇଛି ଯେ ଜେଡିୟୁ ରାଜ୍ୟ କମିଟିର ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କୁଶୱାହା ସମାଜରୁ ଯାହାଙ୍କୁ ମନ୍ତ୍ରୀ କରିବାର ଅଛି ତ ନୀତିଶ କୁମାର କରିପାରିବେ, କିନ୍ତୁ ଉପେନ୍ଦ୍ର କୁଶୱାହାଙ୍କୁ ନୁହେଁ । ଏବେ ପ୍ରଶ୍ନ ଉଠିଛି ଯେ ଏହି ନେତାମାନେ ଉପେନ୍ଦ୍ର କୁଶୱାହାଙ୍କ ଉପରେ କାହିଁକି ଏତେ ରାଗିଛନ୍ତି?

ଏହି ବୈଠକରେ ଉପେନ୍ଦ୍ର କୁଶୱାହାଙ୍କୁ ମନ୍ତ୍ରୀ ନକରିବାର ନିଷ୍ପତ୍ତି ସମ୍ପର୍କରେ ସୂଚନା ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦିଆଯାଇଛି । ଏଥିରୁ ସ୍ପଷ୍ଟ ଯେ ଉପେନ୍ଦ୍ର କୁଶୱାହା ମହାମେଣ୍ଟର ନୂତନ ସରକାରରେ ମନ୍ତ୍ରୀ ହେବେ ନାହିଁ । କିନ୍ତୁ ରାଜନୀତିରେ କୌଣସି ଭବିଷ୍ୟବାଣୀ କରିବା ଭୁଲ୍ ଓ ଶେଷ ମୁହୂର୍ତ୍ତରେ କିଛି ହୋଇପାରେ । ଏବେ ଅଗଷ୍ଟ ୧୬ରେ ଚୂଡାନ୍ତ ହେବ ଉପେନ୍ଦ୍ର କୁଶୱା ମନ୍ତ୍ରୀ ହେବେ କି ନାହିଁ ।