UP Assembly Election 2022: ବଡ଼ ଦଳ ସହ ମେଣ୍ଟ କରି ଫାଇଦା ଉଠାଇଛନ୍ତି ଛୋଟ ଦଳ
Advertisement

UP Assembly Election 2022: ବଡ଼ ଦଳ ସହ ମେଣ୍ଟ କରି ଫାଇଦା ଉଠାଇଛନ୍ତି ଛୋଟ ଦଳ

୨୦୨୨ ବିଧାନସଭା ନିର୍ବାଚନ ସରିବା ପରେ ଏବେ ସବୁ ଦଳର ନଜର ୨୦୨୪ ଲୋକସଭା ନିର୍ବାଚନ ଉପରେ ରହିଛି।

UP Assembly Election 2022: ବଡ଼ ଦଳ ସହ ମେଣ୍ଟ କରି ଫାଇଦା ଉଠାଇଛନ୍ତି ଛୋଟ ଦଳ

ଲକ୍ଷ୍ନୌ: ପ୍ରକାଶ ପାଇସାରିଛି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚଳ ଫଳାଫଳ। ଏଥର ବିଜେପି ପୁନର୍ବାର ବାଜିମାତ କରି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ପୁଣି ଥରେ ମୁଖ୍ୟ ବିରୋଧି ଦଳ ଆସନରେ ବସିଛି ସମାଜବାଦୀ ପାର୍ଟି। ଉଭୟ ଶାସକ-ବିରୋଧି ଦଳ ସହ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱିତା କରିଥିବା ଜାତିଭିତ୍ତିକ ଆଞ୍ଚଳିକ ଦଳ ଏହି ନିର୍ବାଚନରେ ଭରପୂର ଫାଇଦା ଉଠାଇଛନ୍ତି। କେବେ ରାଜ୍ୟରେ ସରକାର ଗଠନ କରିଥିବା ବିଏସପି ଏବଂ କଂଗ୍ରେସ ଭଳି ପ୍ରମୁଖ ଦଳକୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ସ୍ଥାନୀୟ ଆଞ୍ଚଳିକ ଦଳ।     

ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ଥିବା ଅପନା ଦଳ ସୋନେଲାଲ (Apna Dal  Sonelal) ଏବଂ ନିଷାଦ ପାର୍ଟି (NISHAD Party) ଭଳି ଦଳର ପ୍ରଦର୍ଶନ ବିଏସପି (BSP) ଏବଂ କଂଗ୍ରେସ (Congress) ଅପେକ୍ଷା ଭଲ ରହିଛି। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୨୫୫ ସହଯୋଗୀ ଅପନା ଦଳ ସୋନେଲାଲ ୧୨ ଏବଂ ନିଷାଦ ପାର୍ଟି ଆସନ ପାଇଛି। ଏପରି ଭାବେ ଏନଡିଏ ମେଣ୍ଟ (NDA Alliance) ସର୍ବମୋଟ ରାଜ୍ୟର ସମସ୍ତ ୪୦୩ ସିଟ୍ ମଧ୍ୟରୁ ୨୭୩ ଆସନ ଦଖଲ କରିଛି। ଅନ୍ୟପଟେ ରାଜ୍ୟର ସମସ୍ତ ୪୦୩ ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଏସପି ୧ ଏବଂ କଂଗ୍ରେସ ୨ ଆସନ ପାଇଛି। ଅନ୍ୟପଟେ ଜନସତ୍ତା ଦଳ ଲୋକତାତାନ୍ତ୍ରିକ ୨ ସିଟ୍ ପାଇଛି। 

ଗତ ୧୯୯୫ ମସିହାରେ ଡ.ସୋନେଲାଲ ପଟେଲଙ୍କ ଦ୍ୱାରା ଗଠିତ ହୋଇଥିବା ମୂଳ ଅପନା ଦଳ (Apna Dal), ଅପନା ଦଳ ସୋନେଲାଲ (Apna Dal  Sonelal) ଏବଂ ଅପନା ଦଳ କମେରାବାଦୀ (Apna Dal Kamerawadi) ନାମକ ୨ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। ଡ.ପଟେଲଙ୍କ ଝିଅ ତଥା କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ନେତୃତ୍ୱାଧିନ ଅପନା ଦଳ ସୋନେଲାଲ ଗୋଷ୍ଠୀ ଏନଡିଏ ମେଣ୍ଟରେ ସାମିଲ ଥିବା ବେଳେ ତାଙ୍କ ପତ୍ନୀ ତଥା କେନ୍ଦ୍ରମନ୍ତ୍ରୀଙ୍କ ମାଆ କୃଷ୍ଣା ପଟେଲଙ୍କ ନେତୃତ୍ୱାଧିନ ଅପନା ଦଳ କମେରାବାଦୀ ସମାଜବାଦୀ ମେଣ୍ଟରେ (Samajwadi Alliance) ସାମିଲ ହୋଇ ନିର୍ବାଚନ ଲଢିଥିଲା।   

Also Read: UP ବିଧାନସଭାରେ ନଜର ଆସିବ ନାହିଁ କଂଗ୍ରେସ-ବିଏସପି କାର୍ଯ୍ୟାଳୟ

ଏଥର ଦ୍ୱିତୀୟ ପାଳି ଏନଡ଼ିଏ ସରରକାରର ମନ୍ତ୍ରୀମଣ୍ଡଳରେ ସହଯୋଗୀ ବିଜେପି ପାଖରୁ ୪ ମନ୍ତ୍ରୀ ପଦ ଚାହୁଁଛି ଅପନା ଦଳ ସୋନେଲାଲ। ଏନେଇ ଦଳର ଜଣେ ନେତା କହିଛନ୍ତି ବିନା କୌଣସି ସ୍ୱାର୍ଥରେ ଆମେ ବିଜେପି ସହ ଅଛୁ। ଏବେ ଆମର ଯୋଗଦାନକୁ ମାନ୍ୟତା ପ୍ରଦାନ କରାଯାଉ।   

ଅନ୍ୟତମ ସହଯୋଗୀ ନିଷାଦ ପାର୍ଟି ଅଧ୍ୟକ୍ଷ ସଞ୍ଜୟ ନିଷାଦ ବିଜେପି କୋଟାରୁ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ତାଙ୍କ ପୁଅ ପ୍ରବୀଣ ନିଷାଦ ବିଜେପି ଲୋକସଭା ସାଂସଦ ଥିବା ବେଳେ ସାନ ପୁଅ ସରବନ ନିଷାଦ ଏଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ରାଜନୀତିରେ ସକ୍ରିୟ ଥିବା ତାଙ୍କର ପୁରା ପରିବାର ସହ ସଞ୍ଜୟ ନିଷାଦ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଚାହୁଁଛନ୍ତି। ଏନେଇ ସେ ଏହା ମୋର ସମ୍ପ୍ରଦାୟ ଚାହୁଁଛି ଏବଂ ବିଜେପି ସେମାନଙ୍କ ଭାବନା ବାବଦରେ ଅବଗତ ଅଛି।

ସମାଜବାଦୀ ପାର୍ଟି (Samajwadi Party) ନେତୃତ୍ୱରେ ଗଠିତ ସମାଜବାଦୀ ମେଣ୍ଟରେ ସାମିଲ ଥିବା ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ୨୦୨୪ ଲୋକସଭା ନିର୍ବାଚନ ସହ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନ ପରିଷଦ ନିର୍ବାଚନରେ ଏକ ବଡ଼ ଲାଭ ଉଠାଇବା ଲକ୍ଷ୍ୟରେ ରହିଛି। ଦଳ ସମାଜବାଦୀ ମେଣ୍ଟରେ ରଖିବାକୁ ଚାହୁଁଛି ଏବଂ ସହଯୋଗୀ ସମାଜବାଦୀ ପାର୍ଟି ଉପରେ ଅଯଥା ଚାପ ପ୍ରୟୋଗ କରିପାରିବ ନାହିଁ ବୋଲି ଆରଏଲଡି କହିଛି।

Also Read: UP Election 2022: ସେହି ୫ ଆସନ ଯେଉଁଠି ଜିତିଲେ BSP-Congress-Jansatta Dal ପ୍ରାର୍ଥୀ

ସେହିପରି ସମାଜବାଦୀ ମେଣ୍ଟରେ ସାମିଲ ଥିବା ଅନ୍ୟତମ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଏଥର ସମାଜବାଦୀ ପାର୍ଟି ଲାଗି ସଂକଟମୋଚକ ଭାବେ ଉଭା ହୋଇଛି। ଏନେଇ ଏସବିଏସପି ସଭାପତି ଓମ ପ୍ରକାଶ ରାଜଭାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ପରେ ସମଜାବଦୀ ପାର୍ଟି ପରାଜୟ ବାବଦରେ ସେ ଅବଗତ ଅଛନ୍ତି ହେଲେ ଗୋଟିଏ କାରଣରୁ ସେ ଚୁପ୍ ରହିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରାଜଭାରଙ୍କ ସହ ବୈଠକ କରିବାରୁ ଦୂରେଇ ରହୁଛନ୍ତି। ଯଦି ଏସବିଏସପି ସଭାପତି  ରାଜଭାର ଅନାବଶ୍ୟକ ବୟାନବାଜି କରନ୍ତି ତାହେଲେ ସେ ମେଣ୍ଟରୁ ବାହାରି ଯିବାର ସମ୍ଭାବନା ରହିଛି।

ଅନ୍ୟପଟେ ସମାଜବାଦୀ ମେଣ୍ଟରେ ସାମିଲ ଥିବା କୃଷ୍ଣା ପଟେଲଙ୍କ ନେତୃତ୍ୱାଧିନ ଅପନା ଦଳ କମେରାବାଦୀ ଗୋଷ୍ଠୀ କୌଣସି ଆସନ ଜିତିବାରେ ସଫଳ ହୋଇନାହିଁ। ଅନ୍ୟପଟେ ସମାଜବାଦୀ ପାର୍ଟି ପକ୍ଷରୁ ବିଧାୟକ ଭାବେ ନିର୍ବାଚନ ଲଢୁଥିବା ପଲ୍ଲବୀ ପଟେଲ ଯିଏ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଭଉଣୀ ସେ ସିରାଥୁ ଆସନରୁ ନିର୍ବାଚନ ଜିତିବାରେ ସଫଳ ହୋଇଛନ୍ତି। ସମାଜବାଦୀ ପାର୍ଟି ସହ ମେଣ୍ଟ ଜାରି ରଖିବାକୁ  ଚାହୁଁଛନ୍ତି କୃଷ୍ଣା ପଟେଲ। କାରଣ ତାଙ୍କ ଦଳ ପାଇଁ ଉତ୍ତର ପ୍ରଦେଶ ରାଜନୀତିରେ ସ୍ଥିତି ମଜବୁତ କରିାବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛ।   

Also Read: UP Assembly Election 2022: କେଉଁ ବାହୁବଳୀ ହେଲେ Pass? କିଏ ହେଲେ Fail?

୨୦୨୨ ବିଧାନସଭା ନିର୍ବାଚନ ସରିବା ପରେ ଏବେ ସବୁ ଦଳର ନଜର ୨୦୨୪ ଲୋକସଭା ନିର୍ବାଚନ ଉପରେ ରହିଛି। ହେଲେ ସମସ୍ତ ଛୋଟ ଦଳ ସେମାନଙ୍କ ପ୍ରମୁଖ ମେଣ୍ଟ ସହଯୋଗୀ ଟିକେଟ୍ ବଣ୍ଟନରେ ସେମାନଙ୍କ ଭାଗ ଚାହୁଁଛନ୍ତି।