Lok sabha Election 2024: 'ନୋଟା' ପାଇଁ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, କାହିଁକି ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha2222744

Lok sabha Election 2024: 'ନୋଟା' ପାଇଁ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, କାହିଁକି ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଯଦି ନୋଟାକୁ ଅଧିକ ଭୋଟ ମିଳେ, ତେବେ ପୁନର୍ବାର ନିର୍ବାଚନ କରିବା ପ୍ରସଙ୍ଗରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ଜନସ୍ୱାର୍ଥ ମାମଲାରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ

Lok sabha Election 2024: 'ନୋଟା' ପାଇଁ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, କାହିଁକି ପଢନ୍ତୁ ପୂରା ରିପୋର୍ଟ

Lok sabha Election 2024: ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଯଦି ନୋଟାକୁ ଅଧିକ ଭୋଟ ମିଳେ, ତେବେ ପୁନର୍ବାର ନିର୍ବାଚନ କରିବା ପ୍ରସଙ୍ଗରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ଜନସ୍ୱାର୍ଥ ମାମଲାରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଯଦି ନୋଟା ଠାରୁ କମ ଭୋଟ ପାଆନ୍ତି ତେବେ ମଧ୍ୟ ଉପନିର୍ବାଚନ କରିବାକୁ ଦାବି କରାଯାଇଥିଲା। 

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଜେବି ପାରଦୀୱାଲା, ମନୋଜ ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲାର ଶୁଣାଣୀ କରିଥିଲେ। ମୋଟିଭେସନାଲ ସ୍ପିକର ତଥା ଲେଖକ ଶିବ ଖେରାଙ୍କ ଦ୍ୱାରା ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଏଠାରେ କହି ରଖୁ ୨୦୧୩ ମସିହାରେ ଏହି ନୋଟା ବିକଳ୍ପଟି ଇଭିଏମରେ ଲାଗୁ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ବିକଳ୍ପକୁ ଜାରି କରାଯାଇଥିଲା।