Team India Squad: କୋହଲିଙ୍କ ସମେତ ଏହି ଖେଳାଳଙ୍କୁ ଦେଲେ ବାଦ୍, ଟି-୨୦ ବିଶ୍ୱକପ୍ ପାଇଁ ମଞ୍ଜରେକର ଚୟନ କେଲେ ଭାରତୀୟ ଦଳ
Advertisement
Article Detail0/zeeodisha/odisha2222634

Team India Squad: କୋହଲିଙ୍କ ସମେତ ଏହି ଖେଳାଳଙ୍କୁ ଦେଲେ ବାଦ୍, ଟି-୨୦ ବିଶ୍ୱକପ୍ ପାଇଁ ମଞ୍ଜରେକର ଚୟନ କେଲେ ଭାରତୀୟ ଦଳ

Sanjay Manjrekar Team India T20 World Cup 2024 Squad: ସଞ୍ଜୟ ମଞ୍ଜରେକର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି। ସେ ନିଜ ଦଳରେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ଦେଇନାହାଁନ୍ତି।

 

Sanjay Manjrekar Team India T20 World Cup 2024 Squad

T20 World Cup 2024 Squad: ଆସନ୍ତା ସପ୍ତାହରେ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଏହାପୂର୍ବରୁ କ୍ରିକେଟ୍ ପାଣ୍ଡତମାନେ ନିଜ ନିଜ ଦଳ ଚୟନ କରୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ମଧ୍ୟ ଆଇସିସିର ଏହି ମେଗା ଇଭେଣ୍ଟ ପାଇଁ ୧୫ ଜଣିଆ ଖେଳାଳିଙ୍କ ଭାରତୀୟ ଦଳ ଚୟନ କରିଛନ୍ତି। ସେ ବିରାଟ କୋହଲି କିମ୍ବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ତାଙ୍କ ଦଳରେ ସାମିଲ କରିନାହାଁନ୍ତି। ଏହା ବ୍ୟତୀତ ସେ ରିଙ୍କୁ ସିଂଙ୍କୁ ଫିନିସର୍ ଭାବରେ ଚୟନ କରିନାହାଁନ୍ତି। ସଞ୍ଜୟ ମଞ୍ଜରେକରଙ୍କ ଏହି ଦଳରେ ଦୁଇ ଜଣ ଅନ୍ କ୍ୟାପ୍ ଭାରତୀୟ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି।

ରୋହିତ ଶର୍ମାଙ୍କ ବ୍ୟତୀତ ସଞ୍ଜୟ ମଞ୍ଜରେକର ଭାରତୀୟ ଟି-୨୦ ବିଶ୍ୱକପ ଦଳରେ ବ୍ୟାଟ୍ସମ୍ୟାନ୍ ଭାବେ ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ କେ.ଏଲ୍ ରାହୁଲଙ୍କୁ ମନୋନୀତ କରିଛନ୍ତି। ତାଙ୍କ ଦଳରେ ଏକମାତ୍ର ଅଲରାଉଣ୍ଡର ହେଉଛନ୍ତି ରବିନ୍ଦ୍ର ଜାଡେଜା। ଦ୍ୱିତୀୟ ଅଲରାଉଣ୍ଡରଙ୍କ ପାଇଁ କ୍ରୁନାଲ ପାଣ୍ଡ୍ୟାଙ୍କୁ ଏକ ବିକଳ୍ପ ଭାବରେ ଦେଖାଯାଇପାରେ।

ଆଶ୍ଚର୍ଯ୍ୟର କଥା ହେଉଛି, ମଞ୍ଜରେକର ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିମ୍ବା ଆଇପିଏଲର ଏହି ସିଜନରେ ବ୍ୟାଟ୍ ସହ ହଇଚଇ ସୃଷ୍ଟି କରୁଥିବା ଶିବମ୍ ଦୁବେଙ୍କୁ ଚୟନ କରି ନାହାଁନ୍ତି। ସଞ୍ଜୟ ମଞ୍ଜରେକର ତାଙ୍କ ଦଳରେ ୭ ଜଣ ବୋଲରଙ୍କୁ ଚୟନ କରିଛନ୍ତି, ସେମାନଙ୍କ ମଧ୍ୟରେ ଦୁଇଜଣ ଅନ୍ କ୍ୟାପ୍ ଖେଳାଳି ଅଛନ୍ତି।ମଞ୍ଜରକରଙ୍କ ଦଳରେ ଜସପ୍ରୀତ ବୁମ୍ରାଙ୍କ ସହ ମହମ୍ମଦ ସିରାଜ, ଆବେଶ ଖାନ, ହର୍ଷିତ ରାଣା ଓ ମୟଙ୍କ ଯାଦବଙ୍କ ଭଳି ୪ ଦ୍ରୁତ ବୋଲର ଅଛନ୍ତି। ରବିନ୍ଦ୍ର ଜାଡେଜା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ବ୍ୟତୀତ କୁଲଚା ଯଥା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ପିନର ଭାବରେ ଅଛନ୍ତି।

ସଞ୍ଜୟ ମଞ୍ଜରେକରଙ୍କ ଏହି ଦଳ ଟିକିଏ ଅଜବ, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। କିଛି ପ୍ରଶଂସକ କହୁଛନ୍ତି ଯେ ଆହତ ହୋଇଥିଲେ ହେଁ ମାତ୍ର ୩ ଟି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଆଧାରରେ ଆପଣ ମୟଙ୍କ ଯାଦବଙ୍କୁ କିପରି ଚୟନ କରିଛନ୍ତି। ଏଥି ସହିତ, ସେ ଆଇପିଏଲ୍ ୨୦୨୪ ରେ ଉତ୍କୃଷ୍ଟ ପ୍ରଦର୍ଶନ ସତ୍ତ୍ୱେ ଅଭିଜ୍ଞ ବିରାଟ କୋହଲିଙ୍କୁ ବାଦ ଦେଇଛନ୍ତି।

ସଞ୍ଜୟ ମଞ୍ଜରେକରଙ୍କ ଭାରତୀୟ ଟି-୨୦ ବିଶ୍ୱକପ ୨୦୨୪ ସ୍କ୍ୱାର୍ଡ- ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଆବେଶ ଖାନ, ହର୍ଷିତ ରାଣା, ମୟଙ୍କ ଯାଦବ, କ୍ରୁନାଲ ପାଣ୍ଡ୍ୟା।