ମିଳିଲା ନାହିଁ ରାଜ୍ୟସଭା ଟିକେଟ: କ'ଣ କରିବେ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ?
Advertisement
Article Detail0/zeeodisha/odisha1203553

ମିଳିଲା ନାହିଁ ରାଜ୍ୟସଭା ଟିକେଟ: କ'ଣ କରିବେ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ?

କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କୁ ଜନତା ଦଳ ୟୁନାଇଟେଡ୍ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଶ୍ୱସ୍ତ ଭାବେ ବିବେଚନା କରାଯାଏ।

ମିଳିଲା ନାହିଁ ରାଜ୍ୟସଭା ଟିକେଟ: କ'ଣ କରିବେ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ?

Union Minister RCP Singh: କେନ୍ଦ୍ରମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ୍ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂହଙ୍କ ରାଜ୍ୟସଭା ଟିକେଟ୍ କାଟିଛି ଦଳ। ହେଲେ ଏହା ସତ୍ତ୍ୱେ ସେ ତାଙ୍କ କେନ୍ଦ୍ରମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ଏନେଇ ଆରସିପି ସିଂହ କହିଛନ୍ତି ଯେ ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଜୁଲାଇ ପର୍ଯ୍ୟନ୍ତ ରହିଛି। ସେ ବର୍ତ୍ତମାନ ମନ୍ତ୍ରୀ ପଦ ଛାଡିବାକୁ ଯାଉନାହାଁନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜନତା ଦଳ ୟୁନାଇଟେଡ୍ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ କହିଛନ୍ତି ମୋର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ରହିଛି। ଦଳ ମୋତେ ଜୁଲାଇ ପର୍ଯ୍ୟନ୍ତ ଦାୟିତ୍ୱ ଦେଇଛି। ଏହା ପରେ ମୁଁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବି ନା ନାହିଁ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ନେବେ। ଖୁବ ଶୀଘ୍ର ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବି।  

Also Read: ବିହାର ବିଧାନ ପରିଷଦ ନିର୍ବାଚନ; ବିରୋଧି ମେଣ୍ଟରେ ଫାଟ

ବର୍ତ୍ତମାନ ପର୍ଯ୍ୟନ୍ତ ୩ ଥର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପ୍ରଦାନ କରିଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ। ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ମାତ୍ର ଲୋକସଭାରେ ଯେଉଁ ଦଳ (ଜନତା ଦଳ ୟୁନାଇଟେଡ୍) ପାଖରେ କେବଳ ୧୬ ଜଣ ସାଂସଦ ଅଛନ୍ତି ତାହା କିପରି ସମ୍ଭବ? ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଦଳ ୨୭୩ ଜଣ ସାଂସଦ ଆବଶ୍ୟକ ହେବେ ହେଲେ ଜନତା ଦଳ ୟୁନାଇଟେଡ୍ ପାଖରେ ଦଳର ଏତେ ସଂଖ୍ୟକ ସାଂସଦ କେଉଁଠି ଅଛନ୍ତି? 

ବର୍ତ୍ତମାନ ଜନତା ଦଳ ୟୁନାଇଟେଡ୍ ଦଳରେ ସବୁକିଛି ଠିକ୍ ଚାଲିନାହିଁ। କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କୁ ଦଳର ମୁଖ୍ୟ ନୀତୀଶ କୁମାରଙ୍କ ବିଶ୍ୱସ୍ତ ଭାବେ ବିବେଚନା କରାଯାଏ। ସେ ଦଳୀୟ କୋଟାରୁ କେନ୍ଦ୍ରମନ୍ତ୍ରୀ ପଦ ପାଇଛନ୍ତି ହେଲେ ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏଥର ଆରସିପି ସିଂହଙ୍କ ରାଜ୍ୟସଭା ଟିକେଟ୍ କାଟିଛନ୍ତି। ଏଭଳି ପରିସ୍ଥିତିରେ ଜୁଲାଇ ପରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେବ।

Also Read: ରାଜ୍ୟସଭା ଆସନକୁ ନେଇ JDU ଦଳରେ ଫାଟ; ମୁହିାଁମୁହିଁ କେନ୍ଦ୍ରମନ୍ତ୍ରୀ-ଦଳୀୟ ଅଧ୍ୟକ୍ଷ

ରାଜ୍ୟସଭାର ୫୭ ଆସନ ପାଇଁ ଜୁନ୍ ୧୦ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଦେଶର ୧୫ ରାଜ୍ୟରେ ୫୭ ଆସନ ମଧ୍ୟରୁ ସର୍ବାଧିକ ଉତ୍ତର ପ୍ରଦେଶର ରହିଛି। ମୋଟ ୧୧ ଆସନରେ ନିର୍ବାଚନ ହେବ। ଅବଶିଷ୍ଟ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା ଭଳି ରାଜ୍ୟରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଲାଗି   ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ମେ।