Advertisement
Photo Details/zeeodisha/odisha2251253
photoDetails0hindi

Lucky Zodiac Sign: ୧୭ ମଇରେ ହର୍ଷ ଯୋଗର ଶୁଭ ସମକକ୍ଷ, ୫ ରାଶିକୁ ଆର୍ଥିକ ଲାଭ

ଶୁକ୍ରବାର, ମଇ ୧୭ରେ, ଚନ୍ଦ୍ର ସିଂହ ରାଶି ପରେ କନ୍ୟାରେ ଚଳନ କରିବେ । ଏହା ବ୍ୟତୀତ ଆସନ୍ତାକାଲି କୃଷ୍ଣ ପକ୍ଷର ଦଶମ ଦିନ । ଏହି ଦିନ ହର୍ଷ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଏବଂ ପୁର୍ବା ଫାଲଗୁଣୀ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ଯେଉଁ କାରଣରୁ ଦିନଟିର ଅନେକ ଗୁରୁତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିସବୁ

1/5

ବୃଷ ରାଶି - ୧୭ ମଇ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଦିନଟିରେ ଯାହା ନିଷ୍ପତ୍ତି ନେବେ ସେଥିରେ ସକରାତ୍ମକ ଫଳାଫଳ ପାଇବେ । ଉତ୍ସାହର ସହିତ ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କରିବେ । ବ୍ୟବସାୟରେ ଆପଣ ଲାଭ ପାଇବେ । ଚାକିରି କ୍ଷେତ୍ରରେ ସନ୍ତୁଷ୍ଟ ରହିବେ । ଆର୍ଥିକ ଜୀବନରେ ଅପ୍ରତ୍ୟାଶିତ ଲାଭ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଖୁବ ଶୁଭ । ପରିବାରକୁ ନୂଆ ଅତିଥିଙ୍କ ଆଗମନ ହୋଇପାରେ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ନୂଆ ସମ୍ପତ୍ତି କିଣିପାରନ୍ତି ।

2/5

କର୍କଟ ରାଶି -  ୧୭ ମଇ ଆପଣଙ୍କ ପାଇଁ ଏକ ଖୁସିର ଦିନ । ସୁଖ ବଢିବା ସହ ଖୁସି ଖବର ମିଳିବ । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ନିକଟରେ ଧନର ଅଭାବ ରହିବ ନାହିଁ । ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିବାରେ ଆପଣ ସଫଳ ହେବେ। ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାର କରିବାକୁ ସମୟ ଏବଂ ଶକ୍ତି ପାଇବେ । ଚାକିରି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ପାରିବାରିକ ଜୀବନରେ ପହସ୍ପରର ସାହାଯ୍ୟ ମିଳିବ । ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ । ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଉପଯୋଗୀ ହେବ ।

3/5

କନ୍ୟା ରାଶି -  ୧୭ ମଇ ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନ ଅର୍ଜନ କରିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କର ବାକି ଥିବା କାମ ଶେଷ ହେବ । ଜୀବନର ସମସ୍ତ କ୍ଷେତ୍ରରେ ଭଲ ସଫଳତା ପାଇବେ । ଆପଣଙ୍କ ଭଲ ପ୍ରଦର୍ଶନ ଆପଣଙ୍କୁ ଆଗକୁ ବଢିବାର ବାଟ ଦେଖାଇବ । ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବେ । ଚାକିରି କ୍ଷେତ୍ରରେ ପ୍ରଶଂସାଭାଜନ ହେବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ । ଭାଗିଦାରୀରେ ବ୍ୟବସାୟରେ ଭଲ ଲାଭ ପାଇବେ । ଆପଣଙ୍କ ସାଥୀଙ୍କ ସହିତ ସମ୍ପର୍କ  ନିବିଡ ହେବ ।

4/5

ତୁଳା ରାଶି -  ୧୭ ମଇ ଆପଣଙ୍କ ପାଇଁ ଭଲ ଦିନ ସାବ୍ୟସ୍ତ ହେବ । ସମ୍ପତ୍ତି ସହିତ ଜଡିତ ଏକ ବଡ କାରବାର କରିବାର ସୁଯୋଗ ପାଇପାରନ୍ତି । ଆପଣଙ୍କ ଆୟର ଉତ୍ସ ବଢିବ । ଜୀବନସାଥୀଙ୍କ ପାଇଁ ଉପହାର କିଣିବାର ସୁଯୋଗ ପାଇବେ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଅଧିକ ରୋଜଗାରକ୍ଷମ ହୋଇପାରିବେ । ପାରିବାରିକ ଏବଂ ବୈବାହିକ ଜୀବନ ଭଲ ହେବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ପିଲାମାନଙ୍କର କାର୍ଯ୍ୟ ଆପଣଙ୍କୁ ଖୁସି ଦେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ ।

5/5

ଧନୁ ରାଶି -  ୧୭ ମଇ ଆପଣଙ୍କ ପାଇଁ ଖୁବ ଭଲରେ କଟିବ । ଦୂରଯାତ୍ରା ମାଧ୍ୟମରେ ଆପଣଙ୍କୁ ଲାଭ ମିଳିବ । ପରିବେଶ ମଧ୍ୟ ସକରାତ୍ମକ ହେବ । ନିଯୁକ୍ତ ବ୍ୟକ୍ତିମାନେ ନୂତନ ସୁଯୋଗ ପାଇବେ । ଆପଣଙ୍କ କ୍ୟାରିୟର ଶୀଘ୍ର ଅଗ୍ରଗତି କରିବେ । ବ୍ୟବସାୟରୁ ଭଲ ଲାଭ ପାଇବେ । ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ସହିତ ରହିଛି । ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ। ନବ ବିବାହିତ ମାନେ ଅତିଥିଙ୍କ ଆଶୀର୍ବାଦ ପାଇବେ । ପାରିବାରିକ ଜୀବନ ଖୁସିରେ କଟିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )