Survey On Lok Sabha Election 2024: ଦିଲ୍ଲୀ ପରେ ପଞ୍ଜାବରେ କ୍ଷମତା ହାସଲ କରିଥିବା AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ମନୋବଳ ଅଧିକ ଦୃଢ଼ ରହିଛି । ବର୍ତ୍ତମାନ ବିଜେପିର ସବୁଠାରୁ ବଡ଼ ଗଡ଼ ଗୁଜୁରାଟକୁ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି ।
Trending Photos
ନୂଆଦିଲ୍ଲୀ: Survey On Lok Sabha Election 2024: ଆମ୍ ଆଦମୀ ପାର୍ଟି (Aam Aadmi Party) ଘୋଷଣା କରିସାରିଛି ଯେ, ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ରେ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଦଳର ଦ୍ୱିତୀୟ ବଡ଼ ନେତା ମନୀଷ ସିସୋଦିଆ (Manish Sisodia) ଙ୍କ ବିରୋଧରେ ସିବିଆଇ (CBI) ଯାଞ୍ଚ ବେଳେ ଆପ୍ (AAP) କହିଛି ଯେ ଆସନ୍ତା ଲୋକସଭା ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ଟକ୍କର ଦେବେ । ଦଳ କହିଛି ଯେ, ମୋଦି ବନାମ କିଏ? ର ପ୍ରଶ୍ନ ମିଳି ଯାଇଛି ଓ କେବଳ କେଜ୍ରିୱାଲ ହିଁ ମୋଦିଙ୍କ ବିକଳ୍ପ ହୋଇପାରେ । ତେବେ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ବିରୋଧରେ ବାରାଣାସୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କେଜ୍ରିୱାଲଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା । ସେହିପରି ଏହି ଲୋକସଭା ନିର୍ବାଚନରେ ଦଳର ଶତାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ଦଳକୁ ପଞ୍ଜାବରେ ମାତ୍ର ୪ଟି ଆସନ ମିଳିଥିଲା । ଏଥି ସହିତ ୨୦୧୯ରେ ଦଳ କେବଳ ଗୋଟିଏ ଆସନ ଜିତିଥିଲା ।
ଦିଲ୍ଲୀ ପରେ ପଞ୍ଜାବରେ କ୍ଷମତା ହାସଲ କରିଥିବା AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ମନୋବଳ ଅଧିକ ଦୃଢ଼ ରହିଛି । ବର୍ତ୍ତମାନ ବିଜେପିର ସବୁଠାରୁ ବଡ଼ ଗଡ଼ ଗୁଜୁରାଟକୁ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି । ଏହା ବ୍ୟତୀତ ଦଳ ହିମାଚଳରେ ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରୁଛି । ରାଜନୈତିକ ବିଶେଷଜ୍ଞମାନେ ମନେ କରନ୍ତି ଯେ, ଗୁଜୁରାଟରେ ଯଦି ଦଳ ଭଲ ପ୍ରଦର୍ଶନ କରିପାରେ, ତେବେ ଜାତୀୟ ସ୍ତରରେ ଏହାର ବିସ୍ତାର ହେବା ସହ ଦଳ ବହୁ ଦୂର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗଡ଼ରେ ଯଦି ଦଳ ବିରୋଧୀ ସ୍ଥାନ ପାଇବାରେ ସଫଳ ରହେ, ତେବେ ଦଳ ଏହି ନେରେଟିଭ ଗଢ଼ିବାରେ ସଫଳ ରହିବ ଯେ ବିଜେପି ସହ ମୁାବିଲା କଂଗ୍ରେସ ନୁହେଁ, ଆପ୍ କରିପାରିବ ।
ଏହା ବି ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ସ୍କିମ୍; ଜାଣନ୍ତୁ କିଏ ଓ କିପରି କିଣିପାରିବେ ଗୋଲ୍ଡ
ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଫେରାର; ଜାମିନ ପାଇଁ କଲେ ନାହିଁ ଅପେକ୍ଷା, ପ୍ରଦର୍ଶନ ପାଇଁ ପ୍ରସ୍ତୁତ ସମର୍ଥକ
ଏହା ବି ପଢ଼ନ୍ତୁ:-SBI ଜାରି କଲା ଆଲର୍ଟ! ଯଦି ଏହି ଦୁଇଟି ନମ୍ବରରୁ କଲ୍ ଆସେ ତ କିଛି କୁହନ୍ତୁ ନାହିଁ, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
ଦିଲ୍ଲୀର ଶାସନ ଗାଦିରେ ବସିଥିବା କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପଦ ପାଇଁ କେତେ ଲୋକପ୍ରିୟ, ତାହାର ସଠିକ୍ ଉତ୍ତର ତ ୨୦୨୪ର ନିର୍ବାଚନ ଫଳାଫଳ କହିବ । କିନ୍ତୁ ନିକଟ ଅତୀତରେ ହୋଇଥିବା କିଛି ସର୍ଭେରୁ ନିଶ୍ଚିତ ଭାବରେ ଏହାର ସଙ୍କେତ ମିଳିଥାଏ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ, ଚଳିତ ମାସ ଅଗଷ୍ଟ ୧୧ରେ ପିଏମ ମୋଦିଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି । ସର୍ଭେ ଅନୁଯାୟୀ, ୫୩ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ପ୍ରଥମ ପସନ୍ଦ ବୋଲି ଭାବନ୍ତି । ଏଥି ସହିତ ୯ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଥମ ପସନ୍ଦ ବୋଲି ଭାବିଥିଲେ, ତେବେ ଅରବିନ୍ଦ କେଜ୍ରିୱାଲ ଏହି ରେସରେ ତୃତୀୟ ସ୍ଥାନରେ ଅଛନ୍ତି, ୭ ପ୍ରତିଶତ ଲୋକ ତାଙ୍କୁ ପ୍ରଥମ ପସନ୍ଦ ବୋଲି କହିଛନ୍ତି । ତେବେ, ଯେତେବେଳେ ଏହି ସର୍ଭେ କରାଯାଇଥିଲା, ଆପ୍ କେଜ୍ରିୱାଲଙ୍କୁ ଦାବିଦାର ଭାବରେ ଘୋଷଣା କରିନଥିଲା ।