Uttar Pradesh Politic: ପୁତୁରା ଅଖିଲେଶ ଯାଦବଙ୍କୁ ଚାଚା ଶିବପାଲ ଯାଦବଙ୍କ କଟାକ୍ଷ
Advertisement

Uttar Pradesh Politic: ପୁତୁରା ଅଖିଲେଶ ଯାଦବଙ୍କୁ ଚାଚା ଶିବପାଲ ଯାଦବଙ୍କ କଟାକ୍ଷ

Uttar Pradesh Politics: ବର୍ତ୍ତମାନ ସମାଜବାଦୀ ପାର୍ଟି ଯେଉଁ ଅବସ୍ଥାରେ ପହଞ୍ଚିଛି ତାହା ଅଖିଳେଶ ଯାଦବଙ୍କ ଅପରିପକ୍ୱତା କାରଣରୁ ହୋଇଛି ବୋଲି କହିଛନ୍ତି ଶିବପାଲ ଯାଦବ। 

Uttar Pradesh Politic: ପୁତୁରା ଅଖିଲେଶ ଯାଦବଙ୍କୁ ଚାଚା ଶିବପାଲ ଯାଦବଙ୍କ କଟାକ୍ଷ

Shivpal Yadav targets Akhilesh Yadav: ପୁଣି ଥରେ ପୁତୁରା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଖୋଲାଖୋଲି ଭାବେ କଟାକ୍ଷ କରିଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ତାଙ୍କ ଚାଚା ଶିବପାଲ ଯାଦବ। ପୁତୁରାଙ୍କୁ କଟାକ୍ଷ କରି ତାଙ୍କୁ ଜଣେ ଅପରିପକ୍ୱ ରାଜନେତା ବୋଲି କହିବାକୁ ପଛାଇ ନାହାଁନ୍ତି ଚାଚା। ତାଙ୍କୁ ବିଧାନମଣ୍ଡଳ ବିଧାୟକ ଦଳରୁ ବହିଷ୍କାର କରି ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଶିବପାଲ ଯାଦବ। 

ଜସୱନ୍ତନଗର ଆସନର (Jaswantnagar Assembly Constituency) ସମାଜବାଦୀ ପାର୍ଟି ବିଧାୟକ (Samajwadi Party MLA) ଶିବପାଲ ଯାଦବ (Shivpal Yadav) ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ପୁତୁରା ଅଖିଲେଶ ଯାଦବଙ୍କୁ (Akhilesh Yadav) ଅପରିପକ୍ୱ ରାଜନେତା (Immature Politician) ବୋଲି ବର୍ଣ୍ଣନା କରିଛନ୍ତି। ସମାଜବାଦୀ ପାର୍ଟି ନେତୃତ୍ୱ (Samajwadi Party Leadership) ଉପରେ ଅସନ୍ତୁଷ୍ଟ ହୋଇଉଠିଥିବା ଚାଚା ଶିବପାଲଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ପତ୍ରରେ ପୁତୁରା ଅଖିଳେଶ କହିଥିଲେ ଯେଉଁଠାରେ ତାଙ୍କୁ ସମ୍ମାନ ମିଳୁଛି ସେ ସେଠାକୁ ଚାଲିଯାଆନ୍ତୁ। ଏପରି ପତ୍ର ଲେଖି ଅଖିଲେଶ ଯାଦବ ନିଜକୁ ଜଣେ ଅପରିପକ୍ୱ ରାଜନେତାର ପ୍ରମାଣ ଦେଇଛନ୍ତି ବୋଲି କହିଛନ୍ତି ଶିବପାଲ ଯାଦବ। ଯଦି ସେ ପରିପକ୍ୱ ହୋଇଥାନ୍ତେ ତାହେଲେ ସେ ଆମକୁ ସିଧାସଳଖ ଦଳରୁ ବାହାର କରି ଦେଇଥାନ୍ତେ କିମ୍ବା ଆମକୁ ମୁକ୍ତ କରି ଦେଇଥାନ୍ତେ। ମୋର କୌଣସି ଅସୁବିଧା ନାହିଁ। ଯେତେବେଳେ ମୋତେ ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ଡକାଯାଉନାହିଁ  କିମ୍ବା ମୋର କୌଣସି ମତାମତ ନିଆଯାଉ ନାହିଁ ତାହେଲେ ସବୁଠାରୁ ଭଲ ହେବ ମୋତେ ଦଳରୁ ବାହାର କରି ଦିଆଯାଉ।

ବର୍ତ୍ତମାନ ସମାଜବାଦୀ ପାର୍ଟି ଯେଉଁ ଅବସ୍ଥାରେ ପହଞ୍ଚିଛି ତାହା ଅଖିଳେଶ ଯାଦବଙ୍କ ଅପରିପକ୍ୱତା କାରଣରୁ ହୋଇଛି ବୋଲି କହିଛନ୍ତି ଶିବପାଲ ଯାଦବ। ଯଦି ସେ ରାଜନୀତିରେ ପରିପକ୍ୱ ହୋଇଥାନ୍ତେ ତାହେଲେ ଚଳିତ ବର୍ଷ ଅନୁଷ୍ଠିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ରାଜ୍ୟରେ ସମାଜବାଦୀ ସରକାର (Samajwadi Govt) ଗଠିତ ହୋଇଥାନ୍ତା ଏବଂ ସେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ।

ପୁତୁରା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା କାରଣରୁ ସମାଜବାଦୀ ପାର୍ଟି ଠାରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ନାମରେ ଏକ ନୂଆ ଦଳ ଗଠନ କରିଥିଲେ ଚାଚା ଶିବପାଲ ଯାଦବ। ଚଳିତ ବର୍ଷ ଅନୁଷ୍ଠିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ନିଜ ଦଳ ବଦଳରେ ଜସୱନ୍ତନଗର ଆସନରୁ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ (Samajwadi Party MLA Candidate) ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହି ନିର୍ବାଚନ ପରେ ସମାଜବାଦୀ ପାର୍ଟି ପକ୍ଷରୁ ଡକାଯାଇଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବା ଲାଗି ଚାଚା ଶିବପାଲଙ୍କୁ ଡାକି ନଥିଲେ ପୁତୁରା ଅଖିଲେଶ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ବଢିବାରେ ଲାଗିଥିଲା।

ସମାଜବାଦୀ ପାର୍ଟି ନେତୃତ୍ୱ ଉପରେ ନାରାଜ ହୋଇଉଠିଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କ (Om Prakash Rajbhar) ସହ ନୂଆ ମେଣ୍ଟ ଗଠନ କରିବା ବାବଦରେ ପ୍ରତିକ୍ରିୟା ରଖି ଶିବପାଲ ଯାଦବ କହିଛନ୍ତି ତାଙ୍କ ସହ ମୋର ସୌଜନ୍ୟମୂଳକ ସାକ୍ଷତ ହୋଇଛି। ମାତ୍ର ମେଣ୍ଟ ଗଠନ ବାବଦର କୌଣସି ଆଲୋଚନା ହୋଇନାହିଁ। ଯଦି ମେଣ୍ଟ ଗଠନ ହୁଏ ତାହେଲେ ଏ ବାବଦରେ ମୁଁ ଜଣାଇବି। 

Also Read: Shivpal Yadav: ମୋ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ସମାଜବାଦୀ ପାର୍ଟି ନେତା

Also Read: UP Assembly: ସମାଜବାଦୀ ପାର୍ଟି ବିଧାୟକଙ୍କ ପାଖରେ ବସିବେ ନାହିଁ ଶିବପାଲ ଯାଦବ

Also Read: 'ମୋତେ ଦଳରୁ ବାହାର କରି ଦିଆଯାଉ'