Rajasthan Politics: ଗତ ୨୦୧୮ ବିଧାନସଭା ନିର୍ବାଚନରେ ଏହି ୫ ଜଣ ପ୍ରାର୍ଥୀ ନିମ୍ନଲିଖିତ ନିର୍ବାଚନମଣ୍ଡଳୀରୁ ବିପୁଳ ବ୍ୟବଧାନରେ ବାଜିମାତ କରିଥିଲେ।
Trending Photos
Rajasthan Assembly Election 2023: ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚଳିତ ବର୍ଷ ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ଭୋଟଗ୍ରହଣ। ଉଭୟ ବିଦେପି-କଂଗ୍ରେସ ଏହି ନିର୍ବାଚନରେ ନିଜର ବିଜୟ ନେଇ ଦାବି କରୁଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ଜୋରଦାର ମୁକାବିଲା ହେଉଥିବାର କୁହାଯାଉଛି। ଯଦିଓ କିଏ ଜିତିବ ଏବଂ କିଏ ହାରିବ ତାହା କେବଳ ଆସନ୍ତା ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ ଜଣାପଡ଼ିବ। ହେଲେ ଏଥର ରାଜ୍ୟର ପ୍ରତ୍ୟେକ ଆସନରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦୃଶ୍ୟମାନ ହେଉଛି। ରାଜସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ବିଧାନସଭା ନିର୍ବାଚନରେ କ୍ଷମତା ପରିବର୍ତ୍ତନ ହୋଇଥାଏ। ଏହି କାରଣରୁ ବିଜେପି ଏଥର ବିଜୟୀ ହେବା ନେଇ ଆତ୍ମବିଶ୍ୱାସୀ ରହିଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ଥର ଜିତି କଂଗ୍ରେସ ଇତିହାସ ସୃଷ୍ଟି କରିବାକୁ ଦାବି କରୁଛି। ଏବେ ଆମେ ଆପଣଙ୍କୁ ରାଜ୍ୟର ଏପରି କିଛି ନିର୍ବାଚନମଣ୍ଡଳୀ ବିଷୟରେ କହୁଛୁ ଯେଉଁଠୁ ପ୍ରାର୍ଥୀ ଗତ ୨୦୧୮ ବିଧାନସଭା ନିର୍ବାଚନରେ ବିପୁଳ ବ୍ୟବଧାନରେ ବାଜିମାତ କରିଥିଲେ।
୧. ଶାହପୁରା ନିର୍ବାଚନମଣ୍ଡଳୀ
ଏହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ପ୍ରାର୍ଥୀ କୈଳାଶ ଚନ୍ଦ୍ର ମେଘୱାଲ ୭୪,୫୪୨ ଖଣ୍ଡ ଭୋଟ୍ (ମାର୍ଜିନ ପ୍ରତିଶତ-୪୫.୧) ବ୍ୟବଧାନରେ ଜିତିଥିଲେ। ତାଙ୍କୁ ୧ ଲକ୍ଷ ୬୫ ହଜାର ୧୭୧ ଖଣ୍ଡ ଭୋଟ୍ ମିଳିଥିଲା।
୨. ଟୋଡାଭୀମ୍ ନିର୍ବାଚନମଣ୍ଡଳୀ
ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ସବୁଠୁ ବଡ଼ ବିଜୟ ହାସଲ କରିବା ମାମଲାରେ ରାଜ୍ୟର ଟୋଡାଭୀମ୍ ନିର୍ବାଚନମଣ୍ଡଳୀ ସାମିଲ ରହିଛି। ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ପ୍ରାର୍ଥୀ ପ୍ରୀତିରାଜ ୭୩ ହଜାର ୩୦୬ ଖଣ୍ଡ ଭୋଟ୍ (ମାର୍ଜିନ୍ ପ୍ରତିଶତ- ୪୫) ବ୍ୟବଧାନରେ ଜିତିଥିଲେ। ସେ ମୋଟ ୧ ଲକ୍ଷ ୬୨ ହଜାର ୯୦୫ ଭୋଟ୍ ପାଇଥିଲେ।
୩. ଟୋଙ୍କ ନିର୍ବାଚନମଣ୍ଡଳୀ
ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ସଚିନ ପାଇଲଟ୍ ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ନିର୍ବାଚନରେ ଟୋଙ୍କ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଂଗ୍ରେସ ପ୍ରାର୍ଥୀ ସଚିନ ପାଇଲଟ ଏହି ଆସନରୁ ୫୪ ହଜାର ୧୭୯ ଖଣ୍ଡ ଭୋଟ୍ (ମାର୍ଜିନ୍ ପ୍ରତିଶତ-୩୧.୯) ବ୍ୟବଧାନରେ ଜିତିଥିଲେ। ତାଙ୍କୁ ୧ ଲକ୍ଷ ୭୦ ହଜାର ୮୧ ଖଣ୍ଡ ଭୋଟ୍ ମିଳିଥିଲା।
୪. ଦୌସା ନିର୍ବାଚନମଣ୍ଡଳୀ
ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦୌସା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ପ୍ରାର୍ଥୀ ମୁରାରୀ ଲାଲ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ୫୦ ହଜାର ୯୪୮ ଖଣ୍ଡ ଭୋଟ୍ (ମାର୍ଜିନ୍ ପ୍ରତିଶତ-୨୯.୮) ବ୍ୟବଧାନରେ ପରାସ୍ତ କରିଥିଲେ। ତାଙ୍କୁ ୧ ଲକ୍ଷ ୭୦ ହଜାର ୭୧୮ ଖଣ୍ଡ ଭୋଟ୍ ମିଳିଥିଲା।
୫.ଭିଲୱାଡ଼ା ନିର୍ବାଚନମଣ୍ଡଳୀ
ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭିଲୱାଡ଼ା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ପ୍ରାର୍ଥୀ ବିଠଲ ଶଙ୍କର ଅୱସ୍ତି ୪୯ ହଜାର ୫୭୮ ଖଣ୍ଡ ଭୋଟ୍ (ମାର୍ଜିନ୍ ପ୍ରତିଶତ-୨୮.୫) ବ୍ୟବଧାନରେ ବିଜୟୀ ହୋଇଥିଲେ। ତାଙ୍କୁ ୧ ଲକ୍ଷ ୭୩ ହଜାର ୮୮୧ ଖଣ୍ଡ ଭୋଟ୍ ମିଳିଥିଲା।