Rajasthan: ଗୃହଯୁଦ୍ଧ ଆଡକୁ ମୁହାଁଇଲା କଂଗ୍ରେସ, ସଚିନ ପାଇଲଟଙ୍କୁ ପାଲଟା ଜବାବ ଦେଲେ ଅଶୋକ ଚାନ୍ଦନା
Advertisement
Article Detail0/zeeodisha/odisha1352038

Rajasthan: ଗୃହଯୁଦ୍ଧ ଆଡକୁ ମୁହାଁଇଲା କଂଗ୍ରେସ, ସଚିନ ପାଇଲଟଙ୍କୁ ପାଲଟା ଜବାବ ଦେଲେ ଅଶୋକ ଚାନ୍ଦନା

Rajasthan Congress Fight: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମର୍ଥକଙ୍କୁ ରାଜସ୍ଥାନ କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା କାଦୁଅ ବୋଲି କଟାକ୍ଷ କରିଛନ୍ତି। ତାଙ୍କର ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମନ୍ତ୍ରୀ ଯୋଗ ଦେଇଥିବା ସଭାରେ ଜୋତା ଚପଲ ମାଡ଼ ଘଟଣା ଘଟିଥିଲା। 

Rajasthan: ଗୃହଯୁଦ୍ଧ ଆଡକୁ ମୁହାଁଇଲା କଂଗ୍ରେସ, ସଚିନ ପାଇଲଟଙ୍କୁ ପାଲଟା ଜବାବ ଦେଲେ ଅଶୋକ ଚାନ୍ଦନା

Civil War in Rajasthan Congress: ଗୃହ ଯୁଦ୍ଧ ଆଡକୁ ମୁହାଁଉଛି ରାଜସ୍ଥାନ କଂଗ୍ରେସ। ସୋମବାର ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଜୋତା ମାଡ଼ କରାଯିବା ଘଟଣାାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପାଲଟା ଜବାବ ଦେଇଛନ୍ତି ରାଜସ୍ଥାନ କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା। ଏନେଇ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ଜୋତା ଦେଖାଉଥିବା ଲୋକ ହେଉଛନ୍ତି ସଚିନ ପାଇଲଟଙ୍କ ସମର୍ଥକ। ନିଜ ସମର୍ଥକଙ୍କୁ ବିଭ୍ରାନ୍ତ ନ ହେବା ପାଇଁ କହିଛନ୍ତି। ନିଜର ସମର୍ଥଙ୍କୁ ପରାମର୍ଶ ଦେଇ ମନ୍ତ୍ରୀ କହିଛନ୍ତି କାଦୁଅକୁ  ବାହାରେ ରଖନ୍ତୁ।
 
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମର୍ଥକଙ୍କୁ ରାଜସ୍ଥାନ କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା କାଦୁଅ ବୋଲି କଟାକ୍ଷ କରିଛନ୍ତି। ତାଙ୍କର ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମନ୍ତ୍ରୀ ଯୋଗ ଦେଇଥିବା ସଭାରେ ଜୋତା ଚପଲ ମାଡ଼ ଘଟଣା ଘଟିଥିଲା। 

ସୋମବାର ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କିଛି ଲୋକେ ସଚିନ ପାଇଲଟଙ୍କ ସମର୍ଥନରେ ନାରାବାଜି କରିଥିଲେ। ହେଲେ ସେହି ସମୟରେ କିଛି ଅସାମାଜିକ ତତ୍ତ୍ୱ ଭିଡ଼ ମଧ୍ୟରେ ଥାଇ ଜୋତା ଚପଲ ମାଡ଼ କରିଥିବାର ଖବର ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ଚାନ୍ଦନା। 

ରାଜସ୍ଥାନ ପୁଷ୍କର ମେଳା ପଡ଼ିଆ ଠାରେ ସୋମବାର ଅତି ପଛୁଆ ବର୍ଗ ଏବଂ ଗୁର୍ଜର ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ବୈଠକରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଅଶୋକ ଚାନ୍ଦନା ଏବଂ ଏବଂ ଶକୁନ୍ତଳା ରାୱତଙ୍କୁ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା। ବୈଠକକୁ ମନ୍ତ୍ରୀ ଚାନ୍ଦନା ସମ୍ବୋଧିତ କିଛି ଲୋକ ମଞ୍ଚ ଆଡକୁ ଜୋତା ଫିଙ୍ଗିଥିଲେ।

ଏହି ଘଟଣା ବାବଦରେ ଉଲ୍ଲେଖ କରି ମନ୍ତ୍ରୀ ଅଶୋକ ଚାନ୍ଦନା ମଙ୍ଗଳବାର ନୈନୱା ଠାରେ ଏକ କାର୍ଯ୍ୟକ୍ରମରେ ନିଜ ସମର୍ଥକଙ୍କୁ କହିଛନ୍ତି ଯେ ବିଗତ ଦିନେ ଦୁଇ ଦିନ ଧରି ରାଜ୍ୟରେ ଅନେକ ଘଟଣା ଘଟୁଛି। ହେଲେ ଆପଣ ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାହାର ନାଁ ନ ନେଇ ମନ୍ତ୍ରୀ କହିଛନ୍ତି ଯେ ବାହାରୁ ଏଭଳି କାଦୁଅ ଆସିଛି। ଏହାକୁ ବାହାରେ ରଖନ୍ତୁ। ଏହାକୁ ଆପଣ ଆପଣଙ୍କ ମଧ୍ୟରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଏଠାକୁ ନାଁ କାହାର ପବନ ଆସୁନାହିଁ ନାଁ କାହାର ପବନ ଯାଉଛି। ଏହାକୁ ଥଣ୍ଡା ହେବାକୁ ଦିଅ। କୌଣସି ବାହାର ଖବରରେ କିମ୍ବା କୌଣସି ବାହାର କାର୍ଯ୍ୟରେ  କିମ୍ବା ବାହାର କଥାରେ ବିଚଳିତ ହେବାର ଆବଶ୍ୟକତା ନାହିଁ।

Also Read: Rajasthan Politics: ଜୋତା ଚପଲ ମାଡ଼ ହେବା ପରେ ସଚିନ ପାଇଲଟଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ ଅଶୋକ ଚାନ୍ଦନା

ରାଜ୍ୟର ବୁନ୍ଦୀ ଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମନ୍ତ୍ରୀ ଚାନ୍ଦାନା କହିଛନ୍ତି ଯେ, ଜୋତା ମାଡ଼ କରିବା ଘଟଣାରେ ସମ୍ପୃକ୍ତ ରହିଥିବା ଲୋକ ହେଉଛନ୍ତି ସଚିନ ପାଇଲଟଙ୍କ ସମର୍ଥକ। ଯେଉଁମାନେ କ୍ରମାଗତ ଭାବରେ ତାଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିଲେ, ଯେଉଁମାନେ ତାଙ୍କ ନାମରେ ହଙ୍ଗମା କରୁଥିଲେ, କେବଳ ସେହି ଲୋକ ଏଭଳି କାମ କରିଛନ୍ତି। ସେମାନେ କ୍ରମାଗତ ଭାବରେ ତାଙ୍କ ସମର୍ଥକ ରହି ଆସିଛନ୍ତି ସେଠାରେ କିଛି ଲୋକ ଅଛନ୍ତି ଯେଉଁମାନେ ଦିନ ରାତି ତାଙ୍କ ସହ ବସିବା ଉଠିବା କରିଥାନ୍ତି। କେହି ଆଖି ବନ୍ଦ କରି ବସିନାହାଁନ୍ତି। ହୋଇନାହିଁ। ସମସ୍ତେ ଜାଣଛନ୍ତି କିଏ କଣ କରୁଛି।

ସୋମବାର ଅନୁଷ୍ଠିତ ହୋଇଥିବା ସଭାରେ ହୋଇଥିବା ଜୋତା ମାଡ଼ ଘଟଣାରେ ଟ୍ୱିଟ କରି ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା (Rajasthan Sports Minister Ashok Chandna), ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (Former Rajasthan Deputy Chief Minister) ସଚିନ ପାଇଲଟଙ୍କ (Sachin Pilot) ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ, "ଯଦି ସଚିନ ପାଇଲଟ ମୋ ଉପରେ ଜୋତା ଫିଙ୍ଗି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ହେଲେ ତାଙ୍କୁ ଯଥା ଶୀଘ୍ର ଏକଥା ଜଣାଇ ଦିଆଯିବା ଆବଶ୍ୟକ ଯେ ବର୍ତ୍ତମାନ ମୋର ଲଢେଇ କରିବାକୁ ମନ ନାହିଁ। ହେଲେ ଯେଉଁ ଦିନ ମୁଁ ଲଢିବାକୁ ଆସିବି ସେ ଦିନ କେବଳ ଜଣେ ବଞ୍ଚିବ। ହେଲେ ମୁଁ ଏହା ଚାହେଁ ନାହିଁ। " ଉଭୟ ସଚିନ ପାଇଲଟ ଏବଂ ଅଶୋକ ଚାନ୍ଦନା ଗୁର୍ଜର ସମୁଦାୟରୁ ଆସୁଛନ୍ତି। ମନ୍ତ୍ରୀ ଚାନ୍ଦନାଙ୍କ ଟ୍ୱିଟ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି କଂଗ୍ରେସ ନେତା ପାଇଲଟ।