Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
Trending Photos
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ବିଶେଷକରି, କୋରାପୁଟ, ଢେଙ୍କାନାଳ, ସମ୍ବଲପୁର ,ସୁନ୍ଦରଗଡ, କନ୍ଧମାଳ ଓ ଅନୁଗୁଳରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି। ହାଲୁକା ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି଼ ରହିବ ବୋଲି ଜଣାପଡିଛି।
Warning for the State.
ରାଜ୍ୟ ପାଇଁ ଚେତାବନୀ |
Day-1 to Day-3 : Dense Fog Warning
Day-4 & Day-5 : No Warning#Odisha #weatherforecast #warning pic.twitter.com/bJa8qq36DV— Meteorological Centre, Bhubaneswar (@mcbbsr) January 10, 2025
ALSO READ: Today Horoscope: ଦୂରଯାତ୍ରାରୁ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
ALSO READ: MLA Sofia Firdous Pics: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଧାୟିକା ସୋଫିଆ ଫିରଦୋସଙ୍କ ଏହିସବୁ ଫଟୋ, ଦେଖନ୍ତୁ
ଗୁରୁବାର ଜି. ଉଦୟଗିରିରେ ରାତି ତାପମାତ୍ରା ୫.୪ ଡିଗ୍ରୀ ରହିଥିଲା। ଫୁଲବାଣୀରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୯, ଦାରିଙ୍ଗିବାଡିରେ ୯, ସୁନ୍ଦରଗଡରେ ୯.୧, ଅନୁଗୁଳ ଓ କେନ୍ଦୁଝରରେ ୯.୬, ଭବାନୀପାଣଟା ଓ ଦାରିଙ୍ଗିବାଡିରେ ପାରଦ ୧୦ ଡିଗ୍ରୀ ରହିଥିଲା। ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ଓ ରାଉରକେଲାରେ ୯ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହା ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ରବିବାର ମଧ୍ୟ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୪ ଡିଗ୍ରୀରୁ ୧୫ ଡିଗ୍ରୀ ମଧ୍ୟରେ ରହିବ। ରବିବାର ଝାରସୁଗୁଡା, କେନ୍ଦୁଝର, କଳାହାଣ୍ତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ପୁରୀରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ।