Rajasthan Politics: 'ସଚିନ ପାଇଲଟଙ୍କ ଲାଗି ଖୋଲା ରହିଛି ଆମ ଦ୍ୱାର'
Advertisement
Article Detail0/zeeodisha/odisha1372095

Rajasthan Politics: 'ସଚିନ ପାଇଲଟଙ୍କ ଲାଗି ଖୋଲା ରହିଛି ଆମ ଦ୍ୱାର'

Rajasthan Political Crisis: ଯଦି କଂଗ୍ରେସ ବିଧାୟକ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଉଛନ୍ତି ତାହେଲେ ତାହେଲେ ବିଧାନସଭା ବାଚସ୍ପତି ସିପି ଯୋଶୀ ଏହାକୁ ଗ୍ରହଣ କରିବା ଆବଶ୍ୟକ। ଶାସକ ଦଳରେ ମତଭେଦ କାରଣରୁ ରାଜ୍ୟବାସୀ ଯନ୍ତ୍ରଣା ଭୋଗୁଛନ୍ତି। 

 Rajasthan Politics: 'ସଚିନ ପାଇଲଟଙ୍କ ଲାଗି ଖୋଲା ରହିଛି ଆମ ଦ୍ୱାର'

Rajasthan BJP on Sachin Pilot: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ସତର୍କ ନଜର ରଖିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ଏହି ପ୍ରସଙ୍ଗରେ ଦଳ Wait and Watch ନୀତି ଆପଣାଇଛି। ସଦ୍ୟ ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପାଇଁ ବିଜେପି ଦ୍ୱାର ସବୁବେଳେ ଖୋଲା ରହିଛି। 

ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ (Rajasthan BJP President Satish Poonia ) କହିଛନ୍ତି ଯେ ସଚ୍ଚିନ ପାଇଲଟଙ୍କୁ (Sachin Pilot) ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ (Next Rajasthan Chief Minister) ନିଯୁକ୍ତ କରିବାର ସମ୍ଭାବ୍ୟ ପଦକ୍ଷେପ ନେଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ (Rajasthan Chief Minister Ashok Gehlot) ପ୍ରତି ବିଶ୍ୱସ୍ତ ରହିଥିବା ଅନେକ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯିବା ଆବଶ୍ୟକ।

ସୋମବାର ଏନେଇ ପ୍ରତିକ୍ରିୟା ରଖି ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି ଯେ ଯଦି କଂଗ୍ରେସ ବିଧାୟକ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଉଛନ୍ତି ତାହେଲେ ତାହେଲେ ବିଧାନସଭା ବାଚସ୍ପତି ସିପି ଯୋଶୀ (Rajasthan Assembly Speaker CP Joshi) ଏହାକୁ ଗ୍ରହଣ କରିବା ଆବଶ୍ୟକ। ଶାସକ ଦଳରେ ମତଭେଦ କାରଣରୁ ରାଜ୍ୟବାସୀ ଯନ୍ତ୍ରଣା ଭୋଗୁଛନ୍ତି। 

Also Read: Rajasthan Politics: ଭାରୀ ପଡିଗଲେ ଅଶୋକ ଗେହୋଲତ, ପଛରେ ପଡି଼ଗଲେ ସଚିନ ପାଇଲଟ

କଂଗ୍ରେସ ନେତା ସଚିନ ପାଇଲଟଙ୍କ ବାବଦରେ ପ୍ରତିକ୍ରିୟା ରଖି ରାଜସ୍ଥାନ ବିଜେପି ସଭାପତି କହିଛନ୍ତି ଯେ ତାଙ୍କ ପାଇଁ ଦଳର ଦ୍ୱାର ବନ୍ଦ ନାହିଁ। ହେଲେ ବର୍ତ୍ତମାନ ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ୱ ନେବେ। ଯଦି ଏପରି ପରିସ୍ଥିତି ଉପୁଜେ ତାହେଲେ ଦଳୀୟ ନେତୃତ୍ୱ ଏହା ଉପରେ ନିଷ୍ପତ୍ତି ନେବେ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜସ୍ଥାନ ବିରୋଧି ଦଳ ଉପ ନେତା (Rajasthan Deputy Leader of Opposition) ତଥା ବିଜେପି ବିଧାୟକ ରାଜେନ୍ଦ୍ର ରାଠୋର (BJP MLA Rajendra Rathore) କହିଛନ୍ତି ଯେ ବର୍ତ୍ତମାନ ନିଷ୍ପତ୍ତି ବିଧାନସଭା ବାଚସ୍ପତିଙ୍କ ହାତରେ ରହିଛି। ଯେଉଁ ଦିନ ବାଚସ୍ପତି ତାଙ୍କ କର୍ତ୍ତବ୍ୟ ଅନୁଯାୟୀ ଇସ୍ତଫା ଗ୍ରହଣ କରିବେ, ସେତେବେଳେ ବିଜେପି କୌଣସି ନିଷ୍ପତ୍ତି ନେବ। ଏହା ପୂର୍ବରୁ ଆମେ କଂଗ୍ରେସ ଦ୍ୱାରା ହେବାକୁ ଥିବା ଖେଳ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଏହା ଦୁର୍ଭାଗ୍ୟଜନକ ଯେ କଂଗ୍ରେସକୁ ଭୋଟ୍ ଦେଇଥିବା ରାଜ୍ୟବାସୀଙ୍କୁ ଦେଖିଲେ ଆମେ ଦୟା ମନୋଭାବ ଆସୁଛି।

Also Read: Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ

କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ପ୍ରଶଂସା କରି ବିଜେପି ବିଧାୟକ ରାଜେନ୍ଦ୍ର ରାଠୋର କହିଛନ୍ତି ଯେ ଗତ ଦେଢ ବର୍ଷ ଧରି କୌଣସି ଭୁଲ ବିବୃତ୍ତି ଦେଇ ନ ଥିବାରୁ  ମୁଁ ତାଙ୍କର ପ୍ରଶଂସା କରିବି। ଯଦିଓ ତାଙ୍କୁ ଏକ ନାମ ଦିଆଯାଇଥିଲା, ତଥାପି ସେ  ଧୈର୍ଯ୍ୟ ଧରି ଚୁପ୍ ରହିଲେ। ରାଜସ୍ଥାନରେ କ୍ଷମତାସୀନ ଦଲୀୟ ସରକାରରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ବାବଦରେ କଂଗ୍ରେସ ହାଇ କମାଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।