Operation Lotus: ଆପ କୁ ଘାରିଲା ଗୋଆ ଡର, ପଞ୍ଜାବରେ ନେଲା ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1353386

Operation Lotus: ଆପ କୁ ଘାରିଲା ଗୋଆ ଡର, ପଞ୍ଜାବରେ ନେଲା ଏହି ବଡ଼ ନିଷ୍ପତ୍ତି

Operation Lotus in Punjab: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ଯେ ବିଜେପି ଦ୍ୱାରା କରାଯାଇଥିବା 'ଅପରେସନ୍ ଲୋଟସ୍' ପୂର୍ବରୁ ଦିଲ୍ଲୀରେ ବିଫଳ ହୋଇଥିଲା। ଯେଉଁଠି ବିଜେପି ଆପ ବିଧାୟକଙ୍କୁ କିଣିପାରି ନାହିଁ। ଦିଲ୍ଲୀ ପରେ ବର୍ତ୍ତମାନ ପଞ୍ଜାବ ଆପ ବିଧାୟକଙ୍କ ଉପରେ ନଜର ପକାଇଛି ବିଜେପି। 

 Operation Lotus: ଆପ କୁ ଘାରିଲା ଗୋଆ ଡର, ପଞ୍ଜାବରେ ନେଲା ଏହି ବଡ଼ ନିଷ୍ପତ୍ତି

Punjab Politics: ଗୋଆ କଂଗ୍ରେସ ବିଧାୟକ ଏବଂ ଡାମନ ଡିଉ ଜେଡିୟୁ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ଦଳ ପରିବର୍ତ୍ତନ କରିବାକୁ ଭୟଭୀତ ହୋଇ ଉଠିଛି ଆମ ଆଦମୀ ପାର୍ଟି। ପଞ୍ଜାବ ରାଜନୀତିରେ ଏହି ଘଟଣାକ୍ରମ ପୁନରାବୃତ୍ତି ହୋଇପାରେ ବୋଲି ସନ୍ଦେହ କରୁଛି ଦଳ। ଦଳୀୟ ବିଧାୟକଙ୍କୁ କିଣିବା ଲାଗି ବିଭିନ୍ନ ପ୍ରକାର ପ୍ରଲୋଭନ ଦିଆାଉଛି। ସେମାନଙ୍କୁ ୨୫-୨୫ କୋଟି ଟଙ୍କା ଦିଆଯିବା ସହ ଦଳରେ ଭଲ ପହବୀ ଦିଆଯିବ ବୋଲି କୁହାଯାଇଛି। ପଞ୍ଜାବ ବିଧାନସଭାରେ ବିରୋଧି ଆସନରେ ବସିଥିବା ବିଜେପି ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛି ରାଜ୍ୟରେ କ୍ଷମତାସୀନ ଆପ।    

ଏହି ମାମଲାରେ ଯାଞ୍ଚ କରିବା ସହ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକଙ୍କ (Punjab Police DG) ନିକଟରେ ଦାବି କରିଛି ରାଜ୍ୟର କ୍ଷମତାସୀନ ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP)। ରାଜ୍ୟ ଅର୍ଥ ମନ୍ତ୍ରୀ ହରପାଲ ସିଂହ ଚୀମାଙ୍କ (Punjab Finance Minister Harpal Singh Cheema) ନେତୃତ୍ୱରେ ଆପ୍ ବିଧାୟକ (Punjab AAP MLA) ଦଳ ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବଙ୍କୁ ଭେଟିଛନ୍ତି। ସମସ୍ତ ପ୍ରମାଣ ସହିତ ଏକ ଆନୁଷ୍ଠାନିକ ଅଭିଯୋଗ ଡିଜିପି ଙ୍କ ପାଖରେ ଦାଖଲ କରିଛି ଶାସକ ଦଳ। 

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପଞ୍ଜାବ ମନ୍ତ୍ରୀ ହରପାଲ ସିଂହ ଚୀମା କହିଛନ୍ତି ଯେଉଁ ରାଜ୍ୟରେ ବିଜେପି (BJP) ସରକାର ଗଠନ କରି ପାରିନାହିଁ ସେଠାରେ ବର୍ତ୍ତମାନ ଭୟ-ଲୋଭ ଦେଖାଇ ବିଧାୟକଙ୍କୁ ଭାଙ୍ଗିବା ପାଇଁ ଏକ ଅଭିଯାନ ଚାଲିଛି। ରାଜ୍ୟର ପଶ୍ଚିମ ଜଳନ୍ଧର ଆସନ ଦଳୀୟ ବିଧାୟକ ଶୀତଲ ଅଙ୍ଗୁରଲଙ୍କୁ ହତ୍ୟା କରିବାକୁ ଧମକ ଦିଆଯିବା ପରେ ବିଜେପି ନେତା ତଥା ଏଜେଣ୍ଟ ବିରୋଧରେ ଅଭିଯୋଗ ଦାଏର କରାଯାଇଛି।

ରାଜ୍ୟର କ୍ଷମତାସୀନ ଆପ ସରକାରକୁ ହଟାଇବା ପାଇଁ ବିଜେପି ଏଜେଣ୍ଟ ୩୫ ଜଣ ଆପ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରିଛନ୍ତି। ଏନେଇ ବିଜେପି ନେତା ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିଜର ମୋହରା ବନାଇଛନ୍ତି। ସେମାନଙ୍କ ମାଧ୍ୟମରେ ଚଢାଉ କରାଯାଇ ବିରୋଧି ଦଳର ନେତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ହେଲେ ପଞ୍ଜାବ ରାଜନୀତିରେ (Punjab Politics) ବିଜେପି ଦ୍ୱାରା କରାଯିବାକୁ ଥିବା 'ଅପରେସନ୍ ଲୋଟସ୍' (Operation Lotus) ସମ୍ପୂର୍ଣ୍ଣ ବିଫଳ ହୋଇଛି। ଅନ୍ୟ ରାଜ୍ୟରେ ଆମ ଦଳର ବଢୁଥିବା ଲୋକପ୍ରିୟତାକୁ ନେଇ ବିଜେପି ଭୟଭୀତ ହୋଇଉଠିଛି। ସେଥିପାଇଁ ବିଜେପି ଏଭଳି କାରନାମା କରୁଛି। ପଞ୍ଜାବ ରାଜନୀତିରେ କରୁଥିବା ଷଡଯନ୍ତ୍ରରେ ବିଜେପି କଦାପି ସଫଳ ହେବ ନାହିଁ। ଏଥିପାଇଁ ୨୨୦୦ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି ବିଜେପି। ଅରବିନ୍ଦ କେଜ୍ରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟିର ବିଶ୍ୱସ୍ତ କର୍ମକର୍ତ୍ତା ପଥର ଭଳି ଠିଆ ହୋଇଛନ୍ତି ବୋଲି କହିଛନ୍ତି ପଞ୍ଜାବ ଅର୍ଥମନ୍ତ୍ରୀ। 

Also Read: Arvind Kejriwal: 'ଦିଲ୍ଲୀରେ ଅପରେସନ ଲୋଟସ ହୋଇଛି ବିଫଳ'

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ (Punjab CM Bhagwant Mann) କହିଛନ୍ତି ଯେ ବିଜେପି ଦ୍ୱାରା କରାଯାଇଥିବା 'ଅପରେସନ୍ ଲୋଟସ୍' ପୂର୍ବରୁ ଦିଲ୍ଲୀରେ ବିଫଳ ହୋଇଥିଲା। ଯେଉଁଠି ବିଜେପି ଆପ ବିଧାୟକଙ୍କୁ କିଣିପାରି ନାହିଁ।  ଦିଲ୍ଲୀ ପରେ ବର୍ତ୍ତମାନ ପଞ୍ଜାବ ଆପ ବିଧାୟକଙ୍କ ଉପରେ ନଜର ପକାଇଛି ବିଜେପି। ଏଥିପାଇଁ  ଦଳର ୬-୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି। ଦଳୀୟ ବିଧାୟକଙ୍କୁ ଟଙ୍କା ଦିଆଯାଇଥିଲା  ମଧ୍ୟ ତାହା ମଧ୍ୟ ବିଫଳ ହୋଇଥିଲା।

ବୁଧବାର ପଞ୍ଜାବ ପୋଲିସ ବୁଧବାର ଦିନ ଆପ ବିଧାୟକ କିଣିବାକୁ ଚେଷ୍ଟା କରାଯିବା ଘଟଣାରେ ଏକ ମାମଲା ରୁଜୁ କରିଛି। ପଞ୍ଜାବ ପୋଲିସ ମୁଖପାତ୍ର କହିଛନ୍ତି ଯେ ରାଜ୍ୟର କିଛି ବିଧାୟକଙ୍କ ଅଭିଯୋଗ ପରେ ପଞ୍ଜାବ ପୋଲିସ ଦୁର୍ନୀତି ନିବାରଣ ଆଇନ ଏବଂ ଧାରା 171-B ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୭୧ ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକରଣ କରିଛି। ମାମଲା ପଞ୍ଜୀକରଣ କରିବା ପରେ ଏହି ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଏହି ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସ ଆପ ସରକାରକୁ ଟାର୍ଗେଟ କରିଛି। କଂଗ୍ରେସ, ଆପ୍ ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ ଦେଇ କହିଛି ଯେ ​ଯଦି ତାଙ୍କ ଦଳର ବିଧାୟକ ବିକ୍ରୟ ହୋଇଯିବାର ଆଶଙ୍କା ରହିଛି ତାହେଲେ ହାଇକୋର୍ଟ  ତତ୍ତ୍ୱାବଧାନରେ ଏକ ସ୍ୱାଧୀନ ଏଜେନ୍ସି ଦ୍ୱାରା ଏହାର ଯାଞ୍ଚ କରାଯାଉ। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଶାସକ ଦଳର ଦାବିକୁ ସବୁଠାରୁ ହାସ୍ୟାସ୍ପଦ ବୋଲି କହି ଏହି ଅଭିଯୋଗର ସିବିଆଇ ତଦନ୍ତ ଦାବି କରିଛନ୍ତି। ଆପ୍ ସରକାର ପଞ୍ଜାବୀଙ୍କ ସହ ଖେଳୁଛି। ରାଜ୍ୟରେ ମଦ ନୀତିରେ ଆମ୍ ଆଦମୀ ପାର୍ଟି ସରକାର କରିଥିବା ଦୁର୍ନୀତିରୁ ଲୋକଙ୍କ ନଜର ହଟାଇବାକୁ ଚାହୁଁଛି।