Bhagwant Mann: 'ବିଦେଶରେ ବେଜ୍ଜିତ୍ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ବିମାନରେ ମଦ ପିଇ ଚୁର୍'
Advertisement

Bhagwant Mann: 'ବିଦେଶରେ ବେଜ୍ଜିତ୍ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ବିମାନରେ ମଦ ପିଇ ଚୁର୍'

Bhagwant Mann Drunked: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଜର୍ମାନରୁ ଫେରୁଥିବା ବେଳେ ଶେଷରେ ଅଧାବାଟରୁ ତାଙ୍କୁ ବିମାନ ଛାଡିବାକୁ ପଡିଥିଲା। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, ମାନ ନିଷାରେ ଥିବା ହେତୁ ଫ୍ରାଙ୍କଫର୍ଟ ଠାରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।

Bhagwant Mann: 'ବିଦେଶରେ ବେଜ୍ଜିତ୍ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ବିମାନରେ ମଦ ପିଇ ଚୁର୍'

Bhagwant Mann Drunked: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ (Punjab CM Bhagwant Mann) ଜର୍ମାନରୁ ଫେରୁଥିବା ବେଳେ ଶେଷରେ ଅଧାବାଟରୁ ତାଙ୍କୁ ବିମାନ ଛାଡିବାକୁ ପଡିଥିଲା। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, ମାନ ନିଷାରେ ଥିବା ହେତୁ ଫ୍ରାଙ୍କଫର୍ଟ ଠାରେ ତାଙ୍କୁ ବିମାନ (Flight)ରୁ ଓହ୍ଲାଇ ଦିଆଯାଇଥିଲା। ଏହା ବ୍ୟତୀତ ବିରୋଧୀ ଦଳର ନେତାମାନେ ମଧ୍ୟ ସମାନ ଅଭିଯୋଗ କରୁଛନ୍ତି। ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ଟ୍ୱିଟ୍ କରି କହିଛନ୍ତି ଯେ, ସହ-ଯାତ୍ରୀଙ୍କ ଦ୍ବାରା ଆସିଥିବା ଗଣମାଧ୍ୟମ (Media) ରିପୋର୍ଟରେ କୁହାଯାଇଛି ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଲୁଫ୍ଥାନ୍ସା ବିମାନ (Lufthansa Airlines)ରୁ ଓହ୍ଲାଇ ଦିଆଯାଇଥିଲା, କାରଣ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ଚାଲିବା ଅବସ୍ଥାରେ ମଧ୍ୟ ନଥିଲେ। ଏଭଳି ଖବର ପଞ୍ଜାବୀଙ୍କୁ ଅପମାନିତ କରିଛି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ମାଲବିନ୍ଦର ସିଂ କାଙ୍ଗ କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କ ଏହା ଏକ ଷଡଯନ୍ତ୍ର। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିରୋଧୀ ଦଳଙ୍କ ଦ୍ୱାରା ହଜମ ହେଉନାହିଁ। 

ଅନଲାଇନ୍ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ, ମାନ ୧୧ରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଥିଲେ। ତାଙ୍କର ଫେରିବା ବିମାନ ୧୮ ତାରିଖରେ ଥିଲା। ରିପୋର୍ଟରେ ଦାବି କରାଯାଇଛି, ଅସୁସ୍ଥତା କାରଣରୁ ସେ ବିମାନ ଧରି ନଥିରେ। ସୂତ୍ରରୁ ପ୍ରକାଶ ରିପୋର୍ଟରେ କୁହାଯାଇଛି ଯେ, ମାନ ଏବଂ ତାଙ୍କ ଅଧିକାରୀ ଦଳ ନିର୍ଦ୍ଧାରିତ ସମୟରେ ବୁକ୍ ହୋଇଥିବା ବିମାନରେ ବସି ନଥିଲେ। ଭାରତୀୟ ବାଣିଜ୍ୟ ଦୂତାବାସ କଥିତ ବୟାନ ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କୁ ଏୟାରପୋର୍ଟରୁ ନେବା ପାଇଁ ପୁଣି କେବ୍ ଡକାଯାଇଥିଲା କାରଣ, ସେ ବିମାନରେ ଚଢିନଥିଲେ। 

 

ସୋସିଆଲ ମିଡିଆ ଦାବି କରିଛି ଯେ, ମାନ ନିଷାରେ ଥିବା କାରଣରୁ ଫ୍ରାଙ୍କଫର୍ଟରେ ବିମାନରୁ ତାଙ୍କୁ ଓହ୍ଲାଇ ଦିଆଯାଇଥିଲେ। ଆମ୍ ଆଦମୀ ପାର୍ଟି (AAP) ରାଜନୈତିକ ବିରୋଧୀଙ୍କ ଅଭିଯୋଗକୁ ଦୃଢ ଭାବରେ ଅସ୍ୱୀକାର କରୁଛି ଯେ ମଦ୍ୟପାନ ହେତୁ ମାନଙ୍କୁ ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଛି। ସେମାନେ ଏହାକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି। କିନ୍ତୁ, ଫ୍ରାଙ୍କଫର୍ଟରୁ ଦିଲ୍ଲୀକୁ ଆସୁଥିବା ଲୁଫ୍ଥାନ୍ସା LH 760 ବିମାନର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ନିଷାରେ ଥିବା କାରଣରୁ ଫ୍ରାଙ୍କଫର୍ଟରେ ଓହ୍ଲାଥିଲେ।

 

ବିଜେପି ସାଂସଦ ପରବେଶ ସାହେବ ସିଂ ବର୍ମା ଏକ ଟୁଇଟ କରି ସିଏମ ଭଗବନ୍ତ ମାନଙ୍କ ଉପରେ ଅପତ୍ତି କରିଛନ୍ତି। ବର୍ମା ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଯେ, ଭଗଓ୍ବନ୍ତ ମାନ କେଜ୍ରିୱାଲଙ୍କୁ ଭାରତରେ ମଦକୁ ହାତରେ ନଗାଇବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ବିଦେଶରେ ନୁହେଁ। କେଜ୍ରିୱାଲଙ୍କ ଆଗରେ ଭଗଓ୍ବନ୍ତ ମାନ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମଦ୍ୟପାନ କରିବେ ନାହିଁ। କେଜ୍ରିୱାଲ ମଧ୍ୟ ଏକ ରାଲିରେ ଏହି କଥା କହିଥିଲେ। ଆପର ମୁଖ୍ୟ ପ୍ରବକ୍ତା ମାଲବିନ୍ଦର ସିଂହ କାଙ୍ଗ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ସିଏମଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କ ଏହା ଏକ ମଇଳା କୁ-ଷଡଯନ୍ତ୍ର । ଏହି ଗୁଜବ ପ୍ରଚାର କରାଯାଉଛି। ପଞ୍ଜାବରେ ପୁଞ୍ଜି ବିନିଯୋଗ ପାଇବା ପାଇଁ ସିଏମ୍ ମାନ କଠିନ ପରିଶ୍ରମ କରୁଥିବାରୁ ସେମାନେ ଏହାକୁ ହଜମ କରିବାରେ ଅସମର୍ଥ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମପୁଖ୍ୟମନ୍ତ୍ରୀ ଫେରୁଛନ୍ତି। ରବିବାର ରାତିରେ ସେ ଏଠାରେ ଓହ୍ଲାଇବାର ଥିଲା ଏବଂ ସେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି।