Bihar Politics: ରାଜ୍ୟରେ କେତେ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବ ୭ ଦଳିଆ ସରକାର?
Advertisement
Article Detail0/zeeodisha/odisha1312702

Bihar Politics: ରାଜ୍ୟରେ କେତେ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବ ୭ ଦଳିଆ ସରକାର?

Bihar Politics: ଗଣମାଧ୍ୟମରେ ପ୍ରତିକ୍ରିୟା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମହାମେଣ୍ଟ ସରକାରରେ ସାମିଲ ହୋଇଥିବା ୭ ଦଳ ଏକାଠି ରହିପାରନ୍ତି। ମାତ୍ର ଆସନ୍ତା ୨୦୨୫ ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଏକାଠି ରହିବା ଉପରେ ସନ୍ଦେହ ସୃଷ୍ଟି ହେଉଛି।

 Bihar Politics: ରାଜ୍ୟରେ କେତେ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବ ୭ ଦଳିଆ ସରକାର?

Prashant Kishor targets Nitish Kumar: ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ମହାମେଣ୍ଟ ସରକାରର ସ୍ଥାୟୀତ୍ୱ ଉପରେ ସନ୍ଦେହ ପ୍ରକଟ କରି ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ତଥା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ୭ ଦଳୀୟ ସରକାର କ୍ଷମତାରେ ରହିବା ନେଇ ମନେ ହେଉନାହିଁ।

ବିହାରର (Bihar) ସମସ୍ତିପୁର (Samastipur) ଜିଲ୍ଲାରେ ଗଣମାଧ୍ୟମରେ ପ୍ରତିକ୍ରିୟା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (Election Strategist Prashant Kishor) କହିଛନ୍ତି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ପର୍ଯ୍ୟନ୍ତ ମହାମେଣ୍ଟ ସରକାରରେ ସାମିଲ ହୋଇଥିବା ୭ ଦଳ ଏକାଠି ରହିପାରନ୍ତି। ମାତ୍ର ଆସନ୍ତା ୨୦୨୫ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2025) ପର୍ଯ୍ୟନ୍ତ ସେମାନେ ଏକାଠି ରହିବା ଉପରେ ସନ୍ଦେହ ସୃଷ୍ଟି ହେଉଛି। ମହାମେଣ୍ଟ ସରକାରଙ୍କ (Bihar Grand Alliance Govt) ସ୍ଥାୟୀତ୍ୱ ଉପରେ ମତ ରଖି ସେ କହିଛନ୍ତି ଯେ ଗତ ୨୦୧୨ ବର୍ଷ ପର ଠାରୁ ବିହାର ରାଜନୀତିରେ (Bihar Politics) ଏହା ହେଉଛି ଷଷ୍ଠ ପରୀକ୍ଷଣ ଯେଉଁ କାରଣରୁ ସରକାର ବଦଳି ଯାଇଛି। ବିହାରରେ ବାରମ୍ବାର ସରକାର ପରିବର୍ତ୍ତନ ରାଜ୍ୟର ବିକାଶ ଉପରେ ଖରାପ ପ୍ରଭାବ ପକାଇଛି। ରାଜ୍ୟରେ ବିକାଶର ଗତି ମନ୍ଥର ହୋଇଯାଇଛି।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ (Bihar CM Nitish Kumar) କଟାକ୍ଷ କରି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି ମୁଖ୍ୟମନ୍ତ୍ରୀ ଗାଦି ଉପରେ ଅଠା ଭଳି ଲାଗି ଯାଇଛନ୍ତି। ୨୦୧୪ ବର୍ଷର ନୀତୀଶ କୁମାର ଏବଂ ୨୦୨୦ ବର୍ଷର ନୀତୀଶ କୁମାରଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ଯାହାର ଉଦାହରଣ ଜେଡିୟୁର ନିର୍ବାଚନ ଫଳାଫଳାରେ ଦେଖିବାକୁ ମିଳିପାରେ। 

ଆଗାମୀ ଦିନରେ ବିହାର ରାଜନୀତିରେ ତାଙ୍କର ଭୂମିକା କ'ଣ ହେବ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏନେଇ ସେ କହିଛନ୍ତି ବିହାରର ସାମଗ୍ରିକ ବିକାଶ ପାଇଁ ସେ ଏକ ରଣନୀତୀ ପ୍ରସ୍ତୁତ କରିବେ। ଯେଉଁଥିରେ ରାଜ୍ୟର ସମସ୍ୟା କ'ଣ ଏବଂ କିପରି ଏହାର ସମାଧାନ କରାଯାଇ ପାରିବ ତାହାର ଉପାୟ ରାଜ୍ୟବାସୀଙ୍କୁ କୁହାଯିବ। ଆସନ୍ତା ଅକ୍ଟୋବର ୨ ତାରିଖରୁ ମୁଁ ମୋର ପଦଯାତ୍ରା ଆରମ୍ଭ କରାଯିବ। ଏହା ଅଧିନରେ ମୁଁ  ବିହାରର ଗାଁ ଗଣ୍ଡା ପରିଦର୍ଶନ କରି ରାଜ୍ୟବାସୀଙ୍କୁ ରାଜ୍ୟର ପ୍ରକୃତ ପ୍ରସଙ୍ଗ ବାବଦରେ ଅବଗତ କରାଇ ପାରିବି।

Also Read: Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ କଟାକ୍ଷ

 

ପାଦଯାତ୍ରା ପରେ ଜନ ସୁରାଜ ଅଭିଯାନ ସହ ଆଗକୁ ବଢିବାକୁ ପ୍ରସ୍ତୁତ ରହିଥିବା ଲୋକଙ୍କୁ ନେଇ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ଉଦ୍ୟମ କରାଯିବ। ଏହା ପରେ ଏକ ରାଜନୈତିକ ଦଳ ଗଠନ କରାଯିବ କି ନାହିଁ ତାହା ସ୍ଥିର ହେବ। ସମସ୍ତ ଲୋକ ଏକାଠି ହୋଇ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବେ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଏବଂ ସାମୂହିକ ଉପାୟରେ କରାଯିବ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ପ୍ରଶାନ୍ତ କିଶୋରଙ୍କ ଦଳ ହେବେ ନାହିଁ। ସେହି ଦଳ ସେହି ସମସ୍ତ ଲୋକଙ୍କୁ ନେଇ ହେବେ ଯେଉଁମାନେ ଏହି ଚିନ୍ତାଧାରାରେ ଯୋଗଦେବେ ଏବଂ ଏହାର ଗଠନରେ ଯୋଗଦାନ କରିବେ।