Delhi CM On Gujarat Campaign: ଅଧା ରାସ୍ତାରେ କେଜ୍ରିଓ୍ବାଲଙ୍କ ଅଟୋକୁ ଅଟକାଇଲା ପୋଲିସ, ଜାଣନ୍ତୁ ସେଥିରେ କ'ଣ ଥିଲା?
Advertisement

Delhi CM On Gujarat Campaign: ଅଧା ରାସ୍ତାରେ କେଜ୍ରିଓ୍ବାଲଙ୍କ ଅଟୋକୁ ଅଟକାଇଲା ପୋଲିସ, ଜାଣନ୍ତୁ ସେଥିରେ କ'ଣ ଥିଲା?

Arvind Kejriwal Vs Gujarat Police: ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assemby Election) ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal)। ସେ ଅଟୋ ଯୋଗେ ଯାଉଥିବା ବେଳେ ପୋଲିସ (Police) ସହ ଯୁକ୍ତିତର୍କ ହୋଇଯାଇଛି।

ଫାଇଲ୍ ଫଟୋ

Arvind Kejriwal Vs Gujarat Police: ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assemby Election) ପାଇଁ ପ୍ରଚାରରେ ବ୍ୟସ୍ତ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal)। ସେ ଅଟୋ ଯୋଗେ ଯାଉଥିବା ବେଳେ ପୋଲିସ (Police) ସହ ଯୁକ୍ତିତର୍କ ହୋଇଯାଇଛି। AAPର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ, ଅହମ୍ମଦାବାଦର ଏକ ହୋଟେଲରୁ ଜଣେ ଅଟୋ ଢ୍ରାଇଭର ଘରେ ଖାଇବା ପାଇଁ ତାଙ୍କ ସହିତ ଅଟୋରେ ବସି ଯାଉଥିଲେ। କିନ୍ତୁ ପୋଲିସ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅଟକାଇଥିଲା। ସେହି ସମୟରେ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହେଲା। ଭିଡିଓରେ ଏହା ଶୁଣିବାକୁ ମିଳୁଛି ଯେ, ସିଏମ କେଜ୍ରିୱାଲ କହୁଛନ୍ତି, ତୁମେ ମୋତେ ବନ୍ଦି କରୁଛ। ମୁଁ ଲୋକମାନଙ୍କର ଜଣେ ପ୍ରତିନୀଧି, ଆମକୁ ସୁରକ୍ଷା ଦରକାର ନାହିଁ।

ସିଏମ କେଜ୍ରିୱାଲ ପୋଲିସକୁ କହୁଛନ୍ତି, "ଆପଣ ସୁରକ୍ଷା କଣ ଦେବ, ଏହା ଏକ ପ୍ରହସନ, ଆପଣକୁ ଲାଜ ଲାଗିବା କଥା। ଏହି ସମୟରେ ପୋଲିସ ଅଧିକାରୀ ଉତ୍ତର ଦେଉଛନ୍ତି ଯେ, ଏହା ପ୍ରୋଟୋକଲ୍। ଏହା ଉପରେ ସିଏମ୍ କେଜ୍ରିୱାଲ କହୁଛନ୍ତି, ''ଆମେ ଆପଣଙ୍କର ପ୍ରୋଟୋକଲ୍ ଏବଂ ଆପଣଙ୍କର ସୁରକ୍ଷା ଚାହୁଁ ନାହୁଁ। ଆପଣ ମୋତେ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅଟକାଇ ପାରିବେ ନାହିଁ। ମୁଁ ଆପଣଙ୍କର ସୁରକ୍ଷା ଚାହୁଁନାହିଁ। ଆପଣଙ୍କ ସୁରକ୍ଷା ଯାଇ ଆପଣଙ୍କ ମନ୍ତ୍ରୀ ମାନଙ୍କୁ ଦିଅନ୍ତୁ, ଯେଉଁମାନେ ଜନସାଧାରଣଙ୍କ ନିକଟକୁ ଯାଉନାହାନ୍ତି। ଆପଣ ମୋତେ ଗିରଫ କରିପାରିବେ ନାହିଁ।"

କେଜ୍ରିୱାଲଙ୍କୁ ଅଟକାଇବାକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଜେପି ବାଲା ଜନତାଙ୍କ ନେତାଙ୍କୁ ଜନତାଙ୍କ ପାଖକୁ ଯିବାକୁ ଅଟକାଉଛନ୍ତି।

କେଜ୍ରିୱାଲଙ୍କୁ ରାସ୍ତାରେ ଅଟକାଇବାକୁ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ (Sanjay Singh) କହିଛନ୍ତି, ଏହା କି ପ୍ରକାର ଦାଦାଗିରି? ତିନିଥର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଯିବାକୁ ଦିଆଯାଉ ନାହିଁ। ଏହି ହତାଶା ଭାବ ଦର୍ଶାଉଛି ଯେ, ଗୁଜୁରାଟରେ ବିଜେପି ହରୁଛି।