Odisha Politics: ଜଗବନ୍ଧୁ ମାଝୀଙ୍କ ଠାରୁ ଆରମ୍ଭ କରି ନବ ଦାସ, ଯେବେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ରାଜନେତା
Advertisement

Odisha Politics: ଜଗବନ୍ଧୁ ମାଝୀଙ୍କ ଠାରୁ ଆରମ୍ଭ କରି ନବ ଦାସ, ଯେବେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ରାଜନେତା

Odisha Political Assassination: ଯଦିଓ ରାଜନୈତିକ ହିଂସାକାଣ୍ଡ ଭଳି ଘଟଣା ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ କମ ଘଟିଛି। ହେଲେ ଗତ ୨୦୦୦ ମସିହା ପର ଠାରୁ ରାଜ୍ୟରେ ଅତି କମରେ ୫ ଜଣ ନିର୍ବାଚିତ ଜନପ୍ରତିନିଧିଙ୍କୁ ଗୁଳିମାଡ଼ କରାଯାଇଛି। ଗୁଳିମାଡ଼ରୁ ଅନେକ ବର୍ତ୍ତି ଯାଇଥିବା ବେଳେ ଅନେକ ପ୍ରାଣ ହରାଇଛନ୍ତି।   

 
 

 Odisha Politics: ଜଗବନ୍ଧୁ ମାଝୀଙ୍କ ଠାରୁ ଆରମ୍ଭ କରି ନବ ଦାସ, ଯେବେ ଗୁଳିମାଡ଼ରେ ଟଳି ପଡ଼ିଥିଲେ ରାଜନେତା

Political Assassination in Odisha: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ମୃତ୍ୟୁକୁ ନେଇ ସମଗ୍ର ଓଡ଼ିଶା ସ୍ତବ୍ଧ ହୋଇଉଠିଛି। ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ଯେତେବେଳେ ଯେବେ ଗୁଳିମାଡ଼ରେ ରାଜନେତା ଟଳି ପଡ଼ିଛନ୍ତି। ଏହି ଘଟଣା ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ରାଜନେତାଙ୍କ ଉପରେ ହୋଇଥିବା ଅନେକ ମାରାତ୍ମକ ବନ୍ଧୁକ ଆକ୍ରମଣକୁ ମନେ ପକାଇ ଦେଇଥାଏ। 
ଯଦିଓ ରାଜନୈତିକ ହିଂସାକାଣ୍ଡ ଭଳି ଘଟଣା ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ କମ ଘଟିଛି। ହେଲେ ଗତ ୨୦୦୦ ମସିହା ପର ଠାରୁ ରାଜ୍ୟରେ ଅତି କମରେ ୫ ଜଣ ନିର୍ବାଚିତ ଜନପ୍ରତିନିଧିଙ୍କୁ ଗୁଳିମାଡ଼ କରାଯାଇଛି। ଗୁଳିମାଡ଼ରୁ ଅନେକ ବର୍ତ୍ତି ଯାଇଥିବା ବେଳେ ଅନେକ ପ୍ରାଣ ହରାଇଛନ୍ତି।   

ଓଡ଼ିଶାରେ ରାଜନେତାଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣା

ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଧାନସଭା ଆସନର ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀ ଓଡିଶାର ପ୍ରଥମ ରାଜନେତା ଯାହାଙ୍କ ଉପରେ ଗୁଳିମାଡ କରାଯାଇଥିଲା। ଗତ ୨୦୧୧ ବର୍ଷରେ ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ   ଉପରେ ହୋଇଥିଲା ଗୁଳିମାଡ଼। ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଗରିବ ଆଦିବାସୀଙ୍କୁ ଜମି ପଟ୍ଟା ବାଣ୍ଟିବା ବେଳେ ଗୁଳିମାଡ଼ର ଶୀକାର ହୋଇ ପ୍ରାଣ ହରାଇଥିଲେ ବିଧାୟକ। ଏହି ଘଟଣା ଘଟିବାର ୧୯ ଦିନ ପରେ ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା ମାଓବାଦୀ ସଙ୍ଗଠନ। ସ୍ଥାନୀୟ ଖବରକାଗଜ ମାଧ୍ୟମରେ ଦାବି କରିଛି ଯେ ସିପିଆଇ ମୈନ୍ପୁରୀ ଡିଭିଜନ୍ ଦାବି କରିଥିଲା ଯେ ବିଧାୟକଙ୍କ ଜଣଙ୍କ ମାଓ ସଙ୍ଗଠନ ନାମରେ ଟଙ୍କା ସଂଗ୍ରହ କରୁଥିଲେ। ମାଓ ସଙ୍ଗଠନର ଭାବମୂର୍ତ୍ତିକୁ ଅପବିତ୍ର କରି ୧୨ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପାଇଁ ମାଓବାଦୀଙ୍କୁ ଦାୟୀ କରାଯାଇଥିଲା। ପରେ ଛତିଶଗଡ ମେୈନପୁର ଡିଭିଜନ ସଦସ୍ୟ ଜାନି ସାଲେମ ଗତ ୨୦୧୪ ବର୍ଷରେ ଆନ୍ଧ୍ର ପ୍ରଦେଶ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା।

ଜଗବନ୍ଧୁ ମାଝୀଙ୍କ ହତ୍ୟାର ଏକ ଦଶନ୍ଧି ପରେ ଗୁଳିମାଡ଼ର ଶୀକାର ହୋଇ ପ୍ରାଣ ହରାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଯିଏ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଗୁଳିମାଡ଼ର ଶୀକାର ହୋଇଥିଲା। ଗତ ୨୯ ଜାନୁଆରୀରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରସ୍ଥିତ ଗାନ୍ଧୀ ଛକ ଠାରେ ଗାଡିରୁ ଓହ୍ଲାଇବା ପରେ ବିଜେଡି ବିଧାୟକଙ୍କୁ ତାଙ୍କ ପିଏସଓ ରହିଥିବା ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳି ଚଳାଇଥିଲା। ପ୍ରାୟ ୪ ମିଟର ଦୂରରୁ ଝାରସୁଗୁଡା ବିଧାୟକ ନାବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲେ ପୋଲିସ ଏଏସଆଇ। ଗୁଳିମାଡ଼ ପରେ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ଅନେକ ପ୍ରୟାସ ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ। ମନ୍ତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଗୋଟିଏ ଗୁଳି ଶରୀରରେ ପ୍ରବେଶ କରି ବାହାରକୁ ଯାଇଥିଲା। ଯାହା ଫଳରେ ତାଙ୍କ ହୃଦୟ ଏବଂ ଫୁସଫୁସରେ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା।

ଆଇନ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ରହିଥିବା ବେଳେ ଗୁଳିମାଡ଼ର ଶୀକାର ହୋଇଥିଲେ ବିଜେଡି ବିଧାୟକ ମହେଶ୍ୱର ମହାନ୍ତି। ଏହି ଘଟଣା ୨୦୧୪, ୨୧ ଫେୃଆରୀରେ ଘଟିଥିଲା। ରାତି ପ୍ରାୟ ୯.୩୦ ସମୟରେ ଗାଡିରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ଗୁଳି ତାଙ୍କ କାନ୍ଧ ଏବଂ ବାହୁରେ ବାଜିଥିଲା। ଗୁଳି ବାଜିବା ପରେ ମନ୍ତ୍ରୀ ତାଙ୍କ ଗାଡିରୁ ଗଳି ପଡ଼ିଥିଲେ ଏବଂ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ପରେ ତତ୍କାଳୀନ ମନ୍ତ୍ରୀ ଆକ୍ରମଣରୁ ବଞ୍ଚି ଯାଇଥିଲେ।

ଏହି ଘଟଣାରେ ପୋଲିସ ମାଷ୍ଟରମାଇଣ୍ଡ ଶ୍ରଦ୍ଧାମଣି ମହାପାତ୍ର ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଆକ୍ରମଣକାରୀ ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ରହିଥିବା ତଳୁଛା ଭଗବାନ୍ ମହାପାତ୍ର ଓରଫ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ବିଜେଡି ବିଧାୟକ ମହେଶ୍ୱର ମହାନ୍ତିଙ୍କ ଉପରେ ଗୁଳି ଚଳାଇଥିଲେ। ମୃତକ ଗୁନ ସିଂହାରୀଙ୍କ ମାଆ ୭୦ ବର୍ଷୀୟ ଶ୍ରଦ୍ଧାମଣି ମହାପାତ୍ର ତାଙ୍କ ପୁଅ ହତ୍ୟାର ପ୍ରତିଶୋଧ ନେବା ପାଇଁ ତାଙ୍କ ପୁଅର ସମସ୍ତ ପୂର୍ବତନ ସହଯୋଗୀ ତଥା ୫ ଜଣ କଣ୍ଟ୍ରାକ୍ଟ କିଲର ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ତତ୍କାଳୀନ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଲୋକ ଗୁନ ସିଂହାରୀ ହତ୍ୟା ମାମଲାରେ ସମ୍ପୃକ୍ତ ରହିଥିଲେ।

ଗତ ୨୦୦୯ ବର୍ଷରେ ଗୁଳିମାଡ଼ର ଶୀକାର ହୋଇଥିଲେ ତତ୍କାଳୀନ ମୟୂରଭଞ୍ଜ ଲୋକସଭା ଆସନର ଜେଏମଏମ ସାଂସଦ ତଥା ବର୍ତ୍ତମାନର ବାଙ୍ଗୀରପୋଷି ବିଧାନସଭା ଆସନର ବିଜେଡି ବିଧାୟକ ସୁଦାମ ମାର୍ଣ୍ଡି। ଏହି ଘଟଣା ସେତେବେଳେ ଓଡିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ପୋଲିସ ଥାନା ଅନ୍ତର୍ଗତ ବାନ୍ଦପ ଗ୍ରାମରେ ଏକ ଫୁଟବଲ ଟୁର୍ନାମେଣ୍ଟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ। ଯଦିଓ ଗୁଳିମାଡ଼ରୁ ସୁଦାମ ମାର୍ଣ୍ଡି ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଫୁଟବଲ ମ୍ୟାଚ ପରେ ତାଙ୍କର ସୁରକ୍ଷା କର୍ମୀଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ।

ଗତ ୨୦୦୭, ଫେବୃଆରୀ ୨୬ ତାରିଖରେ ଗୁଳିମାଡର ଶୀକାର ହୋଇଥିଲେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଆସନର ତତ୍କାଳୀନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଦ୍ଧୁ। ଜିଲ୍ଲାର ଖଣି ସହର କୁହାଯାଉଥିବା ବଡବିଲ ନିକଟର ଅଜ୍ଞାତ ଆକ୍ରମଣକାରୀବିଧାୟକଙ୍କ ଉପରକୁ ଗୁଳି ଚଳାଇଥିଲେ। ବିଧାୟକ ତାଙ୍କ ଗାଡିରେ ଯାଉଥିବା ବେଳେ କିଛି ବାଇକ ଆରୋହୀ ବଡବିଲ ସହର ଠାରୁ ୬ କିମି ଦୂରରେ ଭଦ୍ରାସାହି ଛକ ନିକଟରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ବିଧାୟକଙ୍କୁ ବଡବିଲସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଯୋଡାସ୍ଥିତ ଟିସ୍କୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ କେନ୍ଦୁଝର ଏବଂ ଚମ୍ପୁଆରୁ ଡକାଯାଇଥିବା ୩ ଜଣ ସର୍ଜନ ଦ୍ୱାରା ତାଙ୍କୁ ଅପରେସନ୍ କରାଯାଇଥିଲା। ଅପରେସନ ବେଳେ ଡାକ୍ତର ତାଙ୍କ ତଳ ପେଟ ଏବଂ ଜଙ୍ଘରୁ ତିନୋଟି ଗୁଳି ବାହାର କରିଥିବାରୁ ସେ ଏହି ଆକ୍ରମଣରୁ ବଞ୍ଚି ଯାଇଥିଲେ।

ଗତ ୨୦୦୯ ମେ ୨୯ ତାରିଖରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ମାଡର ଶୀକର ହୋଇଥିଲେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା। ହେଲେ ଏହି ଗୁଳିମାଡରୁ ରକ୍ଷା ପାଇ ଯାଇଥିଲେ କଂଗ୍ରେସ ବିଧାୟକ। ଦୁଇ ଜଣ ଆକ୍ରମଣକାରୀ ତାଙ୍କ ଗାଡି ଉପରକୁ ଗୁଳି ଚଳାଇଥିଲେ। ସେତେବେଳେ ବିଧାୟକ ଅଭିଯୋଗ କରିଥିଲେ ଯେ ଏହି ଆକ୍ରମଣ ତାଙ୍କ ରାଜନୈତିକ ବିରୋଧୀଙ୍କ ଦ୍ୱାରା କରାଯାଇଛି। ଏହା ପରେ ୨୦୧୦ ଅଗଷ୍ଟରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଉପରେ ହୋଇଥିଲା ପୁନର୍ବାର ଆକ୍ରମଣ। ଏହି ଆକ୍ରମଣ ବ୍ରହ୍ମପୁର ସହର ଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ ପାତ୍ରପୁର ସହର ଠାରେ ହୋଇଥିଲା। କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡି ଉପରକୁ ବୋମା ଫିଙ୍ଗିଥିଲେ। ଏହି ଆକ୍ରମଣରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଗତ ୨୦୧୨ ବର୍ଷରେ ୪ ଜଣ ଯୁବକଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ। ସେମାନଙ୍କ ନିକଟରୁ ଚାରୋଟି ରିଭଲଭର ଏବଂ ଜୀବନ୍ତ ଗୁଳି ଜବତ କରିଥିଲା ପୋଲିସ।