କଂଗ୍ରେସ ଛାଡିଲେ ମନୋଜ ମହାପାତ୍ର, ଇସ୍ତଫା ପତ୍ରରେ ଖୋଲିଲେ ଦଳୀୟ ନେତୃତ୍ୱର ଗୁମର
Advertisement
Article Detail0/zeeodisha/odisha1207676

କଂଗ୍ରେସ ଛାଡିଲେ ମନୋଜ ମହାପାତ୍ର, ଇସ୍ତଫା ପତ୍ରରେ ଖୋଲିଲେ ଦଳୀୟ ନେତୃତ୍ୱର ଗୁମର

କଂଗ୍ରେସ ଛାଡିଲେ ମନୋଜ ମହାପାତ୍ର, ଇସ୍ତଫା ପତ୍ରରେ ଖୋଲିଲେ ଦଳୀୟ ନେତୃତ୍ୱର ଗୁମର

ଫାଇଲ ଫଟୋ

ଭୁବନେଶ୍ୱର: ଦଳ ଉଠୁଥିବା ବେଳେ ନେତା ଖସୁଛନ୍ତି। କଂଗ୍ରେର ପ୍ରାଥମିକ ସଦସ୍ୟତାରୁ ମନୋଜ ମହାପାତ୍ର ଇସ୍ତଫା ଦେଇଛନ୍ତି। ଶନିବାର ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ସେଥିରେ ମନୋଜ ଦଳୀୟ ନେତୃତ୍ୱଙ୍କ ବିରୋଧରେ ଅନେକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ମନୋଜ ମହାପାତ୍ର, କଂଗ୍ରେସର ମୁଖପାତ୍ର ଥିଲେ।

ଶୁକ୍ରବାର ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏଥିରେ କଂଗ୍ରେସ ଦଳ ବଡ ଉପଲବ୍ଧି ହାସଲ କରିଛି। ପୂର୍ବ ନିର୍ବାଚନ ଗୁଡିକରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ବିଜେଡି ବିଜୟ ହୋଇଥିବା ବେଳେ ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହୁଥିଲା। କିନ୍ତୁ ବ୍ରଜରାଜନଗ ଉପନିର୍ବାଚନ କଂଗ୍ରେସ ପାଇଁ ସକରାତ୍ମକ ରହିଛି। ଏଥର ଦଳ ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି।

Also Read: ନୂଆ ମନ୍ତ୍ରିମଣ୍ଡଳ ପାଇଁ ଶେଷ ସ୍ପର୍ଶ: ବଢ଼ିବ ମନ୍ତ୍ରୀ ସଂଖ୍ୟା, ଶପଥର ଶୁଭଦିନ ‘ବୁଧବାର’?

ବ୍ରଜରାଜନଗର ସଫଳତା ମଧ୍ୟରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଇସ୍ତଫା ଦେଇଛନ୍ତି। ଶନିବାର ତାଙ୍କ ଇସ୍ତଫା ପରେ କଂଗ୍ରେସ ଶିବିରରେ ହଇଚଇ ସୃଷ୍ଟି ହୋଇଛି। ନୂଆ ପ୍ରଦେଶ ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କୁ ପଠାଇ ଥିବା ଇସ୍ତଫା ପତ୍ରରେ ଦଳୀୟ ନେତାଙ୍କ ନାମରେସେ  ଅନେକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। 

 

ମନୋଜ ମହାପାତ୍ର କହିଛନ୍ତି ଯେ, ସେ ଦୀର୍ଘ ସମୟ ଧରି ଦଳ ସହ ରହିଆସିଛନ୍ତି ଏବଂ ସାଧାରଣ ଜନତାଙ୍କ ସମସ୍ୟା ଉପରେ କାମ କରିଛନ୍ତି। ବର୍ତ୍ତମାନ ପ୍ରଦେଶ କଂଗ୍ରେସରେ ସାଧାରଣ ଜନତାଙ୍କ ସମସ୍ୟା ପାଇଁ କୌଣସି ସ୍ଥାନ ନାହିଁ। କିଛି ମୁଷ୍ଟିମେୟ ନେତା ଦଳକୁ ନିୟନ୍ତ୍ରଣ କରିବା ସହ କ୍ଷମତାର ଅପବ୍ୟବହାର କରୁଥିବା ମନୋଜ ଅଭିଯୋଗ କରିଛନ୍ତି।

fallback