କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା
Advertisement

କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା

Odisha CM Naveen Patnaik Assets Worth: ୨୦୨୦ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା । ଯେଉଁଥିରେ ସମ୍ପତ୍ତି ତାଲିକା ମଧ୍ୟ ଥିଲା । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ଓ କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)) ଓ ଅନ୍ୟ କିଛି ମନ୍ତ୍ରୀ ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଥିଲେ ।

କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା

ଭୁବନେଶ୍ୱର: Odisha CM Naveen Patnaik Assets Worth: ବିଜୁ ଜନତା ଦଳର ମୁଖିଆ (BJD Chief) ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister Naveen Patnaik) ଙ୍କ ମୋଟ ସମ୍ପତ୍ତି ୬୪,୯୭,୮୯,୨୨୦ କୋଟି ଟଙ୍କା ରହିଛି । ଡିସେମ୍ବର ୩୧, ୨୦୨୧ ସୁଦ୍ଧା ତାଙ୍କ ପାଖରେ ଏତିକି ସମ୍ପତ୍ତି ଥିଲା । ଯାହା ପୂର୍ବ ବର୍ଷ ତୁଳନାରେ ୩୦,୫୪୩ ଟଙ୍କା ହ୍ରାସ ପାଇଛି । ଏଥିରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଅଫିସିଆଲ ୱେବସାଇଟରେ  ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବିଷୟରେ ସମସ୍ତ ବିବରଣୀ ଅପଲୋଡ୍ କରାଯାଇଛି ।

୨୦୨୦ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା । ଯେଉଁଥିରେ ସମ୍ପତ୍ତି ତାଲିକା ମଧ୍ୟ ଥିଲା । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ଓ କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)) ଓ ଅନ୍ୟ କିଛି ମନ୍ତ୍ରୀ ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଥିଲେ । ଓଡିଶା ସିଏମ୍ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି (Odisha CM Naveen Patnaik's asset details) ବିବରଣୀରୁ ଜଣାପଡିଛି ଯେ, ନୂଆଦିଲ୍ଲୀ SBI ଶାଖାରେ ନବୀନ ପଟ୍ଟନାୟକଙ୍କର ୧.୩ କୋଟି ଟଙ୍କା ଜମା ରହିଛି । ଭୁବନେଶ୍ୱର SBIରେ ୨୧.୭୧ ଲକ୍ଷ ଟଙ୍କା ଅଛି । ନୂଆଦିଲ୍ଲୀ ଜନପଥ BOIରେ ୨ଟି ଆକାଉଣ୍ଟ ଅଛି । 

ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା, ଅନ୍ୟଟିରେ ୧.୦୩ କୋଟି ଟଙ୍କାର FD କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ପଟ୍ଟନାୟକଙ୍କର ୪ଟି SBI ଆକାଉଣ୍ଟ ରହିଛି। ଭୁବନେଶ୍ବରରେ ୨୧.୭୧ ଲକ୍ଷ ଟଙ୍କା ଜମା ଅଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଓ ବରଗଡ଼ ପଦ୍ମପୁର BI ଶାଖାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଆକାଉଣ୍ଟ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ମୋଟ ୧୨.୦୯ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ରହିଛି ।

ହରିୟାଣାର ଫରିଦାବାଦ ସ୍ଥିତ ଟିକ୍ରି ଖେଡ଼ା ଗ୍ରାମରେ ନବୀନ (Naveen Patnaik) ଙ୍କର ୨୨.୭ ଏକର ଫାର୍ମ ହାଉସ ରହିଛି । ଯାହାର ୨୦୧୭ ବର୍ଷର ମୂଲ୍ୟାୟନ ଅନୁସାରେ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୫୧ ଟଙ୍କା ହେବ। ଫରିଦାବାଦ ଜମି ବିକ୍ରି ପାଇଁ ଅଗ୍ରୀମ ୧.୨୫ କୋଟି ଆଣିଛନ୍ତି । ଦିଲ୍ଲୀସ୍ଥିତ ପୈତୃକ ବାସଭବନରରେ ନବୀନ ପଟ୍ଟନାୟକ ଅଧା ଅଂଶିଦାର ଅଛନ୍ତି । ସମ୍ପତ୍ତିର ମୂଲ୍ୟ ୪୩ କୋଟିରୁ ଅଧିକ ରହିଛି । ଏହାସହ ନବୀନ ନିବାସ (Naveen Nivas) ୨୦୧୭ ମୂଲ୍ୟୟନ ମୁତାବକ ୯.୫୨ କୋଟି ଟଙ୍କା ହେବ। ଏଥିରେ ତାଙ୍କର ଦୁଇ ତୃତୀୟାଂଶ ସେୟାର ଅଛି । 

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ଅଧିକ ପଢ଼ନ୍ତୁ:-ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି

ଅଧିକ ପଢ଼ନ୍ତୁ:-'ଦୁର୍ଗା ପୂଜା ସମୟରେ...ଯଦି କିଛି ଘଟେ ତ... ', ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ମମତା ବାନାର୍ଜୀ

 

 

୨୦୨୦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଉପରେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଋଣ ଭାର ଥିଲା, ଯାହା ସେ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ନେଇଥିଲେ । ତେବେ ସେ ଏହି ଋଣକୁ ପରିଶୋଧ କରିଦେଇଛନ୍ତି । ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ୱେବସାଇଟରେ ସେମାନଙ୍କର ସମ୍ପତ୍ତିର ବିବରଣୀ ଦେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ପାଖରେ ୭୫ଟି ବାହନ ଅଛି ଓ ଏସବୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ସେଥିମଧ୍ୟରୁ ୨୦୨୧ରେ ୧୮ଟି ବାହନ କ୍ରୟ କରାଯାଇଛି ।