Bihar Politics: 'ଆରସିପି ସିଂହ ନୁହେଁ ନୀତିଶ କୁମାର ହେଉଛନ୍ତି ଆମ ନେତା'
Advertisement
Article Detail0/zeeodisha/odisha1285641

Bihar Politics: 'ଆରସିପି ସିଂହ ନୁହେଁ ନୀତିଶ କୁମାର ହେଉଛନ୍ତି ଆମ ନେତା'

RCP Singh vs Nitish Kumar: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଦଳର ଅବିଭକ୍ତ ନେତା। ହେଲେ ଜେଡିୟୁ ପକ୍ଷରୁ କିଏ ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାହାକୁ ନେଇ ଦଳରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା।

Bihar Politics: 'ଆରସିପି ସିଂହ ନୁହେଁ ନୀତିଶ କୁମାର ହେଉଛନ୍ତି ଆମ ନେତା'

RCP Singh vs Nitish Kumar: ବିହାରରେ କ୍ଷମତାସୀନ ଜେଡିୟୁ ପକ୍ଷରୁ କିଏ ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାହାକୁ ନେଇ ଦଳରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ଏହିକ୍ରମରେ ପୂର୍ବତନ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂହଙ୍କୁ ଭବିଷ୍ୟତର ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ନେଇ ତାଙ୍କ ସମର୍ଥନରେ ଯେଉଁ ନାରାବାଜି କରାଯାଉଛି ତାହାକୁ ନେଇ ଦଳରେ ସୃଷ୍ଟି ହୋଇଛି ଅସନ୍ତୋଷ। 

ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ (Former JDU National President) ଆରସିପି ସିଂହଙ୍କୁ (RCP Singh) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ (JDU CM Candidate) ଭାବେ ଉପସ୍ଥାପନ କରି ଯେଉଁମାନେ ତାଙ୍କ ସମର୍ଥନରେ ନାରାବାଜି କରୁଛନ୍ତି ସେମାନଙ୍କୁ ଦଳୀୟ କର୍ମକର୍ତ୍ତା (JDU Worker) ଭାବେ ବିବେଚନା କରାଯିବ ନାହିଁ। ଏଭଳି ଚେତାବନୀ ଦେଇଛନ୍ତି ଜନତା ଦଳ ୟୁନାଇଟେଡ଼ (Janata Dal United) ଜେଡିୟୁ ରାଷ୍ଟ୍ରୀୟ ମହାସଚିବ (JDU National General Secretary) ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ଘନିଷ୍ଠ ସହଯୋଗୀ ସଞ୍ଜୟ ଝା (JDU Leader Sanjay Jha)।  

ଏନେଇ ପ୍ରତିକ୍ରିୟା ରଖି ଜେଡିୟୁ ରାଷ୍ଟ୍ରୀୟ ମହାସଚିବ ସଞ୍ଜୟ କୁମାର ଝା କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଦଳର ଅବିଭକ୍ତ ନେତା। ଆରସିପି ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରି ଯେଉଁମାନେ ତାଙ୍କ ସମର୍ଥନରେ ନାରାବାଜି କରୁଛନ୍ତି ସେମାନଙ୍କୁ ଦଳୀୟ କର୍ମକର୍ତ୍ତା ଭାବେ ଗଣାଯିବ ନାହିଁ। ଏହି ଘଟଣା ସହ ଜଡିତ ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବା ପରେ ଏନେଇ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଏହା କହିଛନ୍ତି ସେ।

କେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ରହିଥିବା ଆରସିପି ସିଂହ ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ତାଙ୍କୁ ଦଳ ପକ୍ଷରୁ ପୁନର୍ବାର ରାଜ୍ୟସଭା ପଠା ଯାଇନଥିଲା। ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ସେ ନାଳନ୍ଦା ଜିଲ୍ଲାର ଅବସ୍ଥିତ ନିଜ ପୈତୃକ ଗ୍ରାମରେ ରହୁଛନ୍ତି। ସେ ନିଜର ଜନସମର୍ଥନ ବଢାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଆରସିପି ସିଂହଙ୍କ ବାବଦରେ କୌଣସି ଦଳୀୟ ପଦକ୍ଷେପ ନିଆଯାଇନାହିଁ। ନିକଟରେ ସେ କହିଥଲେ ଯେ ସେ ନାଳନ୍ଦା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ଏହି ଜିଲ୍ଲା ସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମ୍ପର୍କ ରହିଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଜନ୍ନ ପାଟନା ଜିଲ୍ଲାର ବଖତିଆରପୁର ଠାରେ ହୋଇଥିଲା।

Also Read: Bihar Politics: ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି

Also Read: ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କୃପାରୁ ମନ୍ତ୍ରୀ ହୋଇଥିଲି: ଆରସିପି ସିଂହ