Trending Photos
Neeraj On dope test: ନୂଆଦିଲ୍ଲୀ: ଡୋପିଂକୁ ନେଇ ଅନେକ ସମୟରେ ଆଥଲେଟମାନେ ସମସ୍ୟାରେ ପଡିବାର ନଜିର ରହିଛି। ୱାଡା ବା ବିଶ୍ୱ ଆଣ୍ଟିଂ ଡୋପିଂ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ ଭାରତରୁ ବିଶ୍ୱରେ ସର୍ବାଧିକ ଡୋପିଂ ମାମଲା ସାମ୍ନାକୁ ଆସିଥିଲା। ବର୍ଷ ୨୦୨୨ ଜାନୁଆରୀ ଠାରୁ ଡିସେମ୍ବର ମଧ୍ୟରେ ମୋଟ ୩୮୬୫ ନମୂନା ପରୀକ୍ଷଣ ଭାରତରେ କରାଯାଇଥିଲା। ସେଥିମଧ୍ୟରୁ ୧୨୫ଟି ପ୍ରତିକୂଳ ଆନାଲିଟିକାଲ୍ ଫଳାଫଳ (AAF) ଭାବରେ ଫେରି ଆସିଥିଲା।| ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଡୋପିଂକୁ ନେଇ ଏକ ଚକିତ କରିବା ଭଳି ବୟାନ ସାମ୍ନାକୁ ଆସିଛି।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ଚୋପ୍ରା କହିଛନ୍ତି କି “ଅବଶ୍ୟ ଆଜିକାଲି ଭାରତରେ ଆମର ଆଥଲେଟମାନଙ୍କ ମଧ୍ୟରେ ଡୋପିଂ ଏକ ବଡ଼ ସମସ୍ୟା। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମନରେ ଥରେ ଡୋପିଂ ପ୍ରସଙ୍ଗ ବସା ବାନ୍ଧିରେ ତାହା ସହଜରେ ବାହାରି ନଥାଏ। ଭବିଷ୍ୟତରେ ଖେଳାଳିଙ୍କ ପ୍ରଦର୍ଶନକୁ ଏହା ପ୍ରଭାବିତ କରିଥାଏ। ସେମାନେ ସେହି ସ୍ତରରେ ଖେଳିପାରି ନଥାନ୍ତି। ସେମାନେ ଭାବନ୍ତି ଯେ କେବଳ ଡୋପିଂ ଦ୍ୱାରା ସେମାନେ କାର୍ଯ୍ୟଦକ୍ଷତା ପାଇପାରିବେ, କିନ୍ତୁ ଏହା ସତ୍ୟ ନୁହେଁ। ଏହା ସେମାନଙ୍କର କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସ, ପ୍ରଶିକ୍ଷକଙ୍କ ସଠିକ୍ ମାର୍ଗଦର୍ଶନ ଯାହା ସେମାନଙ୍କୁ ଆଗକୁ ନେଇଯିବ ବୋଲି ଶ୍ରୀ ଚୋପ୍ରା କହିଥିଲେ।
ନୀରଜ ଚୋପ୍ରା ଆହୁରି ମଧ୍ୟ କହିଥିଲେ କି “ମୁଁ ଭାବୁଛି ଯଦି ଏହା ଉନ୍ନତି ହୁଏ, ତେବେ ଆମର ଖେଳର ସ୍ତରରେ ଉନ୍ନତି ହେବ। ଜଣେ କ୍ରୀଡାବିତ ମୈଦାନରେ ଭଲ ପ୍ରଦର୍ଶନ କରିଥାଏ।, ଭଲ ସ୍ତରରେ ପହଞ୍ଚେ। ତା’ପରେ ଡୋପିଂ ସମସ୍ୟା ମଧ୍ୟ ଧସି ହୋଇ ଆସିଯାଏ। ଏହା ଏକ ସମସ୍ୟା। ବାହାରେ ଖାଇବା ପିଇବା ବିଷୟରେ ମଧ୍ୟ ସେମାନେ ଯତ୍ନବାନ ହେବା ଉଚିତ୍। ” ନାଡା ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୦୨୨ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ମୋଟ ୧୪୨ ଭାରତୀୟ ଆଥଲେଟ୍ ଡୋପିଂରେ ଟେଷ୍ଟରେ ବିଫଳ ହୋଇଥିଲେ।
ନୀରଜ ଚୋପ୍ରା ଆହୁରି ମଧ୍ୟ କହିଥିଲେ କି ସତ କହିବାକୁ ଗଲେ ଥରୁଟିଏ ଡୋପ ଟେଷ୍ଟେର ବିଫଳ ହେଲେ ତାଙ୍କୁ ବ୍ୟାନ କରିଦିଆଯାଏ। ଅତି କମରେ ୩ ରୁ ୪ ବର୍ଷ ପର୍ଯ୍ୟନ୍ତ ବ୍ୟାନ ଲଗାଇ ଦିଆଯାଏ। ଏଭଳି ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ହେଲେ ପ୍ରଥମେ ମାନସିକ ସ୍ତରରେ ସୁଦୃଢ ହେବାକୁ ହେବ। ପ୍ରଶିକ୍ଷକଙ୍କୁ ଅନୁରୋଧ କରୁଛି କି ଡୋପିଂ ଦ୍ୱାରା ତାଙ୍କୁ ସାହାଯ୍ୟ ମିଳିବ। ଏହି ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ ବୋଲି ସେ କହିଥିଲେ।