Chief Minister Post Politics: କମ ବିଧାୟକ ଥାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏହି ଦଳ ନେତା
Advertisement
Article Detail0/zeeodisha/odisha1244399

Chief Minister Post Politics: କମ ବିଧାୟକ ଥାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏହି ଦଳ ନେତା

CM Post Politics: ଏକନାଥ ସିନ୍ଦେଙ୍କ ପୂର୍ବରୁ ଜେଡିୟୁ ନେତା ନୀତିଶ କୁମାର ଏବଂ ଜେଡିଏସ ନେତା କୁମାରସ୍ୱାମୀ କମ ବିଧାୟକଙ୍କ ସମର୍ଥନ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ହାସଲ କରିଛନ୍ତି। 

Chief Minister Post Politics: କମ ବିଧାୟକ ଥାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏହି ଦଳ ନେତା

CM Post Politics: ବିଗତ ୧୫ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ନୂତନ ସରକାର ଗଠନ ସହ ଶେଷ ହୋଇଛି। କମ ବିଧାୟକଙ୍କ ସମର୍ଥନ ଥାଇ ବିଦ୍ରୋହୀ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି। ଅନ୍ୟପଟେ ଅଧିକ ବିଧାୟକଙ୍କ ସମର୍ଥନ ଥାଇ ମଧ୍ୟ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଜୁନ ୩୦ ତାରିଖରେ ଶପଥ ନେଇଥିବା ଏହି ସରକାର ଜୁଲାଇ ୪ ତାରିଖ ସୋମବାର ବିଧାନସଭାରେ ଏହାର ବହୁମତ ସାବ୍ୟସ୍ତ କରିଛି। 

ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାକ ଗାଦିଚ୍ୟୁତ ହେବା ପରେ ଏହା କୁହାଯାଉଥିଲା ଯେ ଦେବେନ୍ଦ୍ର ଫଡନାଭୀସ ପୁଣି ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବେ ଏବଂ ତାଙ୍କୁ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସମର୍ଥନ ମଧ୍ୟ ରହିଥିଲା। ହେଲେ  ସେ ନିଜେ ସମସ୍ତଙ୍କୁ ଚମକାଇବା ଭଳି ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ସିନ୍ଦେଙ୍କ ନାଁ ଘୋଷଣା କରିଥିଲେ। ଏହି ଘଟଣା ପରେ ଏକନାଥ ସିନ୍ଦେଙ୍କ ନାମ ସେହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାଙ୍କ ପାଖରେ କମ ବିଧାୟକଙ୍କ ସମର୍ଥନ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ହାସଲ କରିଛନ୍ତି। ଏକନାଥ ସିନ୍ଦେଙ୍କ ପୂର୍ବରୁ ଏପରି କିଛି  ରାଜନେତା ଅଛନ୍ତି ଯିଏକି ଆବଶ୍ୟକୀୟ ସଂଖ୍ୟାବଳର ଅଭାବ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବହୁତ ଭାଗ୍ୟବାନ ମନେ ହୋଇଛନ୍ତି। କାରଣ ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ​​ବିଜେପି ୭୪ ଏବଂ ଏହାର ସହଯୋଗୀ ଜେଡିୟୁ ୪୩ ସିଟ୍ ପାଇଥିଲା। ଏହି ନିର୍ବାଚନରେ ​​ଜେଡିୟୁ ୨୮ ଆସନ ହରାଇଥିବା ବେଳେ ଜେଡିୟୁ ଅପେକ୍ଷା ବିଜେପି ଅଧିକ ୩୧ ସିଟ୍ ପାଇଥିଲା। ବିହାର ବିଧାନସଭା ନିର୍ବାଚନରେ ୧୨୫ ସିଟ୍ ସହ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ବହୁମତ ହାସଲ କରିଥିଲା। ଏହା ସତ୍ତ୍ୱେ ବିଜେପି ନୀତୀଶ କୁମାରଙ୍କୁ ବିହାର ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ଅନ୍ୟପଟେ ବିଜେପି ନେତା ତାରା କିଶୋର ପ୍ରସାଦ ଏବଂ ରେଣୁ ଦେବୀ ଏହି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ। 

କେବଳ ଥରେ ନୁହେଁ ଦୁଇ ଦୁଇ ଥର ଏପରି ଭାବେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି ନୀତିଶ କୁମାର। ଗତ ୨୦୧୫ ବିହାର ବିଧାନସଭା ନିର୍ବାଚନ ବେଳେ ସମାନସ୍ଥିତି ଦେଖିବାକୁ ମିଳିଥିଲା। ସେତେବେଳେ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ ଜେଡିୟୁ ତାଙ୍କ ସହଯୋଗୀ ଆରଜେଡି ଅପେକ୍ଷା କମ ଆସନ ପାଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ପଦ ହାତେଥିଲେ ନୀତିଶ କୁମାର। ଏହି ନିର୍ବାଚନରେ ଜେଡିୟୁ ୭୧ ଏବଂ ଆରଜେଡ଼ି ୮୦ ସିଚ୍ ପାଇଥିଲା। ଏହା ସତ୍ତ୍ୱେ ନୀତୀଶ କୁମାରଙ୍କୁ ସେତେବେଳେ ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ଆରଜେଡି଼ ନେତା ତେଜସ୍ୱୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।

ସେହିପରି ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏହି ନିର୍ବାଚନରେ ରାଜ୍ୟର ମୋଟ ୨୨୪ ସିଟ୍ ମଧ୍ୟରୁ ​​ବିଜେପି ୧୦୪ ଆସନ ଜିତି ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା। ସେତେବଳେ ଦଳର ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ସଂଖ୍ୟାଗରିଷ୍ଠତା ପ୍ରମାଣ କରି ନ ପାରିବାରୁ ଶପଥ ନେବାର ୨-୩ ଦିନ ମଧ୍ୟରେ ବିଜେପି ସରକାର ଗାଦିଚ୍ୟୁତ ହୋଇଥିଲା। ହେଲେ ଏହି ନିର୍ବାଚନରେ  ୭୮ ସିଟ୍ ପାଇଥିବା କଂଗ୍ରେସ ୩୭ ଆସନ ପାଇଥିବା ଜେଡିଏସ କୁ ସମର୍ଥନ ଜଣାଇ ରାଜ୍ୟରେ ସରକାର ଗଠନ କରିଥିଲା। ହେଲେ ଏହି ନିର୍ବାଚନରେ ​​ଜେଡିଏସ୍ ତୁଳନାରେ କଂଗ୍ରେସ ପ୍ରାୟ ୨ ଗୁଣା ଆସନ ପାଇଥିଲା। ତଥାପି କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜେଡି଼ଏସ ନେତା କୁମାରସ୍ୱାମୀଙ୍କୁ ସମର୍ଥନ କରିଥିଲା। ସେତେବେଳେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ କୁମାରସ୍ୱାମୀ ଏବଂ ଜି.ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Also Read: Indian Politics: ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଡିହେଲେ ଏହି ଦୁଇ ନେତା