Population Control: ଧରାପଡ଼ିଲା ଅସାଦୁଦ୍ଦିନ ଓୱେସୀଙ୍କ ମିଛ
Advertisement
Article Detail0/zeeodisha/odisha1257653

Population Control: ଧରାପଡ଼ିଲା ଅସାଦୁଦ୍ଦିନ ଓୱେସୀଙ୍କ ମିଛ

Population Control: ନିକଟରେ ପ୍ରକାଶିତ NFHS-5 ସର୍ଭେ ତାଙ୍କ ଅସାଦୁଦ୍ଦିନ ଓୱେସିଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। 

Population Control: ଧରାପଡ଼ିଲା ଅସାଦୁଦ୍ଦିନ ଓୱେସୀଙ୍କ ମିଛ

Population Control: ନିକଟରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଜନସଂଖ୍ୟାରେ ଅସନ୍ତୁଳନ ପରିସ୍ଥିତି ନଉପୁଜିବ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ବୟାନ ଉପରେ ଜବାବ ଦେବାକୁ ଯାଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଦେଶରେ ବସବାସ କରୁଥିବା ମୁସଲମାନ ଗର୍ଭନିରୋଧକ ଉପାୟ ବ୍ୟବହାର କରୁଛନ୍ତି। ହେଲେ ନିକଟରେ ପ୍ରକାଶିତ NFHS-5 ସର୍ଭେ ତାଙ୍କ ଅସାଦୁଦ୍ଦିନ ଓୱେସିଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଜାଣନ୍ତୁ ଦେଶର କେଉଁ ସମ୍ପ୍ରଦାୟ କେତେ ପରିମାଣରେ ଗର୍ଭନିରୋଧକ ଔଷଧ ବ୍ୟବହାର କରୁଛି? 

ନିକଟରେ ପ୍ରକାଶିତ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (National Family Health Survey) ଏନଏଫଏଚଏସ (NFHS-5) ଅନୁଯାୟୀ ଦେଶରେ ୧୫-୪୯ ବର୍ଷ ବୟସ୍କ ମହିଳାଙ୍କ ମଧ୍ୟରେ ଗର୍ଭନିରୋଧକ ଔଷଧର ବ୍ୟବହାର କରିବାର ହାରାହାରି ରାଷ୍ଟ୍ରୀୟ ସ୍ତର ହେଉଛି ୬୬.୭ ପ୍ରତିଶତ। ହେଲେ ଦେଶର ମୁସଲମାନଙ୍କ ମଧ୍ୟରେ ଏହାର ବ୍ୟବହର ୬୦.୩ ପ୍ରତିଶତ ରହିଛି। ଯାହା ରାଷ୍ଟ୍ରୀୟ ସ୍ତର ଠାରୁ କମ ରହିଛି। କେବଳ ଏତିକି ନୁହେଁ ଦେଶର ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ତୁଳନାରେ ଏହି ସଂଖ୍ୟା ମଧ୍ୟ କମ ରହିଛି।

ଜୁଲାଇ ୧୧ ତାରିଖ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜଧାନୀ ଲକ୍ଷ୍ନୌ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେତେବେଳେ ଆମେ ପରିବାର ନିୟୋଜନା କିମ୍ବା ଜନସଂଖ୍ୟା ସ୍ଥିରତା ବାବଦରେ କହିବା ସେତେବେଳେ ଆମକୁ ଧ୍ୟାନରେ ରଖିବାକୁ ପଡ଼ିବ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହିତ ଆଗକୁ ବଢିବା ଆବଶ୍ୟକ। ହେଲେ ଜନସଂଖ୍ୟାରେ ଅସନ୍ତୁଳନ ପରିସ୍ଥିତି ନଉପୁଜିବ ଆବଶ୍ୟକ। ଏହା ନ ହେବା ଆବଶ୍ୟକ ଯେ ଜନସଂଖ୍ୟା ବୃଦ୍ଧିର ଗତି କୌଣସି ସମ୍ପ୍ରଦାୟର ଅଧିକ ହୋଇଯିବ। ଏହା ଘଟିବା ଉଚିତ ନୁହେଁ ଯେ ଦେଶର ମୂଳ ନିବାସୀଙ୍କ ସଂଖ୍ୟା ହ୍ରାସ ପାଇଯାଇ ପାଉଛି କୌଣସି ଗୋଟିଏ ବର୍ଗର ଜନସଂଖ୍ୟା ବଢିଯିବ। ଯଦି ଏପରି ହୁଏ ତାହେଲେ ବିଶୃଙ୍ଖଳା ବିସ୍ତାର ହେବାର ଆଶଙ୍କା ରହିଛି। ଏହା ଘଟିବା ଉଚିତ ନୁହେଁ ଯେ କୌଣସି ବର୍ଗର ଜନସଂଖ୍ୟା ବୃଦ୍ଧି ହାର ଅଧିକ ହେବା ଉଚିତ ଏବଂ ମୂଳ ବାସିନ୍ଦାଙ୍କ ସଂଖ୍ୟା କମ ହୋଇଯିବ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ବୟାନ ଉପରେ ଜବାବ ଦେବାକୁ ଯାଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଥିଲେ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ର କହୁଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କୌଣସି ଆଇନର ଆବଶ୍ୟକତା ନାହିଁ। ଅଧିକାଂଶ ଗର୍ଭନିରୋଧକ ମୁସଲମାନ ବ୍ୟବହାର କରୁଛନ୍ତି। ୨୦୧୬ ବର୍ଷରେ ମୋଟ ପ୍ରଜନନ ହାର ୨.୬ ରହିଥିଲା ଯାହା ବର୍ତ୍ତମାନ ୨.୩ ରହିଛି।  ଦେଶର ଜନସଂଖ୍ୟାର ଲାଭାଂଶ ଅନ୍ୟ ଦେଶ ମଧ୍ୟରେ ସର୍ବୋତ୍ତମ। ଉତ୍ତର ପ୍ରଦେଶରେ ବିନା କୌଣସି ନିୟମରେ ଆସନ୍ତା ୨୦୨୬-୨୦୩୦ ପର୍ଯ୍ୟନ୍ତ ଇଚ୍ଛାକୃତ ପ୍ରଜନନ ହାର ହାସଲ କରିନେବ। 

Also Read: Population Control: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବୟାନକୁ ନେଇ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

Also Read: CM Yogi on Population Control: କେବଳ ଗୋଟିଏ ବର୍ଗର ଜନସଂଖ୍ୟା ବୃଦ୍ଧି ହେତୁ ବ୍ୟାପିବ ଅରାଜକତା