Name Change Politics: ଔରଙ୍ଗାବାଦ ନାମ ପରିବର୍ତ୍ତନ କରିବାକୁ ନେଇ ଧମକ ଦେଲେ ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ
Advertisement
Article Detail0/zeeodisha/odisha1239172

Name Change Politics: ଔରଙ୍ଗାବାଦ ନାମ ପରିବର୍ତ୍ତନ କରିବାକୁ ନେଇ ଧମକ ଦେଲେ ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ

Aurangabad to Sambhaji Nagar: ମହାରାଷ୍ଟ୍ର ଔରଙ୍ଗାବାଦ ସହର ନାଁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ନାମିତ କରିବାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 

Name Change Politics: ଔରଙ୍ଗାବାଦ ନାମ ପରିବର୍ତ୍ତନ କରିବାକୁ ନେଇ ଧମକ ଦେଲେ ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ

Aurangabad to Sambhaji Nagar: ମହାରାଷ୍ଟ୍ର ଔରଙ୍ଗାବାଦ ସହର ନାଁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ନାମିତ କରିବାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ଦୁଇ ସ୍ଥାନର ନାଁ ପରିବର୍ତ୍ତନ କରିବାକୁ ନେଇ ତାତି ଉଠିଛନ୍ତି ଔରଙ୍ଗାବାଦ ଲୋକସଭା ଆସନର ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ। ଏ ପ୍ରସଙ୍ଗରେ ସେ କଂଗ୍ରେସ ନେତାଙ୍କୁ ଧମକ ଦେଇଛନ୍ତି।  

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ କହିଛନ୍ତି ମୁଁ ସେହି ସମସ୍ତ କଂଗ୍ରେସ ନେତାଙ୍କୁ ଆହ୍ୱାନ ଦେଉଛି ଯଦି ଆପଣଙ୍କ ପାଖରେ ସାହସ ଅଛି ତାହେଲେ ଆପଣ ପୁରୁଣା ଔରଙ୍ଗାବାଦ ସହରକୁ ବାହାରକୁ ଆସନ୍ତୁ। କଂଗ୍ରେସ ନେତାଙ୍କୁ  କଟାକ୍ଷ କରି ଏଆଇଏମଆଇଏମ ସାଂସଦ କହିଛନ୍ତି ସେମାନଙ୍କ ପାଖେ ସାହସ ନାହିଁ। ସେମାନେ ଔରଙ୍ଗାବାଦ ସହର ବାହାରକୁ ଯାଇପାରିବେ ନାହିଁ। କାରଣ ଆପଣ କେଉଁଠି ନା କେଉଁଠି ଲୋକଙ୍କ ସହିତ ଖେଳୁଛନ୍ତି। ସେମାନଙ୍କୁ ପ୍ରତାରଣା କରୁଛନ୍ତି। ଯେତେବେଳେ ନିର୍ବାଚନ ସମୟରେ ସେମାନେ ଆସିବେ ସେତବେଳେ ଲୋକେ ତାଙ୍କୁ ଜବାବ ଦେବ। ବର୍ତ୍ତମାନ ଲୋକଙ୍କୁ କିପରି ଜବାବ ଦିଆଯିବ ତାହା ଆପଣ ନିଜେ ବୁଝିବା ଦରକାର। 

ଉଦ୍ଧବ ଠାକରେ ଏବଂ ଶିବସେନା ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ କହିଛନ୍ତି ଯେ ମୁଁ ସେମାନଙ୍କ ଉଦ୍ଦେଶ୍ୟରେ କହିବାକୁ ଚାହେଁ ଯେ ଇତିହାସ ପରିବର୍ତ୍ତନ ହୋଇପାରିବ ନାହିଁ ହେଲେ ନାମ ପରିବର୍ତ୍ତନ କରାଯାଇ ପାରିବ। ଯେତେବେଳେ ରାଜନୀତିରେ ଆପଣଙ୍କ ପାଖେ କିଛି ଦେଖାଇବାକୁ ନାହିଁ ସେତେବେଳେ ଆପଣ ଏପରି ଉଦାହରଣ ରଖୁଛନ୍ତି। ଔରଙ୍ଗାବାଦ ନାଁ କ'ଣ ରହିବ ତାହା ଜନସାଧାରଣ ସ୍ଥିର କରିବେ। ଔରଙ୍ଗାବାଦ ନାଁ କାହିଁକି ରହିବ ନାହିଁ।
 
ଅନ୍ୟପଟେ ସମାଜବାଦୀ ପାର୍ଟି ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ ଆବୁ ଆଜମୀ ଔରଙ୍ଗାବାଦ ସହର ନାଁ ସମ୍ଭାଜୀ ନଗର ଏବଂ ଉସମାନାବାଦ ସହର ଧାରଶିବ ନାମରେ ନାମିତ କରିବାକୁ ନେଇ ଅସନ୍ତୁଷ୍ଟ ହୋଇ ଉଠିଛନ୍ତି। ଏନେଇ ଟ୍ୱିଟ କରି ସେ କରି କହିଛନ୍ତି ମହାବିକାଶ ଆଘାଡ଼ି  ସରକାରଙ୍କ କ୍ୟାବିନେଟ୍ ବୈଠକରେ ଔରଙ୍ଗାବାଦ ଏବଂ ଓସମାନାବାଦ ନାମକ ସ୍ଥାନ ଦ୍ୱୟର ନାମ ପରିବର୍ତ୍ତନ କରିବା ନେଇ ନିଆାଇଥିବା ନିଷ୍ପତ୍ତିକୁ ମୁଁ ନିନ୍ଦା କରୁଛି। ଏହା ସହିତ ଏହି ସରକାର ଅମଳରେ ମୁସଲମାନ ସଂରକ୍ଷଣକୁ ମଧ୍ୟ ଅଣଦେଖା କରାଯାଇଥିଲା। ଆମର ସମର୍ଥନ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଅଧିନରେ ରହିଥିଲା। ହେଲେ ମହାବିକାଶ ଅଘାଡ଼ି ସରକାର ମଧ୍ୟ ମଧ୍ୟ ସେହି କାମ କରୁଥିଲା ଯାହା ବିଜେପି କରୁଛି। 

ଅନ୍ୟ ଏକ ଟ୍ୱିଟ୍‌ କରି ଆବୁ ଅଜମୀ କହିଛନ୍ତି ଯେ ମୁଁ ଅଜିତ ପାୱାର, ଅଶୋକ ଚହ୍ୱାଣ ଏବଂ ବାଲାସାହେବ ଥୋରାଟଙ୍କୁ କହିବାକୁ ଚାହେଁ ଯେ ଏହି ନିଷ୍ପତ୍ତି ହେତୁ ମହାରାଷ୍ଟ୍ରର ମୁସଲମାନ ମହାବିକାଶ ଅଘାଡ଼ି ସରକାର ଦ୍ୱାରା ପ୍ରତାରଣା ଏବଂ ଅଣଦେଖାର ଶୀକାର ହୋଇଛନ୍ତି। 

Also Read: Maharashtra: ସ୍ଥାନର ନାଁ ପରିବର୍ତ୍ତନ କରିବାକୁ ନେଇ ସରଗରମ ରାଜନୀତି