ବିଧାନସଭାରେ ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ବିଜେଡି ବିଧାୟକଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ବିରୋଧୀଙ୍କ ଦାବି
Advertisement

ବିଧାନସଭାରେ ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ବିଜେଡି ବିଧାୟକଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ବିରୋଧୀଙ୍କ ଦାବି

Congress MLA Santosh Singh Saluja:   ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ନାଁ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ। ମୁଁ କ୍ରାଇମ ବ୍ରାଞ୍ଚ ତଦନ୍ତକୁ ବିଶ୍ୱାସ କରୁ ନାହିଁ। କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି ଯେ ଖାକି କିପରି ଖାକିର ଅନୁସନ୍ଧାନ କରିବ? ଏଭଳି ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅନୁସନ୍ଧାନ କରିବା ଆବଶ୍ୟକ।

ବିଧାନସଭାରେ ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ବିଜେଡି ବିଧାୟକଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ବିରୋଧୀଙ୍କ ଦାବି

Naba Das Murder Case Raise in Odisha Assembly: ବିଜେଡି଼ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଆସିଛି ଏକ ନୂଆ ମୋଡ଼। ବିଧାନସଭାରେ ଏହି ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ଦାବି କରିଛନ୍ତି। ବିଧାନସଭାରେ ଶୂନ୍ୟ କାଳ ସମୟରେ ସମୟରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠିବା ପରେ କଂଗ୍ରେସ ବିଧାୟକ ଏହି ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା (Congress MLA Santosh Singh Saluja) କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ (Odisha Health Minister) ନବ କିଶୋର ଦାସ ହତ୍ୟା ଘଟଣାକୁ (Naba Das Murder Case) ୩୦ ଦିନ ପୂରଣ ହେବାକୁ ଯାଉଛି। ହେଲେ କ୍ରାଇମ ବ୍ରାଞ୍ଚ (Odisha Crime Branch) ଏ ପର୍ଯ୍ୟନ୍ତ କୌଣସି ସୁରାକ ପାଇନାହିଁ। ମନ୍ତ୍ରୀ ନବ ଦାସଙ୍କୁ (Minister Naba Kishore Das) କାହିଁକି ହତ୍ୟା କରାଯାଇଥିଲା ତାହା କ୍ରାଇମବ୍ରାଞ୍ଚ ଜାଣିପାରି ନାହିଁ। ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୈତିକ ନାଁ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ। ମୁଁ କ୍ରାଇମ ବ୍ରାଞ୍ଚ ତଦନ୍ତକୁ ବିଶ୍ୱାସ କରୁ ନାହିଁ। କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି ଯେ ଖାକି କିପରି ଖାକିର ଅନୁସନ୍ଧାନ କରିବ? ଏଭଳି ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅନୁସନ୍ଧାନ କରିବା ଆବଶ୍ୟକ।

କଂଗ୍ରେସ ବିଧାୟକ କହିଛନ୍ତି ଯେ ଝାରସୁଗୁଡାରେ (Jharsuguda) ନବ ଦାସଙ୍କ ସାମ୍ରାଜ୍ୟକୁ କାବୁ କରିବା ପାଇଁ ବର୍ତ୍ତମାନ ହଙ୍ଗମା କରାଯାଉଛି। ଦୁଇ ବିଜେଡ଼ି ବିଧାୟକ (BJD MLA) ନବ କିଶୋର ଦାସ (Naba Kishore Das) ଏବଂ ସୁଶାନ୍ତ ସିଂହଙ୍କ (Sushant Singh) ଗୋଷ୍ଠୀ ମଧ୍ୟରେ ହଙ୍ଗାମା ହୋଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୂକ୍ତ କରାଯାଉ।

ଅନ୍ୟତମ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି (Congress MLA Tara Prasad Bahinipati) କହିଛନ୍ତି ଯେ ନବ ଦାସଙ୍କୁ ଯୋଜନାବଦ୍ଧ ଢଙ୍ଗରେ ହତ୍ୟା କରାଯାଇଛି। କ୍ରାଇମ ବ୍ରାଞ୍ଚ କରୁଥିବା ଅନୁସନ୍ଧାନକୁ ଲୋକେ ବିଶ୍ୱାସ କରୁନାହାଁନ୍ତି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ପାଗଳ ନାଁ ନୁହେଁ ତାହା କେବଳ ଅନୁସନ୍ଧାନ କରାଯାଉଛି। ହେଲେ ଗୋପାଳ ଦାସ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛନ୍ତି ତାହାର ଅନୁସନ୍ଧାନ କରାଯାଉନାହିଁ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ ତଥ୍ୟକୁ, ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ନିୟମିତ ବ୍ୟବଧାନରେ ରଖିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ (BJP MLA Subhash Panigrahi) ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।