Mohan Bhagwat: 'RSS ମୁଖ୍ୟ ମୋହନ ଭାଗବତ ହେଉଛନ୍ତି ରାଷ୍ଟ୍ରଋଷି'
Advertisement
Article Detail0/zeeodisha/odisha1362667

Mohan Bhagwat: 'RSS ମୁଖ୍ୟ ମୋହନ ଭାଗବତ ହେଉଛନ୍ତି ରାଷ୍ଟ୍ରଋଷି'

Mohan Bhagwat: ରାଷ୍ଟ୍ରୀୟ ସ୍ବୟଂସେବାକ ସଙ୍ଘ ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିନ ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡକ୍ଟର ଉମେର ଅହମ୍ମଦ ଇଲୟାସିଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଉମେର ଇଲୟାସି ତାଙ୍କୁ 'ରାଷ୍ଟ୍ରପିତା' ଏବଂ 'ରାଷ୍ଟ୍ରଋଷି' ବୋଲି କହିଛନ୍ତି।

Mohan Bhagwat: 'RSS ମୁଖ୍ୟ ମୋହନ ଭାଗବତ ହେଉଛନ୍ତି ରାଷ୍ଟ୍ରଋଷି'

Mohan Bhagwat: ରାଷ୍ଟ୍ରୀୟ ସ୍ବୟଂସେବାକ ସଙ୍ଘ ମୁଖ୍ୟ ମୋହନ ଭାଗବତ (RSS Chief Mohan Bhagwat) ଗୁରୁବାର ଦିନ ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡକ୍ଟର ଉମେର ଅହମ୍ମଦ ଇଲୟାସି (Umer Ahmed Ilyasi)ଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଉମେର ଇଲୟାସି ତାଙ୍କୁ 'ରାଷ୍ଟ୍ରପିତା' ଏବଂ 'ରାଷ୍ଟ୍ରଋଷି' ବୋଲି କହିଛନ୍ତି। ଉମେର ଇଲୟାସି କହିଛନ୍ତି ଯେ, ଏଠାକୁ ମୋହନ ଭାଗବତଙ୍କ ଆସିବା ଏକ ସୌଭାଗ୍ୟର ବିଷୟ। ସେ ଆଜି ଇମାମ ହାଉସକୁ ସାକ୍ଷାତ କରିବାକୁ ଆସିଥିଲେ ଏବଂ ସେ ଆମର ରାଷ୍ଟ୍ରପିତା ତଥା ରାଷ୍ଟ୍ରଋଷି ଅଟନ୍ତି।

ସେ କହିଛନ୍ତି, 'ଦେଶର ଏକତା, ଅଖଣ୍ଡତା ବଜାୟ ରଖିବା ଉଚିତ୍, ଆମର ପୂଜାପାଠ ଭିନ୍ନ ହୋଇପାରେ ଏବଂ ଏହାପୂର୍ବରୁ ଆମେ ସମସ୍ତେ ମଣିଷ ଅଟୁ ଏବଂ ମାନବିକତା ଆମ ଭିତରେ ରହିବା ଉଚିତ ଏବଂ ଯଦି ଆମେ ଭାରତରେ ବାସ କରୁଛୁ ତେବେ ଆମେ ଭାରତୀୟ। ଭାରତ ବିଶ୍ୱ ଗୁରୁ ହେବାର ପଥରେ ପହଞ୍ଚିଛି ଏବଂ ଆମେ ସମସ୍ତେ ଭାରତକୁ ବିଶ୍ୱ ଗୁରୁ କରିବାକୁ ଚେଷ୍ଟା କରିବା ଉଚିତ୍।

ଭାଗବତଙ୍କୁ ରାଷ୍ଟ୍ରପିତା ବୋଲି କହିବା ପାଇଁ ଉମେର ଇଲୟାସି ପଚାରିଥିବା ପ୍ରଶ୍ନ ଉପରେ ସେ ଦୋହରାଇଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭାବେ ଆମ ଦେଶର ରାଷ୍ଟ୍ରପିତା। ଏହା ସହିତ ଉମେର ଇଲୟାସିଙ୍କ ଭାଇ ଶୋଏବ ଇଲୟାସି କହିଛନ୍ତି, ସଙ୍ଘ ସହିତ ବାପାଙ୍କର ପୁରୁଣା ସମ୍ପର୍କ ରହିଛି। ଏହି ପରମ୍ପରା ଅନୁଯାୟୀ ସେ ମୌଲାନା ଜମିଲ ଇଲୟାସିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ମସଜିଦକୁ ଆସିଥିଲେ। ଏହା ଏକ ପାରିବାରିକ କାର୍ଯ୍ୟକ୍ରମ ଥିଲା ଏବଂ ଏହାକୁ ସେହି ଦୃଷ୍ଟିରୁ ଦେଖିବା ଆବଶ୍ୟକ। ହିନ୍ଦୁ-ମୁସଲମାନ ମାନଙ୍କ ମଧ୍ୟରେ ସଦଭାବ ବିସ୍ତାର ଏପରି ଜାରି ରହୁ ଏବଂ ସେ କିଛି ଦିନ ପୂର୍ବରୁ ମୁସଲମାନ ବୁଦ୍ଧିଜୀବୀଙ୍କୁ ମଧ୍ୟ ଭେଟିଥିଲେ, ସେ ଅତୀତରେ ମଧ୍ୟ ମୁସଲମାନ ଲୋଙ୍କୁ ଭେଟିଥିଲେ।

ବାସ୍ତବରେ ଇମାମ ଇଲୟାସିଙ୍କୁ ଭେଟିବା ପାଇଁ ଆରଏସଏସ ମୁଖ୍ୟ ମୋହନ ଭଗବତ ଗୁରୁବାର ଦିନ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗରେ ଅବସ୍ଥିତ ମସଜିଦରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କୁହାଯାଉଛି ଯେ, ଏହି ସଭାରେ ମୁସଲମାନ ସମ୍ପ୍ରଦାୟର ଅନ୍ୟ ଅନେକ ନେତା ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ଆରଏସଏସର ଅଖିଲ ଭାରତୀ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ବାୟଂସେବାକ ସଂଘର ସରସଙ୍ଘଚାଳକ ସମାଜ ଓ ଜୀବନର ବିଭିନ୍ନ ପ୍ରକାର ଲୋକଙ୍କୁ ଭେଟନ୍ତି। ଏହା ମଧ୍ୟ ସେହି ପ୍ରକ୍ରିୟାର ଏକ ଅଂଶ।

ବିଜେପି ତଥା ବିଶେଷ କରି ସଙ୍ଘ ପରିବାରକୁ ହିନ୍ଦୁତ୍ବବାଦୀ ବିଚାରଧାରାକୁ ସମର୍ଥନ କରୁଥିବା ସଂଗଠନ ହିସାବରେ ବିବେଚନା କରାଯାଏ। ଆରଏସଏସ ମୁଖ୍ୟ ମୋହନ ଭାଗବତ ମଝିରେ ମଝିରେ ଇସଲାମ ଧର୍ମକୁ ନେଇ ଏପରି ବୟାନ ଦେଇଦିଅନ୍ତି ଯାହାକୁ ନେଇ ଦେଶର ତମାମ ରାଜନୈତିକ ଦଳ ମଧ୍ୟରେ ହୋ-ହାଲ୍ଲା ଦେଖିବାକୁ ମିଳିଥାଏ। ତାଙ୍କ ବିଚାରଧାରାକୁ ସାଧାରଣତଃ ମୁସଲିମ୍ ବିରୋଧି ବିଚାରଧାରା ହିସାବରେ ଗ୍ରହଣ କରାଯାଏ। ତେଣୁ ବର୍ତ୍ତମାନ ତାଙ୍କର ଏପରି ସାକ୍ଷାତକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।