MCD Election Result: ନିର୍ବାଚନରେ କଂଗ୍ରେସ ସମ୍ମାନ ରଖିଲେ ମୁସଲିମ ପ୍ରାର୍ଥୀ, ୯ ଆସନ ପାଇଲା ଦଳ
Advertisement

MCD Election Result: ନିର୍ବାଚନରେ କଂଗ୍ରେସ ସମ୍ମାନ ରଖିଲେ ମୁସଲିମ ପ୍ରାର୍ଥୀ, ୯ ଆସନ ପାଇଲା ଦଳ

MCD Election 2022:  ଦିଲ୍ଲୀ ନଗର ନିଗମ ନିର୍ବାଚନରେ  ମାତ୍ର ୯ ଆସନ ପାଇଛି କଂଗ୍ରେସ। ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ୩୧ ଆସନ ପାଇଥିଲା। ଏଥର ନିର୍ବାଚନରେ କଂଗ୍ରେସ ସମ୍ମାନ ବଞ୍ଚାଇ ଦେଇଛନ୍ତି ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମୁସଲିମ ପ୍ରାର୍ଥୀ। କଂଗ୍ରେସ ଜିତିଥିବା ୯ ୱାର୍ଡ ମଧ୍ୟରୁ ୭ ଆସନରେ ମୁସଲିମ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

MCD Election Result: ନିର୍ବାଚନରେ  କଂଗ୍ରେସ ସମ୍ମାନ ରଖିଲେ ମୁସଲିମ ପ୍ରାର୍ଥୀ, ୯ ଆସନ ପାଇଲା ଦଳ

MCD Election Result 2022: ଘୋଷଣା ହୋଇସାରିଛି ଦିଲ୍ଲୀ ନଗର ନିଗମ ନିର୍ବାଚନ ଫଳାଫଳ। ହେଲେ ଏହି ନିର୍ବାଚନରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା। ଏଥର ଦିଲ୍ଲୀ ନଗର ନିଗମ ନିର୍ବାଚନରେ  ମାତ୍ର ୯ ଆସନ ପାଇଛି କଂଗ୍ରେସ। ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ୩୧ ଆସନ ପାଇଥିଲା। ଏଥର ନିର୍ବାଚନରେ କଂଗ୍ରେସ ସମ୍ମାନ ବଞ୍ଚାଇ ଦେଇଛନ୍ତି ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମୁସଲିମ ପ୍ରାର୍ଥୀ। କଂଗ୍ରେସ ଜିତିଥିବା ୯ ୱାର୍ଡ ମଧ୍ୟରୁ ୭ ଆସନରେ ମୁସଲିମ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ମୁସଲିମ ବହୁଳ ୧୮୮ ନମ୍ବର ୱାର୍ଡ-ଅବୁ ଫଜଲରେ କଂଗ୍ରେସ ପ୍ରାର୍ଥୀ ଆରିବା ଖାନ ବିଜୟୀ ହୋଇଛନ୍ତି। ସେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ୱାଜିଦ ଖାନଙ୍କୁ ପରାସ୍ତ କରିଛନ୍ତି। ଆରିବା ଖାନ ହେଉଛନ୍ତି ଓଖଲା ଆସନର ପୂର୍ବତନ ବିଧାୟକ ମହମ୍ମଦ ଖାନଙ୍କ ଝିଅ। ୨୨୭ ନମ୍ବର ୱାର୍ଡ-ସଲୀମପୁରରେ କଂଗ୍ରେସ ପ୍ରାର୍ଥୀ ଶଗୁଫ୍ତା ଚୌଧରୀ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଅସମା ବେଗମଙ୍କୁ ମାତ ଦେଇଛନ୍ତି। ୨୩୪ ନମ୍ବର ୱାର୍ଡ- କବୀର ନଗରରେ କଂଗ୍ରେସ ପ୍ରାର୍ଥୀ ଜାରିଫ ଆମ ଆଦମୀ ପାର୍ଟି ପ୍ରାର୍ଥୀ ସାଜିଗଙ୍କୁ ପରାସ୍ତ କରିଛନ୍ତି। ୨୧୩ ନମ୍ବର ୱାର୍ଡ-ଶାସ୍ତ୍ରୀ ପାର୍କରେ କଂଗ୍ରେସ ପ୍ରାର୍ଥୀ ସମୀର ଆମ ଆଦମୀ ପାର୍ଟି ପ୍ରାର୍ଥୀ ଆଦିତ୍ୟ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି।

୨୪୩ ନମ୍ବର ୱାର୍ଡ-ମୁସ୍ତାଫାବାଦରୁ ସବୀଲା ବେଗମ ବିଜୟୀ ହୋଇଛନ୍ତି। ୨୪୫ ନମ୍ବର ୱାର୍ଡ-ବ୍ରିଜପୁରୀରେ କଂଗ୍ରେସ ପ୍ରାର୍ଥୀ ନାଜିଆ ଖାତୁନ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଅରଫିନଙ୍କୁ ପରାସ୍ତ କରିଛନ୍ତି। ଶୀତଲ ଆୟା ନଗରରୁ ବିଜୟୀ  ହୋଇଛନ୍ତି। କାଦିପୁରରେ କଂଗ୍ରେସ ପ୍ରାର୍ଥୀ ରୁମା ରାଣା ଆମ ଆଦମୀ ପାର୍ଟି ପ୍ରାର୍ଥୀ ସୁଦେଶ ଗେହଲୋତଙ୍କୁ ପରାସ୍ତ କରିଛନ୍ତି। କଞ୍ଝାୱାଲାରେ କଂଗ୍ରେସ ପ୍ରାର୍ଥୀ ଯୋଗୀନ୍ଦର ବିଜେପି ପ୍ରାର୍ଥୀ ବରୁଣ ସେନିଙ୍କୁ ପରାସ୍ତ କରିଛନ୍ତି।

ମୁସଲିମ ବହୁଳ ୬ ବିଧାନସଭାର ୨୩ ୱାର୍ଡ ମଧ୍ୟରୁ ଆମ୍ ଆଦମୀ ପାର୍ଟି କେବଳ ୮ ୱାର୍ଡ ଜିତିପାରିଛି। ବଲ୍ଲାମାରନର ତିନୋଟି ୱାର୍ଡ ମଧ୍ୟରୁ ଆପ୍ ୨ ଏବଂ ବିଜେପି ଗୋଟିଏ ସିଟ୍ ଜିତିଛି। ଆମ୍ ଆଦମୀ ପାର୍ଟି ମୁସ୍ତାଫାବାଦ ବିଧାନସଭାର ସମସ୍ତ ୫ ୱାର୍ଡରେ ପରାସ୍ତ ହୋଇଛି। ସୀଲମପୁର ବିଧାନସଭାର ସମସ୍ତ ୪ ୱାର୍ଡରେ ଆମ୍ ଆଦମୀ ପାର୍ଟି ପରାଜୟର ସାମ୍ନା କରିଛି। ଓଖଲା ବିଧାନସଭାର ସମସ୍ତ ୫ ୱାର୍ଡ ମଧ୍ୟରୁ ଆମ ଆଦମୀ ପାର୍ଟି ଚାରୋଟି ୱାର୍ଡରେ ହାରିଥିବା ବେଳେ  ଦଳକେବଳ ଗୋଟିଏ ୱାର୍ଡରେ ଜିତିଛି। ଆପ୍ ମାଟିଆ ମହଲ ବିଧାନସଭାର ସମସ୍ତ ତିନୋଟି ୱାର୍ଡ ଜିତିଛି। ଚାନ୍ଦନୀଚୌକ୍ ବିଧାନସଭାର ସମସ୍ତ ତିନୋଟି ୱାର୍ଡରେ ଆପ୍ ବିଜୟୀ ହୋଇଛି। ଏହି ନିର୍ବାଚନ ଫଳାଫଳରେ ଆମ୍ ଆଦମୀ ପାର୍ଟି ମୁସଲିମ ବହୁଳ ନିର୍ବାଚନମଣ୍ଡଳୀର ମତଦାତାଙ୍କ ଠାରୁ ବିପୁଳ ସମର୍ଥନ ପାଇବ ବୋଲି ଆଶା କରିଥିଲା। ଯଦିଓ ଦଳ ମୁସଲିମ ବହୁଳ ଅଞ୍ଚଳରେ ଆଶା କରାଯାଉଥିବା ଜନସମର୍ଥନ ପାଇ ନାହିଁ। 

ସଂଶୋଧିତ ନାଗରିକତା ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ପାଇଁ ଚର୍ଚ୍ଚାକୁ ଆସିଥିଲା ଦିଲ୍ଲୀ ଶାହୀନବାଗ ଅଞ୍ଚଳ। ଏଠକାର ଅବୁଲ ଫଜଲ ଏନକ୍ଲେଭ (ଶାହିନ୍ ବାଗ) ଏବଂ ଜକିର ନଗର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୧୮୮ ନମ୍ବର ୱାର୍ଡ-ଅବୁ ଫଜଲରେ କଂଗ୍ରେସ ପ୍ରାର୍ଥୀ ଆରିବା ଖାନ ଆପ୍ ପ୍ରାର୍ଥୀ ୱାଜିଦ ଖାନଙ୍କୁ ୧୪୭୯ ଖଣ୍ଡ ବ୍ୟବଧାନରେ ପରାସ୍ତ କରିଛନ୍ତି। ଜାକିର ନଗର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ନାଜିଆ ଦାନିଶ ଆପ୍ ପ୍ରାର୍ଥୀ ୪୭୯ ଖଣ୍ଡ ବ୍ୟବଧାନରେ ପରାସ୍ତ କରିଛନ୍ତି।