MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha1425203

MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କାର୍ଯ୍ୟସୂଚୀ

MCD Election 2022 Date: ନଭେମ୍ବର ୪ ତାରିଖ ଶୁକ୍ରବାର ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। 

MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କାର୍ଯ୍ୟସୂଚୀ

Delhi Municipal Corporation Election: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ମତଦାନ। ଡିସେମ୍ବର ୭ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ନଭେମ୍ବର ୪ ତାରିଖ ଶୁକ୍ରବାର ଏହି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଏହି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି।

ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (Municipal Corporation of Delhi) ଏମସିଡି ୱାର୍ଡ (MCD Ward) ର ହୋଇଥିଲା ପୁନର୍ଗଠନ। ଏହା ପରେ ଦିଲ୍ଲୀ ନଗର ନିଗମର ଏକୀକରଣ (Unification of Delhi Municipal Corporation) କରାଯାଇଥିଲା। ବର୍ତ୍ତମାନ ମୋଟ ୨୫୦ ୱାର୍ଡରେ ଅନୁଷ୍ଠିତ ହେବ ନିର୍ବାଚନ। ପୂର୍ବରୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ୩ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବରୁ ଏଠାରେ ମୋଟ ୨୭୨ ୱାର୍ଡ ରହିଥିଲା। ଏମସିଡି ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପରେ ୱାର୍ଡ ସଂଖ୍ୟା ୨୭୨ ରୁ ୨୫୦ କୁ ହ୍ରାସ ପାଇଛି। ପୂ୍ର୍ବରୁ ରାଷ୍ଟ୍ରୀୟ ରାଜଧାନୀରେ ପୂର୍ବ ଦିଲ୍ଲୀ (East Delhi Municipal Corporation), ଦକ୍ଷିଣ ଦିଲ୍ଲୀ ( South Delhi Municipal Corporation), ଉତ୍ତର ଦିଲ୍ଲୀ (North Delhi Municipal Corporation) ନାମରେ ତିନୋଟି ପୃଥକ ପୃଥକ ନଗର ନିଗମ ରହିଥିଲା। 

ଦିଲ୍ଲୀ ନଗର ନିଗମ ନିର୍ବାଚନ (Delhi Municipal Corporation Election) ପାଇଁ ତାରିଖ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ନିର୍ବାଚନ କମିଶନର ବିଜୟ ଦେବ। ଏନେଇ କମିଶନର କହିଛନ୍ତି ଯେ ୨୦୧୧ ଜନଗଣନା ଅନୁଯାୟୀ ମୋଟ ୨୫୦ ୱାର୍ଡ ମଧ୍ୟରୁ ୪୨ ସିଟ୍ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଅନ୍ୟ ୨୧ ସିଟ୍  ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ମୋଟ ୧୦୪ ସିଟ୍ ମହିଳାଙ୍କ ପାଇଁ ପୃଥକ ଭାବରେ ସଂରକ୍ଷିତ କରାଯାଇଛି। ଏମସିଡି ନିର୍ବାଚନ ଲାଗି ସମୁଦାୟ ୧୩ ହଜାର ୬୬୫ ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନରେ ​​ଇଭିଏମ୍ ବ୍ୟବହାର କରାଯିବ।

ମତଦାନ ଦିନ ୨ ହଜାରରୁ ଅଧିକ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହେବେ। ପ୍ରତ୍ୟେକ ବିଧାନସଭାରେ ୬୮ ଜଣ ସାଧାରଣ ପର୍ଯ୍ୟବେକ୍ଷକ ରହିବେ। ସବୁ ସ୍ଥାନରେ ଭିଡିଓଗ୍ରାଫି କରାଯିବ। ଅନ୍ୟପକ୍ଷରେ ଦିଲ୍ଲୀ ରାଜ୍ୟ ନିର୍ବାଚନ ଆୟୋଗ ଏମସିଡି ନିର୍ବାଚନ ପାଇଁ ଏହା ଅଧୀନରେ ଆସିଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ବାଧ୍ୟତାମୂଳକ ହେଲେ ହିଁ ସେ ଛୁଟିରେ ଯାଇପାରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ହେଲେ ଏ ବାବଦରେ ଆୟୋଗ ପାଖରୁ ଅନୁମତି ନେବାକୁ ପଡ଼ିବ। ଏମସିଡି ନିର୍ବାଚନ ପାଇଁ ୬୮ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୨୫୦ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି। ଏହା ବ୍ୟତୀତ ବହୁ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି।

ଦିଲ୍ଲୀ ନଗର ନିଗମ ନିର୍ବାଚନ କାର୍ଯ୍ୟସୂଚୀ 

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ- ୭ ନଭେମ୍ବର
  • ନାମାଙ୍କନ ଦାଖଲର ଶେଷ ତାରିଖ- ୧୪ ନଭେମ୍ବର 
  • ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ- ୧୯ ନଭେମ୍ବର
  • ମତଦାନ- ୪ ଡିସେମ୍ବର 
  • ନିର୍ବାଚନ ଫଳାଫଳ ପ୍ରକାଶ- ୭ ଡିସେମ୍ବର