Mainpuri Bypoll 2022: ବିଜେପିକୁ ମାତ ଦେବାକୁ ଏହି ରଣନୀତି ଆପଣାଇଲେ ଅଖିଳେଶ ଯାଦବ
Advertisement

Mainpuri Bypoll 2022: ବିଜେପିକୁ ମାତ ଦେବାକୁ ଏହି ରଣନୀତି ଆପଣାଇଲେ ଅଖିଳେଶ ଯାଦବ

Mainpuri By Election 2022: ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ରେକର୍ଡ ବିଜୟ ପାଇଁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ଅଖିଳେଶ ଯାଦବ। ଏହି ଉପନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ। 

 

 Mainpuri Bypoll 2022: ବିଜେପିକୁ ମାତ ଦେବାକୁ ଏହି ରଣନୀତି ଆପଣାଇଲେ ଅଖିଳେଶ ଯାଦବ

Samajwadi Party: ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଥିବା ଉପନିର୍ବାଚନରେ ବିଜୟ ବାନା ଉଡ଼ାଇବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଲାଗି ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଏହାକୁ ନଜରରେ ରଖି ସେ ତାଙ୍କ ପତ୍ନୀ ଡିମ୍ପଲ୍ ଯାଦବଙ୍କୁ ମୈନପୁରୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ କରିଛନ୍ତି। ଏହା ସହିତ ଅଖିଲେଶ ଯାଦବ ତାଙ୍କ ଚାଚା ଶିବପାଲ ଯାଦବଙ୍କ ସହ ରହିଥିବା ମତଭେଦକୁ ଭୁଲି ଏକତା ସ୍ଲୋଗାନ ଦେଇଛନ୍ତି। 

ମୈନପୁରୀ ଲୋକସଭା ଆସନରେ (Mainpuri Lok Sabha) ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ରେକର୍ଡ ବିଜୟ ପାଇଁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav)। ଏହି ଉପନିର୍ବାଚନ ପୂର୍ବରୁ ବିଜେପି (BJP) ବିରୋଧରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ। ଏନେଇ ପ୍ରତିକ୍ରିୟା ରଖି ଅଖିଳେଶ ଯାଦବ କହିଛନ୍ତି ସେମାନକୁ (ବିଜେପି) ତାଙ୍କ ପରିବାର ସହ ଅନେକ ଅସୁବିଧା ହେଉଛି। ମୈନପୁରୀ ଉପନିର୍ବାଚନରେ ବିଜେପିର ରେକର୍ଡ ପରାଜୟ ହେଉଛି ଏହି ରୋଗର ଉପଶମ। 

ମୈନପୁରୀ ଉପନିର୍ବାଚନ (Mainpuri By Election 2022) ପାଇଁ ପ୍ରଚାର କରିବା ସମୟରେ ଜସୱନ୍ତନଗର ବିଧାନସଭା ଆସନରେ (Jaswantnagar Assembly Constituency) ସମାଜବାଦୀ ପାର୍ଟି କର୍ମକର୍ତ୍ତାକୁ (Samajwadi Party Worker) ସମ୍ବୋଧିତ କରିବା ବେଳେ ଏକଥା କହିଛନ୍ତି ଅଖିଳେଶ ଯାଦବ।

Also Read: Mainpuri By Election 2022: ଅଖିଳେଶ ଯାଦବଙ୍କୁ ଭୟଭୀତ କରୁଛି ଦଳର ପୁରୁଣା ରେକର୍ଡ, ସାମ୍ନାରେ ରହିଛି ବଡ ଚ୍ୟାଲେଞ୍ଜ

ଆମ ପରିବାରକୁ ନେଇ ବିଜେପିର ଅନେକ ଅସୁବିଧା ରହିଛି। ଯଦି ଆମେ ଚାଲିଯିବା, ତାହେଲେ ସେମାନେ ଦୁଷ୍ପ୍ରଚାର କରିବେ ଯେ ଆମ ପରିବାରରେ ଝଗଡା ହେଉଛି। ଯଦି ଆମେ ଏକାଠି ରହିଥାଉ, ତାହେଲେ ସେମାନେ କହୁଛନ୍ତି ଯେ ଆମେ ପରିବାରବାଦୀ। ବିଜେପି (BJP) ଭୋଗୁଥିବା ଏହି ରୋଗ ପାଇଁ କେବଳ ଗୋଟିଏ ଉପଶମ ଅଛି। ତାହା ହେଉଛି ଆପଣଙ୍କ ଭୋଟ୍। ରେକର୍ଡ ସଂଖ୍ୟାରେ ମତଦାନ କରି ଆପଣ ବିଜେପିକୁ ମୈନପୁରୀ ଉପନିର୍ବାଚନରେ ପରାସ୍ତ କରନ୍ତୁ।

ଅଖିଳେଶ ଯାଦବ କହିଛନ୍ତି ଜସୱନ୍ତନଗର ଏବଂ ମୈନପୁରୀ (Jaswantnagar and Mainpuri) ଲୋକେ ନେତାଜୀ ମୁଲାୟମ ସିଂହ ଯାଦବଙ୍କ (Netaji Mulayam Singh Yadav) ସହ ମିଶି ଅନେକ ସଂଘର୍ଷ କରିଛନ୍ତି। ସେମାନେ ନେତାଜୀଙ୍କୁ ଆଗକୁ ବଢାଇଛନ୍ତି। ଆଜି ଜସୱନ୍ତନଗର କେବଳ ରାଜ୍ୟରେ ବରଂ ଦେଶ ବିଦେଶରେ ରହିଛି। ଆମେ ନିଶ୍ଚିତ ଯେ ଏହି ଉପନିର୍ବାଚନରେ ​​ଜସୱନ୍ତନଗର ପୂର୍ବ ରେକର୍ଡ ଭାଙ୍ଗିବ। ସାଇକେଲ ଚିହ୍ନ (Samajwadi Party Cycle) ଉପରେ ପ୍ରତ୍ୟେକ ଭୋଟ୍ ଦେଇ ଡିମ୍ପଲ୍ ଯାଦବଙ୍କୁ (Dimple Yadav) ଜିତାଇବାକୁ ହେବ।

Also Read: Mainpuri Bypoll 2022: ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଲାଗି ସହଜ ହେଲା ରାସ୍ତା, ଜାଣନ୍ତୁ କିପରି

ଗତ ଅକ୍ଟୋବର ୧୦ ତାରିଖରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ହେତୁ ମୈନପୁରୀ ଲୋକସଭା ଆସନ ଖାଲିପଡ଼ିଛି। ଆସନ୍ତା ୫ ଡିସେମ୍ବରରେ ମୈନପୁରୀ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ଉପନିର୍ବାଚନ ଫଳାଫଳ।