Maharashtra Politics: କାହା ହାତକୁ ଯିବ ଧନୁ-ତୀର, କିଏ ମାରିବ ଧନୁ, କାହା ପାଖକୁ ଯିବ ତୀର?
Advertisement

Maharashtra Politics: କାହା ହାତକୁ ଯିବ ଧନୁ-ତୀର, କିଏ ମାରିବ ଧନୁ, କାହା ପାଖକୁ ଯିବ ତୀର?

Bow and Arrow: ମୋଟ ୫୪ ବିଧାୟକ ରହିଥିବା ଶିବସେନା ଏବେ ଠାକରେ ଏବଂ ସିନ୍ଦେ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। କେବଳ ଦଳୀୟ ବିଧାୟକ ନୁହେଁ ଦଳର ସାଂସଦ ମଧ୍ୟ ଉଭୟ ଗୋଷ୍ଠୀରେ ବାଣ୍ଟି ହୋଇସାରିଛନ୍ତି।

Maharashtra Politics: କାହା ହାତକୁ ଯିବ ଧନୁ-ତୀର, କିଏ ମାରିବ ଧନୁ, କାହା ପାଖକୁ ଯିବ ତୀର?

Shiv Sena Bow and Arrow: ମହାରାଷ୍ଟ୍ର ରାଜନୀତି ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶିବସେନା କାହାର ସେ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ  ବର୍ତ୍ତମାନ ସାମ୍ବିଧାନିକ ଖଣ୍ଡପୀଠ ଦ୍ୱାରା କରାଯିବ। ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରିବ। ଏହି ଆବେଦନରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା, ସରକାର ଗଠନ ପାଇଁ ଏକନାଥ ସିନ୍ଦେଙ୍କୁ ରାଜ୍ୟପାଳଙ୍କ ନିମନ୍ତ୍ରଣ, ବିଧାନସଭାରେ ନୂତନ ବାଚସ୍ପତି ନିଯୁକ୍ତି କରିବା ପ୍ରକ୍ରିୟା ଭଳି ଅନେକ ପ୍ରସଙ୍ଗ ରହିଛି। ଏହି ସମସ୍ତ ଆବେଦନ ଉପରେ ସାମ୍ବିଧାନିକ ଖଣ୍ଡପୀଠ ଦ୍ୱାରା ବିଚାର କରାଯିବ। ଆସନ୍ତା ଗୁରୁବାର ଠାରୁ ସାମ୍ବିଧାନିକ ବେଞ୍ଚ ଏହି ଆବେଦନର ଶୁଣାଣି କରିବ। ଶୁଣାଣି ସମୟରେ ୨ ଦିନ ଧରି ନିର୍ବାଚନ ଆୟୋଗ ପକ୍ଷରୁ ଏହି ମାମଲାରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପର ରୋକ ଲଗାଯାଇଛି।

ଆଗାମୀ ୨ ଦିନ ପରେ ଶିବସେନାର ନିର୍ବାଚନ ପ୍ରତୀକ ଉପରେ ଧନୁ-ତୀର (ShivSena Election Symbol Bow and Arrow) ଏକନାଥ ସିନ୍ଦେ ନା ଉଦ୍ଧବ ଠାକରେ (Eknath Shinde vs Uddhav Thackeray) ଗୋଷ୍ଠୀ ପାଖରେ ରହିବ ସେ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ନିର୍ବାଚନ ଆୟୋଗ (Election Commission) ଶୁଣାଣି କରିବେ ନା ନାହିଁ ତାହା ସ୍ଥିର କରିବ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ଖଣ୍ଡପୀଠ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ (Former Maharashtra CM Uddhav Thackeray) ଦଳ ଶିବସେନା ନିର୍ବାଚନ ପ୍ରତୀକ ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି।

ଉଦ୍ଧବ ଠାକରେ ଗୋଷ୍ଠୀ (Shiv Sena Thackeray Faction), ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ (Shiv Sena Shinde Faction) ସାମିଲ ହୋଇଥିବା ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବା ଲାଗି ଦାବି କରିଛି। ଏହା ବ୍ୟତୀତ ଠାକରେ ଗୋଷ୍ଠୀ ରାଜ୍ୟପାଳଙ୍କ ପକ୍ଷରୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏକନାଥ ସିନ୍ଦେଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ର ବିଧାନସଭାରେ ନୂତନ ବାଚସ୍ପତି ନିଯୁକ୍ତ କରିବା ଉପରେ ପ୍ରଶ୍ନ ଉଠାଇଛି ଠାକରେ ଗୋଷ୍ଠୀ। ଭୁଲ ପ୍ରକ୍ରିୟାରେ ନୂତନ ବାଚସ୍ପତି ନିର୍ବାଚିତ ହୋଇଥିବା ଠାକରେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଏଥିସହିତ ଶିବସେନା ନିର୍ବାଚନ ପ୍ରତୀକ ଧନୁ-ତୀର ଉଦ୍ଧବ ଠାକେର ଗୋଷ୍ଠୀ ନା ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିର୍ବାଚନ ଆୟୋଗ ପକ୍ଷରୁ ଏହି ମାମଲାରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପର ରୋକ ଲଗାଯାଇଛି। ନିର୍ବାଚନ ଆୟୋଗ ଏହି ମାମଲାର ଶୁଣାଣି କରିବେ କି ନାହିଁ ତାହା ସ୍ଥିର କରିବ।

Also Read: Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି

ମୋଟ ୫୪ ବିଧାୟକ ରହିଥିବା ଶିବସେନା ଏବେ ଠାକରେ ଏବଂ ସିନ୍ଦେ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। କେବଳ ଦଳୀୟ ବିଧାୟକ ନୁହେଁ ଦଳର ସାଂସଦ ମଧ୍ୟ ଉଭୟ ଗୋଷ୍ଠୀରେ ବାଣ୍ଟି ହୋଇସାରିଛନ୍ତି। ସିନ୍ଦେ ଗୋଷ୍ଠୀରେ ପ୍ରାୟ ୪୦ ଶିବସେନା ବିଧାୟକ ଏବଂ ୧୨ ଜଣ ଲୋକସଭା ସାଂସଦ ସାମିଲ ଅଛନ୍ତି। ଅନ୍ୟପଟେ ଠାକେରେ ଗୋଷ୍ଠୀରେ ୧୪ ବିଧାୟକ ଏବଂ ୬ ଜଣ ସାଂସଦ ସାମିଲ ଅଛନ୍ତି। ସଂଖ୍ୟା ବଳ ଦୃଷ୍ଟିରୁ ସିନ୍ଦେ ଗୋଷ୍ଠୀର ପଲ୍ଲା ଭାରୀ ରହିଛି। ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି କହୁଛନ୍ତି।