Maharashtra Politics: ସଞ୍ଜୟ ରାଉତଙ୍କ ଦାବି, ରାଜ୍ୟରେ ତିଷ୍ଠି ପାରିବ ନାହିଁ ସିନ୍ଦେ ସରକାର
Advertisement
Article Detail0/zeeodisha/odisha1272537

Maharashtra Politics: ସଞ୍ଜୟ ରାଉତଙ୍କ ଦାବି, ରାଜ୍ୟରେ ତିଷ୍ଠି ପାରିବ ନାହିଁ ସିନ୍ଦେ ସରକାର

Maharashtra Politics: ବିବାର ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରର ଏକ ଦୃଢ ଆଧାର ନାହିଁ। 

 

Maharashtra Politics: ସଞ୍ଜୟ ରାଉତଙ୍କ ଦାବି, ରାଜ୍ୟରେ ତିଷ୍ଠି ପାରିବ ନାହିଁ ସିନ୍ଦେ ସରକାର

Shiv Sena MP Sanjay Raut: ଶିବସେନାରେ ଚାଲିଥିବା ଲଢେଇ ଥମିବାର ନାଁ ଧରୁନାହିଁ। ଉଦ୍ଧବ ଠାକେରଙ୍କ ଗୋଷ୍ଠୀ କ୍ରମାଗତ ଭାବେ ଏକନାଥ ସିନ୍ଦେ ଗୋଷ୍ଠୀକୁ ଟାର୍ଗେଟ କରିବାରେ ଲାଗିଛି। ପ୍ରକୃତ ଶିବସେନା କିଏ ତାହାକୁ ନେଇ ଠାକେର-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଲଢେଇ। ସଦ୍ୟ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପି ସମର୍ଥନରେ ଗଠିତ ହୋଇଥିବା ସିନ୍ଦେ ସରକାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ବିଜେପି ବିରୋଧରେ ବର୍ଷି ସଞ୍ଜୟ ରାଉତ କହିଛନ୍ତି ଯେ ଏହି ସରକାର ମହାରାଷ୍ଟ୍ରରେ ଅଧିକ ସମୟ ତିଷ୍ଠି ରହିବ ନାହିଁ। କାରଣ ଏହି ସରକାରର ଆଧାର ଦୁର୍ବଳ।

ରବିବାର ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରର ଏକ ଦୃଢ ଆଧାର ନାହିଁ। ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ଏହି ସରକାର ଭାଙ୍ଗିଯିବ। ଆମେ ବିଜେପି ଭଳି ଲାଉଡ ସ୍ପୀକର ଲାଗି ଦେବୁ ନାହିଁ। ଏହି ସରକାର ନିଶ୍ଚିତ ଭାବରେ ଅଧିକ ଦିନ ରହିବ ନାହିଁ। ସରକାର ଗଠନକୁ ମାସେ ପୂରଣ ହେବାକୁ ବସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାବିନେଟ ଗଠନ ହୋଇନାହିଁ। ଲୁଚା ଛପାରେ ଦୋମୁହାଁ ଆଭିମୁଖ୍ୟ ଗ୍ରହଣ କରୁଥିବା ଏହି ସରକାର ଅନ୍ତଃଦ୍ୱନ୍ଦ୍ୱ କାରଣରୁ ଏହି ସରକାର ଭାଙ୍ଗିଯିବ। କାରଣ ଏହି ସରକାରର ମୂଳଦୂଆ ମଜବୁତ ନୁହେଁ। 

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନଭୀସଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ସେ ମୋର ଲାଉଡ ସ୍ପିକର ଶୁଣନ୍ତି। ଆମେ ଯାହା କହିବାକୁ ଚାହୁଁଛୁ, ଆମେ ସାହସର ସହିତ କହୁଛୁ। ଶିବସେନା ଲାଉଡ ସ୍ପୀକର ୫୬ ବର୍ଷ ଧରି ବାଜୁଛି। ଲୋକେ ଏହା କ’ଣ ଜାଣିବା ପାଇଁ ସର୍ବଦା ଆଗ୍ରହୀ ଅଛନ୍ତି ଯେ ଶିବସେନା ଲାଉଡ ସ୍ପୀକର କ'ଣ କହୁଛି। ଆପଣ ଆପଣଙ୍କ ସରକାର ଉପରେ ନଜର ଖନ୍ତୁ। ଆପଣ କେତେଥର ଦିଲ୍ଲୀ ଯାଉଛନ୍ତି? ଗୋଟିଏ ମାସ ପରେ ମଧ୍ୟ ବିଭାଗ ବଣ୍ଟା ହୋଇପାରୁନାହିଁ।

ଅତୀତରେ ଶିବସେନା ସହ ବିଜେପି ସରକାର ଗଠନ କରିବାକୁ ନେଇ ଦେବେନ୍ଦ୍ର ଫଡନାଭୀସଙ୍କ ବୟାନ ଉପରେ ଜବାବ ରଖି ସଞ୍ଜୟ ରାଉତ କହିଛନ୍ତି କେଉଁ ଶିବସେନା ସେ କହୁଛନ୍ତି? ଶିବସେନା ପ୍ରତିଷ୍ଠାତା ବାଲାସାହେବ ଏବଂ ଉଦ୍ଧବ ଠାକରେଙ୍କ ବିନା ଶିବସେନା ହୋଇପାରିବ? ଶିବ ସୈନିକ ଏବଂ ମହାରାଷ୍ଟ୍ରବାସୀଙ୍କ ମଧ୍ୟରେ କ୍ରୋଧ ରହିଛି ଯେ ବାଲାସାହେବଙ୍କ ପୁଅଙ୍କ ବିଶ୍ୱାସଘାତକତା କରାଯିବା  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ଶିବ ସୈନିକଙ୍କ କ୍ରୋଧ ଏବଂ ଲୁହରେ ଏହି ସରକାର ଧ୍ୱଂସ ହୋଇଯିବ।

Also Read: Maharashtra Politics: ସଞ୍ଜୟ ରାଉତଙ୍କ ଦାବି, ରାଜ୍ୟରେ ତିଷ୍ଠି ପାରିବ ନାହିଁ ସିନ୍ଦେ ସରକାର