Trending Photos
DG Yatra: ଭୁବନେଶ୍ୱର: ବିମାନବନ୍ଦରରେ ଯାତ୍ରୀଙ୍କ ସୁଗମ ଚେକ୍-ଇନ୍ ପାଇଁ ଭାରତୀୟ ବିମାନ ପ୍ରାଧୀକରଣ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରୁଛନ୍ତି। ଏହି ପ୍ରଯୁକ୍ତି ବିଦ୍ୟାରେ ଯାତ୍ରୀଙ୍କ ବ୍ୟକ୍ତିଗତ ଗୋପନୀୟତାରେ ସାଲିସ ହେଉଛି କି? ଏମିତି ଉଦବେଗ ଆସିବା ସ୍ୱଭାବିକ। କିନ୍ତୁ ଭାରତରେ ଏହିପରି ସମସ୍ୟା ନାହିଁ ଏବଂ କୌଣସି ସ୍ତରରେ ବ୍ୟକ୍ତିଗତ ତଥ୍ୟକୁ ବିମାନବନ୍ଦର କର୍ତ୍ତୃପକ୍ଷ ସଂରକ୍ଷିତ କରନ୍ତି ନାହିଁ ବୋଲି ଉତ୍ତର ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ରେଡ୍ଡି।
ବର୍ତ୍ତମାନ ସମୟରେ ଡାଟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହା କେତେ ସୁରକ୍ଷିତ ତାହା ପ୍ରଶ୍ନ ଉଠିବା ବି ବାଞ୍ଛନୀୟ। ଏପରି ପ୍ରଶ୍ନ କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁରଙ୍କ ମନରେ ବି ଆସିଥିଲା। ସେଥିଲାଗି ଲୋକସଭାରେ ସେ ବିମାନଚଳାଚଳ ମନ୍ତ୍ରୀ କେ ରାମମୋହନ ରେଡ୍ଡୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପ୍ରଶ୍ନ ଜରିଆରେ ସେ ପଚାରିଥିଲେ, ଡିଜି ଯାତ୍ରା ନୀତିରେ ଯାତ୍ରୀଙ୍କ ଗୋପନୀୟ ତଥ୍ୟ, ବାୟୋମାଟ୍ରିକ୍ ସୂଚନାକୁ ନେଇ ନିତି ଆୟୋଗ ଦେଇଥିବା ସତର୍କତା ବାବଦରେ ସରକାର ଅବଗତ କି? ପୁଣି ଏହାକୁ ଲାଗୁ କରୁଛନ୍ତି କି?
ଏହାର ଉତ୍ତରରେ ଶ୍ରୀ ରେଡ୍ଡୀ କହିଛନ୍ତି, ନିତି ଆୟୋଗଙ୍କ ଶ୍ୱେତପତ୍ର ଅନୁସାରେ ବିମାନ ଯାତ୍ରାବେଳେ ଡିଜିଯାତ୍ରା ଦ୍ୱାରା ଚେକ୍ ଇନ କରୁଥିବା ଯାତ୍ରୀ ତଥ୍ୟକୁ ଯାଞ୍ଚ କରାଯାଉଛି। ଏହି ସମୟରେ ମୁହଁ ଚିହ୍ନଟ ଟେକ୍ନୋଲୋଜି ( ଆର୍ଏଫ୍ଟି) ର ଆଧାରରେ ମୁହଁ ଯାଞ୍ଚ ଟେକ୍ନୋଲୋଜିକୁ (ଏଫ୍ଭିଟି) ବ୍ୟବହାର କରାଯାଉଛି। ଏହି ସମୟରେ ଯାତ୍ରୀଙ୍କ କୌଣସି ତଥ୍ୟକୁ ଯାଞ୍ଚ ସମୟରେ ସଂରକ୍ଷଣ କରାଯାଏ ନାହିଁ। ନିତି ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ବିଷୟକୁ ଏହି ସମୟର ଧ୍ୟାନ ଦିଆଯାଉଛି। ଏହିପରି ଡିଜାଇନ୍ରେ ଡିଜିଯାତ୍ରା ଆପ୍ଲିକେସ଼୍ ନିର୍ମାଣ କରାଯାଇଛି ଯାହା ଦ୍ୱାରା କୌଣସି ତଥ୍ୟକୁ ସଂରକ୍ଷିତ କରାଯାଇପାରିବ ନାହିଁ।। ଯାହାବି ତଥ୍ୟ ଜରୁରୀ ତାହା ବ୍ୟବହାରକାରୀଙ୍କ ସ୍ମାର୍ଟ ଫୋନ ଓ୍ୱାଲେଟରେ ରହିବ। ଯେତେବଳେ ଯାଞ୍ଚ ସମୟ ଆସିବ ସେତେବଳେ ହିଁ ଏହି ତଥ୍ୟ ଆପ୍କୁ ଚିହ୍ନଟ ପାଇଁ ସମ୍ପୃକ୍ତ ଓ୍ୱାଲେଟ ପଠାଇଥାଏ। ଏହି ତଥ୍ୟ ପୁଣି ଆପ୍ରୁ ଏହି ତଥ୍ୟକୁ ଉଡ଼ାଣର ୨୪ ଘଣ୍ଟା ମଧ୍ୟ ସ୍ୱୟଂ ଉତ୍ଖାତ କରାଯାଇଥାଏ।