Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ଜବରଦସ୍ତ ଝଟକା ଦେଲେ ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1354607

Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ଜବରଦସ୍ତ ଝଟକା ଦେଲେ ଏକନାଥ ସିନ୍ଦେ

Shiv Sena Party Organization: ପ୍ରଥମେ ବିଧାୟକ ଦଳ ପରେ ସଂସଦୀୟ ଦଳ ଆଉ ଏବେ ଶିବସେନା ସଙ୍ଗଠନକୁ  ନିଜ ଦଖଲକୁ ନେବା ପାଇଁ ଚାହୁଁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଗତ ଜୁନ ମାସରେ ହୋଇଥିବା ବିଦ୍ରୋହ ପରେ ଶିବେସନା ଏବେ ୨ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। 

Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ଜବରଦସ୍ତ ଝଟକା ଦେଲେ ଏକନାଥ ସିନ୍ଦେ

Shindes jolts to Thackeray: ପ୍ରଥମେ ବିଧାୟକ ଦଳ ଏବେ ଶିବେସନା ସଂସଦୀୟ ଦଳ ଉପରେ ରହିଛି ଶିବସେନା ସିନ୍ଦେ ଗୋଷ୍ଠୀର ସତର୍କ ନଜର। ସଦ୍ୟ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଶିବସେନା ରାଜ୍ୟ ଶାଖାର ୧୫ ଜଣ ମୁଖ୍ୟଙ୍କ ମଧ୍ୟରୁ ୧୨ ଜଣ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖ ଗୁରୁବାର ଅନୁଷ୍ଠିତ ବୈଠକରେ ୧୨ ରାଜ୍ୟ ଶାଖା ମୁଖ୍ୟମନ୍ତ୍ରୀଙ୍କ ଶିବିରରେ ଯୋଗ ଦେଇଥିଲେ। ଏହି ରାଜ୍ୟର ମୁଖ୍ୟଙ୍କୁ ସେମାନଙ୍କ ରାଜ୍ୟରେ ଦଳର ବିକାଶ ପାଇଁ  ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ।

ଶିବସେନା ଦିଲ୍ଲୀ ଶାଖା ମୁଖ୍ୟ ସନ୍ଦୀପ ଚୌଧୁରୀ, ମଣିପୁର ମୁଖ୍ୟ ତୋମ୍ବି ସିଂହ, ମଧ୍ୟ ପ୍ରଦେଶ ମୁଖ୍ୟ ଥଡେଶ୍ୱର ମହାୱାର, ଛତିଶଗଡ ମୁଖ୍ୟ ଧନଞ୍ଜୟ ପରିହାର, ଗୁଜୁରାଟ ମୁଖ୍ୟ ଏସ.ଆର ପାଟିଲ, ରାଜସ୍ଥାନ ମୁଖ୍ୟ ଲଖନ ସିଂହ ପାୱାର, ହାଇଦ୍ରାବାଦ ମୁଖ୍ୟ ମୁରାରୀ ଆନ୍ନା, ଗୋଆ ମୁଖ୍ୟ ଜିତେଶ କାମାତ, କର୍ଣ୍ଣାଟକ ମୁଖ୍ୟ କୁମାର ଏ.ହାକରୀ, ପଶ୍ଚିମବଙ୍ଗ ମୁଖ୍ୟ ଶାନ୍ତି ଦତ୍ତା, ଓଡିଶା ରାଜ୍ୟ ପ୍ରଭାରୀ ଜ୍ୟୋତିଶ୍ରୀ ପ୍ରସନ୍ନ କୁମାର, ତ୍ରିପୁରା ରାଜ୍ୟ ପ୍ରଭାରୀ ବୀରାୱଦେବ ନାଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ (Maharashtra Chief Minister Eknath Shinde) ସମର୍ଥନ ଜଣାଇଛନ୍ତି। 

Also Read: Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ଜବରଦସ୍ତ ଝଚକା ଦେଲେ ଏକନାଥ ସିନ୍ଦେ 

ଏନେଇ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ସିନ୍ଦେ ଟ୍ୱିଟ୍ କରି କହିଛନ୍ତି ଯେ, ବିଭିନ୍ନ ରାଜ୍ୟର ଶିବସେନା ଆଞ୍ଚଳିକ ଶାଖା (Shiv Sena State Unit) ମୁଖ୍ୟଙ୍କ ସହ ବୁଧବାର ଭେଟଘାଟ ହୋଇଥିଲା। ସେମାନେ ସମସ୍ତେ ଆମକୁ ସମର୍ଥନ ଜଣାଇଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଶିବସେନା ଦଳୀୟ ସଙ୍ଗଠନର ସମ୍ପ୍ରସାରଣ (Shiv Sena Party Organization Expansion) ବାବଦରେ ବ୍ୟାପକ ଆଲୋଚନା ହୋଇଛି।

ପ୍ରଥମେ ବିଧାୟକ ଦଳ (Shiv Sena Legislature Party) ପରେ ସଂସଦୀୟ ଦଳ (Shiv Sena Parliamentary Party) ଆଉ ଏବେ ଶିବସେନା ସଙ୍ଗଠନକୁ (Shiv Sena Organization) ନିଜ ଦଖଲକୁ ନେବା ପାଇଁ ଚାହୁଁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde)। ଗତ ଜୁନ ମାସରେ ହୋଇଥିବା ବିଦ୍ରୋହ ପରେ ଶିବେସନା (Revolt in Shiv Sena) ଏବେ ୨ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି। ଗୋଟିଏ ଗୋଷ୍ଠୀର (Shiv Sena Thackeray Faction) ନେତୃତ୍ୱ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena President Uddhav Thackeray) ନେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ୱ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ (Shiv Sena Shinde Faction) ହାତରେ ରହିଛି। 

Also Read: Maharashtra Politics: ଧନୁ ତୀର ପାଇବାକୁ ନେଇ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି

ଦଳର ହୋଇଥିବା ବିଦ୍ରୋହ ପରେ ଉଭୟ ସିନ୍ଦେ-ଠାକରେ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ପକ୍ଷରୁ ଦାଖଲ କରାଯାଇ ଥିବା ଆବେଦନର ଶୁଣାଣି କରିବା ଲାଗି ଏହାକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ଆବେଦନ ମଧ୍ୟରେ ରହିଛି  ଦଳ ବଦଳ, ବିଲୟ ଏବଂ ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ। ଯାହାକୁ ନେଇ ଅନେକ ସାମ୍ବିଧାନିକ ପ୍ରଶ୍ନ ଉଠିଛି।