December Rich Zodiac Signs 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ବର୍ଷ ଶେଷ ମାସ , ଅର୍ଥାତ୍ ଡିସେମ୍ବରରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡିସେମ୍ବର ୨ରେ ରାତି ୧୨ଟା ୫ ମିନିଟ୍ ସମୟରେ ଶୁକ୍ର ମକର ରାଶିକୁ ଚଳନ କରିବାକୁ ଥିବା ବେଳେ ସେହିଦିନ ମଙ୍ଗଳ କର୍କଟକୁ ଚଳନ କରିବେ। ଡିସେମ୍ବର ୧୫ ତାରିଖ ଦିନ ୧୦ଟା ୦୫ ମିନିଟ୍ ସମୟରେ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରିବେ। ତିନି ଗ୍ରହଙ୍କ ଶୁଭ ଚଳନ କିଛି ରାଶିପାଇଁ ବରଦାନ ପାଲଟିବ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯଦି ଜାତକ ବା ରାଶିରେ ଶୁକ୍ର, ସୂର୍ଯ୍ୟ ମଙ୍ଗଳଙ୍କ ସ୍ଥିତି ମଜବୁତ୍ ଥାଏ, ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହିତ କ୍ୟାରିୟରେ ଅଗ୍ରଗତି କରିଥାଏ। ତେବେ, ଆସିବା ସେହି ରାଶି ଗୁଡିକ ବିଷୟରେ...
ସିଂହ: ଡିସେମ୍ବରରେ ତିନି ଗ୍ରହଙ୍କ ଶୁଭ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟ ବ୍ୟବସାୟ ଆରମ୍ଭ କଲେ ବାଣିଜ୍ୟ ବ୍ୟବସାୟ ଭଲ ଚାଲିବ। ବାକି ପଡିଥିବା ଟଙ୍କା ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଭଲ ରହିବ। ଉଦ୍ୟମ ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ପରିବାରର ଲାଗି ରହିଥିବା ଅଶାନ୍ତି ଦୂର ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।
ତୁଳା: ଡିସେମ୍ବର ମାସରେ ତିନି ଗ୍ରହଙ୍କ ଗୋଚନ ଏହି ରାଶିକୁ ଧନବାନ୍ କରାଇବ। ବିଶେଷକରି ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ପଦ ମର୍ଯ୍ୟଦା ବୃଦ୍ଧି ପାଇବ। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ହେଉଥିବା କ୍ଷତିରେ ସୁଧାର ଆସିବ। ନୂଆ ଜମି କିଣିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ଥିବା ବିବାଦ ଦୂର ହେବ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ଋତୁକାଳିନ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।
ट्रेन्डिंग फोटोज़