Joe Biden: ବନ୍ଦ ହେଲା ଇସ୍ରାଏଲ୍‍-ହେଜବୋଲ୍ଲା ଯୁଦ୍ଧ, ଘୋଷଣା କଲା ଆମେରିକା
Advertisement
Article Detail0/zeeodisha/odisha2532958

Joe Biden: ବନ୍ଦ ହେଲା ଇସ୍ରାଏଲ୍‍-ହେଜବୋଲ୍ଲା ଯୁଦ୍ଧ, ଘୋଷଣା କଲା ଆମେରିକା

Joe Biden:(ନୂଆଦିଲ୍ଲୀ) : ଇସ୍ରାଏଲ୍‍- ହେଜବୋଲ୍ଲା ଭିତରେ ଯୁଦ୍ଧ ବନ୍ଦ ହେବ। ଦୀର୍ଘ ୧୪ ମାସ ଧରି ଚାଲିଥିବା ଶତ୍ରୁତାକୁ ବିରତି ମିଳିବାକୁ ଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ଏନେଇ ଆବଶ୍ୟକ ଚୁକ୍ତି ସ୍ୱାକ୍ଷର କରିଥିବା ନେଇ ଘୋଷଣା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍।

ଆମେରିକୀୟ ସମୟ ବୁଧବାର ଭୋର ୪ଟାରୁ ଆଉ ଗୁଳିଗୋଳା କି ଟ୍ୟାଙ୍କର ବା ମିଶାଇଲ୍‍ ଚାଲିବ ନାହିଁ ବୋଲି ଚୁକ୍ତି ହୋଇଥିବା ନେଇ ଘୋଷଣା କରିଛନ୍ତି ବାଇଡେନ୍‍। ସେ କହିଛନ୍ତି, ଲେବାନନ୍‍- ଇସ୍ରାଏଲ୍‍ ସୀମାରେ ଏହା ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବ। ଉଭୟ ପଟୁ ସାଧାରଣ ନାଗରିକମାନେ ଏବେ ସେମାନଙ୍କ ଘରକୁ ପୁଣିଥରେ ସଜାଡ଼ିପାରିବେ। ନିରାପଦ ଭାବେ ସେମାନଙ୍କ ଘରକୁ ଫେରିବେ। ଚାଷବାସ ସହ ଜୀବୀକା ନିର୍ବାହ କରିପାରିବେ ବୋଲି କହିଛନ୍ତି ବାଇଡେନ୍‍।

ଆମେରିକା ଏବଂ ଲେବାନନ୍‍ ସାମରିକ ଅଧିକାରୀଙ୍କ ସ୍ତରରେ ହୋଇଥିବା ଏହି ବୁଝାମଣାକୁ ଆଧାର କରି ବାଇଡେନ ଏହା କହିଛନ୍ତି। ତେବେ ହେଜବୋଲ୍ଲା ଏଯାଏ ଏନେଇ କୌଣସି ସୂଚନା ଦେଇ ନାହିଁ। ଅପରପକ୍ଷେ ଲେବାନନ୍‍ ପ୍ରଧାନମନ୍ତ୍ରୀ ନାଜୀବ ମିକାତି ,ହି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହି ଚୁକ୍ତି ଲେବାନନ୍‍ ସଶସ୍ତ୍ର ବାହିନୀ ହେଜବୋଲ୍ଲା ଏବଂ ଇସ୍ରାଏଲ୍‍ ଭିତରେ ଏହା ଶାନ୍ତି ପ୍ରତିଷ୍ଠା କରିବ। ଯୁଦ୍ଧର ଅବସାନ କରିବ। 

ସେହିପରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତ୍ୟାନ୍ୟାହୁ ଏହି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଆସନ୍ତା ୬୦ ଦିନ ଭିତରେ ନିଜ ସ୍ୱାଧୀନତାରେ ଇସ୍ରାଏଲ୍‍ ଦକ୍ଷିଣ ଲେବାନନ୍‍ରୁ ଇସ୍ରାଏଲ୍‍ ତାର ସେନା ପ୍ରତ୍ୟାହାର କରିବ। ଲେବାନନ୍‍ ସେନା ସେହି ଅଞ୍ଚଳରେ ମୁତ୍ତୟନ ହେବେ। 

ଆମେରିକା ସହ ଫ୍ରାନ୍ସ ମଧ୍ୟ ଏହି ଚୁକ୍ତିରେ ସ୍ୱାକ୍ଷର କରିଛି। ଦୁଇ ଦେଶ ଏବେ ଉଭୟ ଲେବାନନ ଏବଂ ଇସ୍ରାଏଲ୍‍ ଯେପରି ଏହି ଚୁକ୍ତି ଅନୁସାରେ କାର୍ଯ୍ୟକରିବେ ସେଥିନେଇ ଧ୍ୟାନ ଦେବାକୁ ଚେଷ୍ଟା କରିବେ। ଲେବାନନ ସେନାର ବିକାଶ ଏବଂ ଏହି ଅଞ୍ଚଳରେ ଆର୍ଥିକ ପୁନର୍ଗଠନ ପାଇଁ ଦୁଇ ରାଷ୍ଟ୍ର ସହାୟତା କରିବେ ବୋଲି ଏହି ଚୁକ୍ତିରେ ଉଲ୍ଲେଖ ରହିଛି।  ଇସ୍ରାଏଲ୍‍ ଏବଂ ହେଜବୋଲ୍ଲା ଭିତରେ ଗଲା ୧୪ ମାସ ହେଲା ଯୁଦ୍ଧ ଚାଲି ଆସୁଛି। ଏହି ଯୁଦ୍ଧରେ ଆନ୍ତର୍ଜାତିକ କୋର୍ଟ ନେତ୍ୟାନ୍ୟାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି। ଇରାନ୍‍ ମଧ୍ୟ ଇସ୍ରାଏଲ୍‍ ପବିରୁଦ୍ଧରେ ହେଜବୋଲ୍ଲାକୁ ସହାୟତା କରୁଥିଲା। ଏହାଦ୍ୱାରା ଏ ଯୁଦ୍ଧ କ୍ରମଶଃ ବଢ଼ିବାରେ ଲାଗିଥିଲା। ଆମେରିକା ନିର୍ବାଚନ ଶେଷ ହେବା ପରେ ବିଦାୟୀ ରାଷ୍ଟ୍ରପତି ବାଇଡେନ୍‍ ଏହି ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହାଦ୍‍ୱାରା ଆଜିଠାରୁ ଆଉ ଏକ ନୂଆ ସମୟ ସେଠାରେ ଉଦୟ ହୋଇଛି।