Maharashtra Politcal Crisis: ଦଳୀୟ ବିଧାୟକଙ୍କୁ ମୁମ୍ବାଇ ଡାକିଲା ବିଜେପି
Advertisement
Article Detail0/zeeodisha/odisha1229158

Maharashtra Politcal Crisis: ଦଳୀୟ ବିଧାୟକଙ୍କୁ ମୁମ୍ବାଇ ଡାକିଲା ବିଜେପି

Maharashtra BJP MLA: ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଦଳର ସମସ୍ତ ବିଧାୟକଙ୍କୁ  ରାଜଧାନୀ ମୁମ୍ବାଇ ଠାରେ ଆସି ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି ମହାରାଷ୍ଟ୍ର ବିଜେପି। 

Maharashtra Politcal Crisis: ଦଳୀୟ ବିଧାୟକଙ୍କୁ ମୁମ୍ବାଇ ଡାକିଲା ବିଜେପି

Maharashtra BJP MLA: ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଦଳର ସମସ୍ତ ବିଧାୟକଙ୍କୁ ରାଜଧାନୀ ମୁମ୍ବାଇ ଡାକିଛି ମହାରାଷ୍ଟ୍ର ବିଜେପି। ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ସହ ପ୍ରାୟ ୪୦ ବିଧାୟକ ଗୌହାଟି ପହଞ୍ଚିବା ପରେ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରର ଅସ୍ଥିତ୍ୱ ବିପଦରେ ପଡ଼ିଯାଇଛି।  

ହେଲେ ଏହା ମଧ୍ୟରେ ରାଜ୍ୟର ସମସ୍ତ ଦଳୀୟ ବିଧାୟକଙ୍କୁ ରାଜଧାନୀ ମୁମ୍ବାଇ ଠାରେ ଆସି ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି ମହାରାଷ୍ଟ୍ର ବିଜେପି। ଏହା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ଏନେଇ କୁହାଯାଇଛି ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଯଦି ମହାରାଷ୍ଟ୍ର ରାଜ୍ୟପାଳଙ୍କ ଦ୍ୱାରା ବିଧାନସଭାର ସ୍ୱତନ୍ତ୍ର  ଅଧିବେଶନ ଡକାଯାଏ ତାହଲେ ଦଳର ସମସ୍ତ ବିଧାୟକ ଗୃହରେ ଉପସ୍ଥିତ ରହିବା ଆବଶ୍ୟକ ବୋଲି ବିଜେପି ପକ୍ଷରୁ କୁହାଯାଇଛି।  
  
ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଜେପି ସହ ରହିଥିବା ପୁରୁଣା ସମ୍ପର୍କ ବାବଦରେ ବୁଧାବର ପ୍ରତିକ୍ରିୟା ରଖିଛନ୍ତି ଶିବ ସେନା ବିଧାୟକ ପ୍ରତାପ ସରନାଇକ। ଏନେଇ ସେ କହିଛନ୍ତି ଦଳ ବିଜେପି ସହ ରହିଥିବା ପୁରୁଣା ସମ୍ପର୍କକୁ ମଜବୁତ କରିବା ଆବଶ୍ୟକ। ପୂର୍ବରୁ ମୁଁ ଏହି ବିଚାର ରଖି କହିସାରିଛି ଯେ  ଶିବ ସେନା ବିଜେପି ସହ ଯିବା ଆବଶ୍ୟକ। ଦଳୀୟ ବିଧାୟକଙ୍କ ବୟାନ ସେତେବେଳେ ଆସିଛି ଯେତେବେଳେ ଶିବ ସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରର ଅସ୍ଥିତ୍ୱ ବିପଦରେ ପଡ଼ିଛି।    

ରାଜଧାନୀ ଗୌହାଟି ଠାରେ ପହଞ୍ଚିଥିବା ପ୍ରାୟ ୪୦ ଜଣ ବିଦ୍ରୋହୀ ବିଧାୟକଙ୍କୁ ଭେଟିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ବିଜେପି Wait and Watch ନୀତି ଆପଣାଇଛି।  ଅନ୍ୟପଟେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଭାବେ ଉଭା ହୋଇଥିବା ଏକନାଥ ସିନ୍ଦେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବା ଲାଗି ସମୟ ମାଗିଛନ୍ତି।

ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ ସକ୍ରିୟ ହୋଇଉଠିଛି ମହାରାଷ୍ଟ୍ର ବିଜେପି। ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ସହ ୪ ଜଣ ଦଳୀୟ ବିଧାୟକ ଗୌହାଟି ଅଭିମୁଖେ ଯାତ୍ରା କରୁଛନ୍ତି। ଏନେଇ କୁହାଯାଇଛି ଯେ ସେମାନେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଭେଟିବେ।  

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ରାଜ୍ୟ ବିଧାନସଭାରେ ବହୁମତ ହରାଇ ସାରିଛି। ହେଲେ ଦଳ Wait and Watch ନୀତି ଆପଣାଉଛି। ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହାୟତାରେ ସରକାର ଗଠନ କରିବା ଲାଗି ଏପର୍ଯ୍ୟନ୍ତ ଦଳ କୌଣସି ଆଲୋଚନା କରିନାହିଁ କିମ୍ବା ଦାବି ଉଠାଇନାହିଁ। 

ଗତ ୧୯୮୯ ମସିହାରୁ ୨୦୧୯ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୩୦ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ବିଜେପି-ଶିବସେନା ମେଣ୍ଟ ରହିଥିଲା। ମାତ୍ର ୨୦୧୯ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଉପୁଜିବା ପରେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଶିବସେନା ଏନସିପି-କଂଗ୍ରେସ ସମର୍ଥନରେ ମହାବିକାଶ ଅଘାଡ଼ି ସରକାର ଗଠନ କରିଥିଲା। ହେଲେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଜେପି ପୁଣି ଥରେ ମେଣ୍ଟ କରିବା ନେଇ ଦଳର ବରିଷ୍ଠ ନେତା ଏକାନଥ ସିନ୍ଦେ କରିଥିବା ଦାବି ଉପରେ କୌଣସି ସ୍ପଷ୍ଟ ଜବାବ ରଖିନାହାଁନ୍ତି ଶିବ ସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  

Also Read: Operation Lotus: ପୁରୁଣା ଭୁଲ ଦୋହାଇବାକୁ ଚାହୁଁନାହିଁ ବିଜେପି