ରାମପୁର-ଆଜମଗଡ଼ ଆସନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା
Advertisement
Article Detail0/zeeodisha/odisha1210205

ରାମପୁର-ଆଜମଗଡ଼ ଆସନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା

ରାମପୁର ଆସନ ଲାଗି ଦଳର ରାମପୁର ସହର ଅଧ୍ୟକ୍ଷ ଅସୀମ ରାଜା ଏବଂ ଆଜମଗଡ଼ ସିଟ୍ ଲାଗି ବଦାଁୟୁ ଲୋକସଭା ଆସନର ପୂର୍ବତନ ସାଂସଦ  ଧର୍ମେନ୍ଦ୍ର  ଯାଦବଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି। 

ରାମପୁର-ଆଜମଗଡ଼ ଆସନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା

UP LokSabha By Election 2022: ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକସଭା ଆସନରେ ହେବାକୁ ଯାଉଥିବା ଲୋକସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି। ରାମପୁର ଆସନ ଲାଗି ଦଳର ରାମପୁର ସହର ଅଧ୍ୟକ୍ଷ ଅସୀମ ରାଜାଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରେ ଦଳ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ପତ୍ନୀ ତାଞ୍ଜିନ ଫାତିମାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା।

ଅନ୍ୟପଟେ ଆଜମଗଡ଼ ସିଟ୍ ଲାଗି ବଦାଁୟୁ ଲୋକସଭା ଆସନର (Badaun LokSabha) ପୂର୍ବତନ ସାଂସଦ  ଧର୍ମେନ୍ଦ୍ର  ଯାଦବଙ୍କୁ (Dharmendra Yadav) ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି (Samajwadi Party)। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ମୈନପୁରୀ ଜିଲ୍ଲାର (Mainipuri Dist) କରହଲ ବିଧାନସଭା ଆସନରୁ (Karhal Assembly Constituency) ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଆଜମଗଡ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ବରିଷ୍ଠ ସମାଜବାଦୀ ପାର୍ଟି ନେତା (Samajwadi Party Leader) ଆଜମ ଖାନ (Azam Khan) ରାମପୁର ବିଧାନସଭା ଆସନରୁ (Rampur Assembly Constituency) ନିର୍ବାଚିତ ହେବା ରାମପୁର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ୨ ଲୋକସଭା ଆସନରେ ଜୁନ୍ ୨୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି।

 

ଅନ୍ୟପଟେ ଆଜମଗଡ଼ ଆସନରୁ ଭୋଜପୁରୀ ଅଭିନେତା ନେତା ଦୀନେଶ ଲାଲ ଯାଦବ (Dinesh Lal Yadav) ଓର୍ଫ ନିରହୁଆ ଏବଂ ରାମପୁର ଆସନରୁ ଘନଶ୍ୟାମ ଲୋଧିଙ୍କୁ (Ghanshyam Lodhi) ପ୍ରାର୍ଥୀ କରିଛି ବିଜେପି। ରାମପୁର ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ବିଏସପି-କଂଗ୍ରେସ ପ୍ରାର୍ଥୀ ଛିଡା କରିବେ ନାହିଁ। 

ଗତ ମେ ମାସରେ ଅନୁଷ୍ଠିତ ହୋଇଥିବା ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ଉତ୍ତର ପ୍ରଦେଶ ଶାଖା (BSP Uttar Pradesh Unit) ଦଳୀୟ ବୈଠକ ପରେ ଦଳର ମୁଖ୍ୟ ମାୟାବତୀ (BSP Supremo Mayawati) କହିଥିଲେ ଯେ ବିଏସପି (BSP) ହେଉଛି ସୀମିତ ସମ୍ବଳ ବିଶିଷ୍ଟ ଏକ ଦଳ। ଯାହା ଧନବାନ ବିକ୍ଷକ୍ଷଙ୍କ ସହ ଲଢୁଛି। ଏହାକୁ ନଜରରେ ରଖି ପ୍ରଦର୍ଶନୀବାଦୀ ତଥା ଅତ୍ୟଧିକ ଖର୍ଚ୍ଚ ବିଶିଷ୍ଟ ବୈଠକରୁ ଦୂରରେ ରହି ଛୋଟ କ୍ୟାଡର ବୈଠକ ଆଧାରରେ ଦଳ ଏବଂ ଏହାର ସମର୍ଥନ ଆଧାରକୁ ମଜବୁତ କରିବାକୁ ପ୍ରୟାସ କରୁଛି।

ଦଳୀୟ କ୍ୟାଡ଼ର ବୈଠକରେ ଆସନ୍ତା ଜୁନ ୨୩ ତାରିଖରେ ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ବଡ଼ ଘୋଷଣା କରିଥିଲା ବିଏସପି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଦଳ ଆଜମଗଡ଼ ଲୋକସଭା ଆସନରେ (Azamgarh Lok Sabha) ନିର୍ବାଚନ ଲଢିବ। ମାତ୍ର ଦଳ ରାମପୁର ଲୋକସଭା ଆସନରେ (Rampur Lok Sabha) ପ୍ରାର୍ଥୀ ଛିଡ଼ା କରିବ ନାହିଁ। କାରଣ ବର୍ତ୍ତମାନ ରାମପୁର ଆସନରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛି ଦଳ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ରାମପୁର ଆସନରୁ ନିର୍ବାଚନ ଲଢିବେ ବିଏସପି ପ୍ରାର୍ଥୀ।  

Also  Read: UP Loksabha By Election 2022: ରାମପୁର-ଆଜମଗଡ ଆସନ ଲାଗି ପ୍ରାର୍ଥୀ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା

Also Read: ରାମପୁର ନୁହେଁ ଆଜମଗଡ଼ ଲୋକସଭା ଆସନରେ ନିର୍ବାଚନ ଲଢିବ ବିଏସପି