Love Case: ପ୍ରେମ ପାଇଁ ସୀମା ପାର୍ କରୁଥିବା ଭାରତୀୟ ଯୁବକ ଗିରଫ
Advertisement
Article Detail0/zeeodisha/odisha2582539

Love Case: ପ୍ରେମ ପାଇଁ ସୀମା ପାର୍ କରୁଥିବା ଭାରତୀୟ ଯୁବକ ଗିରଫ

Love Story: ପାକିସ୍ତାନ ପୋଲିସ୍ ଭାରତୀୟ ବାଦଲ ବାବୁଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ବାଦଲ କହିଛନ୍ତି ଯେ, ସେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଫେସବୁକ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କୁ ଭିଟିବା ପାଇଁ ବିନା ଭିସାରେ ପାକିସ୍ତାନରେ ପହଞ୍ଚିଥିଲେ।

Love Case: ପ୍ରେମ ପାଇଁ ସୀମା ପାର୍ କରୁଥିବା ଭାରତୀୟ ଯୁବକ ଗିରଫ

Love Story: ଉତ୍ତରପ୍ରଦେଶର ଆଲିଗଡର ଜଣେ ଯୁବକ ବେଆଇନ ଭାବେ ପାକିସ୍ତାନକୁ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଜଣେ ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କ ହେବା ପରେ ଉଭୟେ କଥା ହୋଇଥିଲେ ଏବଂ ପରେ ପ୍ରେମରେ ପଡିଥିଲେ । ତେଣୁ ତାଙ୍କୁ ଦେଖା କରିବାକୁ ଭାରତୀୟ ଯୁବକ ସୀମା ପାର ହୋଇଯାଇଥିଲେ।

୩୦ ବର୍ଷ ବୟସ୍କ ବାଦଲ ବାବୁଙ୍କ ଘର ଆଲିଗଡର ନାଗଲା ଖଟକରୀ ଗାଁରେ । ପାକିସ୍ତାନର ପଞ୍ଜାବ ପୋଲିସ ମଣ୍ଡି ବାହାଉଦ୍ଦିନ ଅଞ୍ଚଳରୁ ବାଦଲଙ୍କୁ ଗିରଫ କରିଛି । ପୋଲିସ ପଚରାଉଚରା କରିବା ସମୟରେ ବାଦଲ କହିଛନ୍ତି ଯେ ସେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ଯୋଗାଯୋଗ କରିଥିଲେ । ଏହି ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେ ତାଙ୍କୁ ଦେଖା କରିବାକୁ ଚାହୁଁଥିଲେ । ତେଣୁ ସେ ବିନା କୌଣସି ବୈଧ ଭିସା କିମ୍ବା ଡକ୍ୟୁମେଣ୍ଟରେ ପାକିସ୍ତାନରେ ପହଞ୍ଚିଥିଲେ।

ପୋଲିସ କହିବା ଅନୁଯାୟୀ, ମୋଜା ମୋଙ୍ଗ ଅଞ୍ଚଳ ନିକଟରେ ସନ୍ଦେହଜନକ କାର୍ଯ୍ୟକଳାପ କାରଣରୁ ବାଦଲ ଧରାପଡିଥିଲେ। ଯେତେବେଳେ ତାଙ୍କୁ ଭିସା କିମ୍ବା ଅନ୍ୟାନ୍ୟ ବୈଧ କାଗଜପତ୍ର ସମ୍ପର୍କରେ ପଚରାଗଲା, ସେତେବେଳେ ସେ କୌଣସି ଡକ୍ୟୁମେଣ୍ଟ ଦେଖାଇନଥିଲେ । ଏହା ପରେ ପୋଲିସ ତାଙ୍କୁ ଡିସେମ୍ବର ୨୭ ତାରିଖ ଦିନ ପାକିସ୍ତାନ ଆଇନର ୧୯୪୬ ର ବିଦେଶୀ ଅଧିନିୟମ ୧୩ ଏବଂ ୧୪ ଅନୁଯାୟୀ ଗିରଫ କରିଥିଲା।

ପୋଲିସ ବାଦଲଙ୍କୁ କୋର୍ଟରେ ଉପସ୍ଥାପନ କରିଥିଲା । ​ଏଥିସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଯାଇଥିଲା। ଏହି ମାମଲାର ତଦନ୍ତ ଜାରି ରହିଛି । ଜାନୁଆରୀ ୧୦, ୨୦୨୫ ରେ ଯୁବକଙ୍କୁ ପୁନର୍ବାର କୋର୍ଟରେ ହାଜର କରାଯିବ।

ପୋଲିସର ସୂଚନାନୁସାରେ, ବାଦଲ ପୂର୍ବରୁ ମଧ୍ୟ ଦୁଇଥର ଭାରତ-ପାକିସ୍ଥାନ ସୀମା ପାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଫଳ ହୋଇପାରିନଥିଲେ। ତୃତୀୟ ପ୍ରୟାସରେ ସେ ସୀମା ପାର କରିବାରେ ସଫଳ ହୋଇ ମଣ୍ଡି ବାହାଉଦ୍ଦିନରେ ପହଞ୍ଚିଥିଲେ । ଯେଉଁଠାରେ ସେ ଫେସବୁକରେ ସମ୍ପର୍କ କରିଥିବା ମହିଳାଙ୍କୁ ଭେଟିଥିବାର ଅଭିଯୋଗ ହୋଇଥିଲା।

ବାଦଲଙ୍କ ପାକିସ୍ତାନରେ ପ୍ରବେଶ କେବଳ ପ୍ରେମ ସମ୍ପର୍କ ପାଇଁ ନା ଏହା ପଛରେ ଅନ୍ୟ କିଛି କାରଣ ଲୁଚି ରହିଛି ସେନେଇ ଅଧିକ ତଦନ୍ତ କରୁଛି ପାକିସ୍ତାନ ପୋଲିସ ।

Also Read- ଏନଟିପିସି ଜାତୀୟ ତୀରନ୍ଦାଜୀ ଚାମ୍ପିୟନସିପ: କାଂସ୍ୟ ଜିତିଲେ ସଞ୍ଜୟ

Also Read- Mars Transit 2025: ୨୧ ଦିନ ପରେ ଜୀବନରୁ ଦୂର ହୋଇଯିବ ଦୁଃଖ ଯନ୍ତ୍ରଣା, ୩ ରାଶିକୁ ବଡ଼ ଲାଭ