ଏକଦା ଖେଳନା ଭଳି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭର କରି ଆସିଥିବା ଭାରତ ଏବେ ରପ୍ତାନୀରେ ନୂଆ କିର୍ତ୍ତିମାନ ସ୍ଥାପନ କରିଛି । ଏକ୍ଷେତ୍ରରେ ରପ୍ତାନୀ ୨୩୯% ବୃଦ୍ଧି ପାଇଥିବାବେଳେ ଏବଂ ଦେଶର ଖେଳନା ଆମଦାନୀ ୫୨% କୁ ହ୍ରାସ ପାଇଛି । ମୋବାଇଲ ଫୋନ୍ ଉତ୍ପାଦନରେ ୬୦୦% ବୃଦ୍ଧି ହୋଇଛି। ଏବେ ଭାରତର ଔଷଧ ଶିଳ୍ପରେ ଏବେ ୭୪୮ଟି ୟୁଏସ-ଏଫଡିଏ ଅନୁମୋଦିତ ସାଇଟ୍ ରହିଛି, ଯାହା ଏହାର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତାକୁ ପ୍ରମାଣିତ କରୁଛି।
Trending Photos
ନୂଆଦିଲ୍ଲୀ: ଭାରତର ନିର୍ମାଣ ତଥା ଉତ୍ପାଦନ କ୍ଷେତ୍ର ୨୦୨୪ ରେ ଅନେକ ଶୀର୍ଷତା ହାସଲ କରିଛି। ଶିଳ୍ପ ସହଯୋଗୀ ନୀତି ଓ ପ୍ରୋତ୍ସାହନ ଯୋଜନା ଦ୍ୱାରା ଇଲେକ୍ଟ୍ରୋନିକଠାରୁ ଆରମ୍ଭ କରି ଅଶୋଧିତ ଇସ୍ପାତ ଉତ୍ପାଦନ, ଔଷଧ, ଖେଳନା, ସୌର ଫଳକ, ପବନ ଟର୍ବାଇନ, କଣ୍ଢେଇ ପ୍ରଭୃତି ନିର୍ମାଣରେ ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିଛି ଭାରତ। ଫଳରେ ନୂଆ ନୂଆ ଉପଲବ୍ଧି ଗ୍ରହଣ କରି ବିଶ୍ୱସ୍ତରରେ ଭାରତକୁ ନିର୍ମାଣ କ୍ଷେତ୍ରକୁ ନୂଆ ପରିଚୟ ମିଳିଛି।
୨୦୨୪ରେ ମେକ୍ ଇନ୍ ଇଣ୍ଡିଆକୁ ଏକ ଦଶନ୍ଧି ପୂରଣ ହୋଇଛି, ଯାହା ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ନେଇଛି। ୧୪ଟି କ୍ଷେତ୍ରରେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନା ପ୍ରଚଳନ ଦ୍ୱାରା ୧.୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ ହୋଇପାରିଛି। ବିଶେଷ କରି ଇଲେକ୍ଟ୍ରୋନିକ୍ସ, ଇସ୍ପାତ, ଔଷଧ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧିକୁ ଏହି ଯୋଜନା ପ୍ରୋତ୍ସାହିତ କରିଛି। .ଏଲ୍ଇଡି ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବିକାଶ କମ୍ପାନୀମାନଙ୍କୁ ପିଏଲଆଇ ସହୟତା ଦ୍ୱାରେ ଘରୋଇ ଉତ୍ପାଦନ ବଢ଼ିଛି । ଫଳରେ ଆମଦାନୀ କମିବା ସହ ଘରୋଇ ବଜାରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି।
ସ୍ମାର୍ଟଫୋନ୍ ଉତ୍ପାଦନରେ ଭାରତ ବିଶ୍ୱର ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଇଲେକ୍ଟ୍ରିକ୍ ଯାନ ଓ ଉପଭୋକ୍ତା ଇଲେକ୍ଟ୍ରୋନିକ ଉତ୍ପାଦନରେ ଆମ ଦେଶର ଅଗ୍ରଗତି ଉଲ୍ଲେଖନୀୟ ରହିଛି। ଏହି ସଫଳତା ଦ୍ୱାରା ୮.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିଛି। ଏକ୍ଷେତ୍ରରେ ଘରୋଇ ଉତ୍ପାଦନରେ ୪୦୦ ପ୍ରତିଶତ ଅଭିବୃଦ୍ଧି ହୋଇଛି; ଯାହା ୨୦୧୪ରେ ୧.୯ ଲକ୍ଷ କୋଟି ଟଙ୍କା ଥିଲା ୨୦୨୩ ଆର୍ଥିକ ବର୍ଷରେ ଏହି ଉତ୍ପାଦନ ୮.୨୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଏକଦା ଖେଳନା ଭଳି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭର କରି ଆସିଥିବା ଭାରତ ଏବେ ରପ୍ତାନୀରେ ନୂଆ କିର୍ତ୍ତିମାନ ସ୍ଥାପନ କରିଛି । ଏକ୍ଷେତ୍ରରେ ରପ୍ତାନୀ ୨୩୯% ବୃଦ୍ଧି ପାଇଥିବାବେଳେ ଏବଂ ଦେଶର ଖେଳନା ଆମଦାନୀ ୫୨% କୁ ହ୍ରାସ ପାଇଛି । ମୋବାଇଲ ଫୋନ୍ ଉତ୍ପାଦନରେ ୬୦୦% ବୃଦ୍ଧି ହୋଇଛି। ଏବେ ଭାରତର ଔଷଧ ଶିଳ୍ପରେ ଏବେ ୭୪୮ଟି ୟୁଏସ-ଏଫଡିଏ ଅନୁମୋଦିତ ସାଇଟ୍ ରହିଛି, ଯାହା ଏହାର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତାକୁ ପ୍ରମାଣିତ କରୁଛି।
ସୌର ପ୍ୟାନେଲ ଏବଂ ପବନ ଟର୍ବାଇନ୍ ର ଉତ୍ପାଦନ ବୃଦ୍ଧି ଅକ୍ଷୟ ଶକ୍ତି ପ୍ରତି ଭାରତର ବଢୁଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଗଲା ଏକ ଦଶନ୍ଧି ହେଲା ଉଚିତ ସରକାରୀ ପଦକ୍ଷେପ ଏବଂ ଘରୋଇ ଉଦ୍ଭାବନକୁ ପ୍ରୋତ୍ସାହନ ଦ୍ୱାରା ଅର୍ଥନୈତିକ ସ୍ଥିରତା ହାସଲ ତଥା ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି କରିଛି।
ଏହି ବିକାଶ ରାସ୍ତାରେ ପାରମ୍ପରିକ ବୃହତ ଶିଳ୍ପ ପଛରେ ପଡ଼ି ନାହିଁ। ୨୦୧୪ ପରଠାରୁ ଉତ୍ପାଦନ ୭୦% ବୃଦ୍ଧି ପାଇବା ସହ ଭାରତ ଇସ୍ପାତର ନିଟ୍ ରପ୍ତାନିକାରୀ ପାଲଟିଛି। କୋଇଲା ଚଳିତ ବର୍ଷ ୯୯୭.୨ ନିୟୁତ ଟନ୍ ଉତ୍ପାଦନ ହୋଇଛି, ଯାହା ଗତ ଦଶନ୍ଧି ମଧ୍ୟରେ ୬୦% ଅଭିବୃଦ୍ଧି। ଏହା ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିଛି।
୫୦ ବିଲିୟନ ଡଲାର ମୂଲ୍ୟର ଭାରତୀୟ ଔଷଧ ଶିଳ୍ପ ଆୟତନ ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ। ପିଏଲ୍ଆଇ ଯୋଜନା ଅଧୀନରେ ୩୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଦ୍ୱାରା ବାୟୋସିମିଲର, ଟିକା ଏବଂ ଜେନେରିକ ଔଷଧକ୍ଷେତ୍ରରେ ଅଭିବୃଦ୍ଧି ହୋଇଛି। ୮୫ରୁ ଅଧିକ ଦେଶରେ ଏବେ ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ପହଞ୍ଚିପାରିଛି।
ଗତ ଏକ ଦଶନ୍ଧି ମଧ୍ୟରେ ବୟନ ଏବଂ ପୋଷାକ ରପ୍ତାନି ୨୦% ବୃଦ୍ଧି ପାଇ ୨.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଭାରତକୁ ଏହି କ୍ଷେତ୍ରରେ ଶ୍ରେଷ୍ଠ ପାଞ୍ଚଟି ବିଶ୍ୱ ରପ୍ତାନିକାରୀ ରେ ପରିଣତ କରିଛି ।
ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ମଧ୍ୟ ଅଗ୍ରଗତି ଘଟିଛି । ବିଶ୍ୱସ୍ତରରେ ଉନ୍ନତ ଚିପ୍ ର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ କଂପାନିଗୁଡ଼ିକ ସିଲିକନ୍ କାର୍ବାଇଡ୍ ଡିଭାଇସ୍ ଉତ୍ପାଦନ ଆରମ୍ଭ କରିଛନ୍ତି। ଅଟୋମୋଟିଭ୍ ଓ ଇଲେକ୍ଟ୍ରିକ୍ ଯାନଠାରୁ ଆରମ୍ଭ କରି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ ଆପ୍ଲିକେସନ୍ ପାଇଁ ଦେଶ ବାର୍ଷିକ ୨,୫୦୦ କୋଟି ଚିପ୍ ଉତ୍ପାଦନ ହାସଲ କରିବାକୁ ଯାଉଛି। ୧୦୦ ବିଲିୟନ ଡଲାର ବିନିଯୋଗରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଫେବ୍ରିକେସନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ପ୍ରତି ମାସରେ ୫୦,୦ ୱେଫର ଉତ୍ପାଦନ ସହଜ ହେବ, ଯାହା ପ୍ରତିରକ୍ଷା, ଇଭି ଏବଂ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ ସେବା ଯୋଗାଇବ । ସମାନ୍ତରାଳ ଭାବେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଗବେଷଣା ଜାତୀୟ ଗବେଷଣା ଫାଉଣ୍ଡେସନ ଭଳି ପଦକ୍ଷେପ ନେଇ ନୂଆ ଶୀର୍ଷଛୁଇଁଛି, ଯେଉଁଥିରେ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭାରତ ସେମି କଣ୍ଡକ୍ଟର ଗବେଷଣା କେନ୍ଦ୍ର ଏବଂ ଆଇଆଇଟି ଓ ଜିସିସିମାନଙ୍କ ଭିତରେ ସହଭାଗୀତା ଆଗାମୀ ପିଢ଼ିର ସେମି କଣ୍ଡକ୍ଟର ଚିପ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ଇଞ୍ଜିନିୟର ପ୍ରସ୍ତୁତିରେ ସହାୟକ ହେବ।
୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୨% ରହିଥିଲା। ନିର୍ମାଣ ଶିଳ୍ପ କ୍ଷେତ୍ରର ଅବଦାନ ଏଥିରେ ସର୍ବାଧିକ ରହିଥିଲା। ଏହି କ୍ଷେତ୍ର ୯.୫% ଅଭିବୃଦ୍ଧି ହାର ରେକର୍ଡ କରିଛି। ଏହି ବର୍ଷ ଉତ୍ପାଦନ ଏବଂ ନିର୍ମାଣ କ୍ଷେତ୍ର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଥିଲା।
ଉତ୍ପାଦନ କ୍ଷାତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଯୋଗଦାନ ଅନେକ ମହତ୍ତ୍ୱ ବହନ କରୁଛି। ଏହା ଭାରତର ଉତ୍ପାଦନ କ୍ଷେତ୍ରର ମେରୁଦଣ୍ଡ ଭଳି। ଏହା ମୋଟ ଉତ୍ପାଦନରେ ୩୫% ଏବଂ ରପ୍ତାନିରେ ୪୫% ଅବଦାନ ରକ୍ଷା କରେ। ୨୦୨୪ ସୁଦ୍ଧା, ୪.୭ କୋଟି ଏମଏସଏମଇ ଉଦୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। କ୍ରେଡିଟ୍ ଯୋଜନାରେ ଏହି ଏମ୍ଏସ୍ଏମ୍ଇ ଶିଳ୍ପସଂସ୍ଥାମାନଙ୍କୁ ୬.୭୮ ଲକ୍ଷ କୋଟି ଟଙ୍କାର ୯୨ ଲକ୍ଷ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ମଧ୍ୟ ୮୯ ହଜାରରୁ ଅଧିକ କ୍ଷୁଦ୍ର ୟୁନିଟ୍କୁ ସହାୟତା ପ୍ରଦାନ କରିଛି। ଫଳରେ ୨୦୨୪ ଆର୍ଥିକ ବର୍ଷରେ ୭.୧୩ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇଛି।
ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନାଗୁଡ଼ିକ ଦ୍ୱାରା ୧.୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହୋଇପାରିଛି। ଏଥିରେ ୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ସହ ରପ୍ତାନି ପରିମାଣ ୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି। ଏହାଦ୍ୱାରା ୧୦.୮ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଓ ବିକ୍ରୟ ହୋଇଛି।
ଉତ୍ପାଦନ ବୃଦ୍ଧି ଲାଗି ଏହି ବର୍ଷ ନିଆଯାଇଥିବା ପଦକ୍ଷେପ ଓ ସରକାରୀ ନୀତିସବୁ ଭିତ୍ତିଭୂମିର ବିକାଶ ହାସଲ କରିବା ସହ ଭାରତର ଉତ୍ପାଦନ ଇକୋସିଷ୍ଟମକୁ ଆହୁରି ସୁବ୍ୟବସ୍ଥିତ କରିଛି। ପୁଣି ପ୍ରସ୍ତାବିତ ଜନ ବିଶ୍ୱାସ ୨.୦ ବିଧେୟକ ବ୍ୟବସାୟରେ ସରଳତା ଓ ଏହାକୁ ସହଜ କରିବାରେ ବିଧେୟକ ଅନେକ ସହାୟକ ହେବ। ସେହିପରି ୧୦୦ଟି ସହର ନିକଟରେ ପ୍ଲଗ୍ ଆଣ୍ଡ ପ୍ଲେ ଇଣ୍ଡଷ୍ଟ୍ରିଆଲ ପାର୍କର ବିକାଶ ପାଇଁ ପୁଞ୍ଜିନିବେଶ ଆକୃଷ୍ଟ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନର ଶୁଭାରମ୍ଭ ଘରୋଇ ଉତ୍ପାଦନ ଏବଂ ରିସାଇକ୍ଲିଂ ସମେତ ଅତ୍ୟାବଶ୍ୟକ ସମ୍ବଳକୁ ସୁରକ୍ଷିତ କରିଛି । ଏହାବ୍ୟତୀତ ନୂତନ ଜୈବ ଉତ୍ପାଦନ ଏବଂ ଜୈବ-ଫାଉଣ୍ଡ୍ରି ସ୍କିମ୍ ପ୍ରଚଳନ ଭାରତକୁ ଜୈବ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ କରିବ ବୋଲି ଆଶା କରାଯାଉଛି।
Also Read- ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି, ଜନସାଧାରଣଙ୍କୁ ଏହି ଅପିଲ କଲେ ମୁଖ୍ୟମନ୍ତ୍ରୀ
Also Read- New Year 2025: ନୂଆ ବର୍ଷରେ ଛାଡିଦିଅନ୍ତୁ ଏହି ୫ଟି ଖରାପ ଅଭ୍ୟାସ, ମିଳିବ ନବଗ୍ରହଙ୍କ ଆଶୀର୍ବାଦ !