Jharkhand Politics: ଗାଦି ହରାଇବେ ହେମନ୍ତ ସୋରେନ, ରାଜ୍ୟପାଳ ନେଲେ ବଡ଼ ନିଷ୍ପତ୍ତି!
Advertisement
Article Detail0/zeeodisha/odisha1322248

Jharkhand Politics: ଗାଦି ହରାଇବେ ହେମନ୍ତ ସୋରେନ, ରାଜ୍ୟପାଳ ନେଲେ ବଡ଼ ନିଷ୍ପତ୍ତି!

Jharkhand Politics: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବାକୁ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶ ନିଷ୍ପତ୍ତି ନେବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ।

Jharkhand Politics: ଗାଦି ହରାଇବେ ହେମନ୍ତ ସୋରେନ, ରାଜ୍ୟପାଳ ନେଲେ ବଡ଼ ନିଷ୍ପତ୍ତି!

Jharkhand Political Crisis: ଲାଭଜନକ ପଦବୀ ମାମଲାକୁ ନେଇ ସରଗରମ ହୋଇଉଠିଛି ଝାଡ଼ଖଣ୍ଡ ରାଜନୀତି। ଏହି ମାମଲାକୁ ନେଇ ଝାଡ଼ଖଣ୍ଡ ରାଜନୀତିରେ ଏପରି ସ୍ଥିତି ଉପୁଜିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗାଦି ଏବେ ଟଳମଳ ଅବସ୍ଥାରେ ରହିଛି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ରାଜ୍ୟର ବରହୈଟ ବିଧାନସଭା ଆସନର ବିଧାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।   

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବାକୁ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶ (Jharkhand Governor Ramesh Bais) ନିଷ୍ପତ୍ତି ନେବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ ଆୟୋଗ (Election Commission of India) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେଉଥିବାର ଚର୍ଚ୍ଚା ହେଉଥିଲା। ଇସ୍ତଫା ଦେବା ପରେ ସେ ପୁନର୍ବାର ରାଜ୍ୟପାଳଙ୍କୁ ଭେଟି ବିଧାୟକଙ୍କ ସମର୍ଥନ ପତ୍ର ହସ୍ତାନ୍ତର କରି  ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରିବେ।

Also Read: Operation Lotus: ମହାରାଷ୍ଟ୍ର ପରେ ଏହି ରାଜ୍ୟରେ ବଦଳିଯିବ ରାଜ୍ୟର ରାଜନୈତିକ ସମୀକରଣ!

 

ଯଦି ଏପରି ହୁଏ ତାହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ (Jharkhand Chief Minister Hemant Soren) ପୁନର୍ବାର ବିଧାନସଭା ସଦସ୍ୟ (Jharkhand Legislative Assembly Member) ହେବା ପାଇଁ ନିର୍ବାଚନ ଲଢିବାକୁ ହେବ। ଯଦି ତାଙ୍କର ସଦସ୍ୟ ରଦ୍ଦ ହୋଇଯାଏ ତାହେଲେ ସେ ପ୍ରତିନିଧିତ୍ୱ କରୁଥିବା ବରହୈଟ ବିଧାନସଭା ଆସନରେ (Barhait Assembly Constituency) ଉପନିର୍ବାଚନ ଅନୁଷ୍ଠିତ ହେବ। ଗତ ୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ (Jharkhand Assembly Election 2019) ରାଜ୍ୟର ବରହୈଟ ସହ ଦୁମକା ବିଧାନସଭା ଆସନରୁ (Dumka Assembly Constituency) ନିର୍ବାଚନ ଲଢି ବାଜିମାତ କରିଥିଲେ ହେମନ୍ତ ସୋରେନ। ମାତ୍ର ପରେ ଦୁମକା ଆସନରୁ ଇସ୍ତଫା ଦେଇ ବରହୈଟ ଆସନରୁ ଝାଡଖଣ୍ଡ ବିଧାନସଭାକୁ ପ୍ରତିନିଧ୍ୱତ୍ୱ କରୁଥିଲେ।

ବିଧାୟକ ପଦ ଯିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗାମୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ତାଙ୍କ ବିଧାୟକ ପଦ ରଦ୍ଦ ହେବାକୁ ନେଇ ରାଜ ଭବନ ପକ୍ଷରୁ ଆନୁଷ୍ଠାନିକ କୌଣସି ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ଝାଡଖଣ୍ଡ ବିଧାନସଭାରେ ଶାସକ ମେଣ୍ଟ ସରକାର ଗଠନ କରିବା ଲାଗି ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଛି। ସଂଖ୍ୟାବଳ ଆଧାରରେ ସରକାର ଗଠନ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳଙ୍କ ନିଷ୍ପତ୍ତି ଗ୍ରହଣ ହେବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ମେଣ୍ଟକୁ ସମର୍ଥନ କରୁଥିବା ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହେଉଛି। ସମସ୍ତ ବିଧାୟକଙ୍କୁ ଯେ କୌଣସି ପରିସ୍ଥିତିରେ ରାଜଧାନୀ ରାଞ୍ଚିରେ ରହିବାକୁ କୁହାଯାଇଥିଲା। ହେଲେ ବର୍ତ୍ତମାନ ଏହି ବିଧାୟକଙ୍କୁ ପଡୋଶୀ ଛତିଶଗଡ଼ ରାଜଧାନୀ ରାୟପୁର ପଠାଯାଇ ସାରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ସେ ପୁନର୍ବାର ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିପାରିବେ। 

Also Read: Jharkhand Politics: ମହରାଷ୍ଟ୍ର ଭଳି ବଦଳିଯିବ ରାଜ୍ୟର ରାଜନୈତିକ ସମୀକରଣ!

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଧାୟକ ପଦ ଲାଭଜନକ ପଦବୀ (Office of Profit) ମାମଲା କାରଣରୁ ରଦ୍ଦ ହେବାକୁ ଯାଉଛି। କାରଣ ରାଜଧାନୀ ରାଞ୍ଚିସ୍ଥିତ ଅନଗଡା ଠାରେ ତାଙ୍କ ନାମରେ ରହିଥିବା ୮୮ ଡେସିମିଲ କ୍ଷେତ୍ରଫଳ ବିଶିଷ୍ଟ ଏକ ପଥର ଖଣିକୁ ସେ ଲିଜ ଆକାରରେ ନେଇଥିଲେ। ଏହାକୁ ଲାଭଜନକ ପଦବୀ ଏବଂ ଜନ ପ୍ରତିନିଧୀ ଆଇନର ଉଲ୍ଲଂଘନ ମାମଲା ବୋଲି ଦର୍ଶାଇ ରାଜ୍ୟପାଳ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ରାଜ୍ୟପାଳ ଏହି ମାମାଲାରେ ନିର୍ବାଚନ ଆୟୋଗ ମତାମତ ଲୋଡିଥିଲେ। ଏହି ମାମାଲାରେ  ନିର୍ବାଚନ ଆୟୋଗ ଉଭୟ ଅଭିଯୋଗକାରୀ ଏବଂ ହେମନ୍ତ ସୋରେନଙ୍କୁ ନୋଟିସ ଜାରି କରି ଏହି ପ୍ରସଙ୍ଗରେ ସେମାନଙ୍କ ଜବାବ ଦାଖଲ କରିବାକୁ କହିଥିଲେ। ଉଭୟ ପକ୍ଷର ଜବାବ ଶୁଣାଣି ପରେ ନିର୍ବାଚନ ଆୟୋଗ ଅଗଷ୍ଟ ୨୫ ଗୁରୁବାର ରାଜ ଭବନକୁ ପଠାଇଥିବା ମନ୍ତବ୍ୟରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ପରାମର୍ଶ ଦେଇଥିଲେ।