ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ
Advertisement

ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

Best CM of India: ଇଣ୍ଡିଆ ଟୁଡେର ସର୍ଭେରେ ସର୍ବାଧିକ ୪୦ ପ୍ରତିଶତ ଲୋକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପସନ୍ଦ କରିଛନ୍ତି । ଆଉ ଲୋକମାନେ ସ୍ୱୀକାର କରିଛନ୍ତି ଯେ ସେ ସର୍ବୋତ୍ତମ କାର୍ଯ୍ୟ କରୁଛନ୍ତି ।

ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ନୂଆଦିଲ୍ଲୀ: Best CM of India: ଦେଶ ସହିତ ରାଜ୍ୟ ସରକାରଙ୍କ କାର୍ଯ୍ୟ ଜାଣିବା ଓ ବୁଝିବା ପାଇଁ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଇଛି । ଜାତୀୟ ଟିଭି ଚ୍ୟାନେଲ ଇଣ୍ଡିଆ ଟୁଡେ ସି ଭୋଟର ସହିତ ମିଶି ଏକ ସର୍ଭେ କରିଛି । ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ଓ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଦେଶର ଲୋକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କୁ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।

ଇଣ୍ଡିଆ ଟୁଡେର ସର୍ଭେରେ ସର୍ବାଧିକ ୪୦ ପ୍ରତିଶତ ଲୋକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପସନ୍ଦ କରିଛନ୍ତି । ଆଉ ଲୋକମାନେ ସ୍ୱୀକାର କରିଛନ୍ତି ଯେ ସେ ସର୍ବୋତ୍ତମ କାର୍ଯ୍ୟ କରୁଛନ୍ତି । ପୂର୍ବ ସର୍ଭେ ତୁଳନାରେ ଯୋଗୀଙ୍କ ଲୋକପ୍ରିୟତା ବଢ଼ିଛି । ଏଥି ସହିତ, ସର୍ଭେ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଦେଶର ଦ୍ୱିତୀୟ ପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ତାଙ୍କୁ ୨୨ ପ୍ରତିଶତ ଲୋକ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବ ସର୍ଭେ ତୁଳନାରେ କେଜ୍ରିୱାଲଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ତିନି ନମ୍ବରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଅଛନ୍ତି, ଯାହାଙ୍କୁ ଦେଶର ୯ ପ୍ରତିଶତ ଲୋକ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ତେବେ ପୂର୍ବ ସର୍ଭେ ତୁଳନାରେ ମମତାଙ୍କ ଲୋକପ୍ରିୟତା ମଧ୍ୟ ଏକ ପ୍ରତିଶତ ବଢ଼ିଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (MK Stalin) ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ୫ ପ୍ରତିଶତ ଲୋକ ଷ୍ଟାଲିନଙ୍କୁ ଜଣେ ଉତ୍ତମ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ (Jagan Mohan Reddy) ଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି । ପଞ୍ଚମ ସ୍ଥାନରେ ଅଛନ୍ତି । ଜଗନଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ୪ ପ୍ରତିଶତ ଭୋଟ୍ ମିଳିଛି । ଜଗନ୍ ମୋହନ ରେଡ୍ଡୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମଧ୍ୟ ପଞ୍ଚମ ସ୍ଥାନରେ ଅଛନ୍ତି । ନବୀନଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି । ଦେଶର ୪ ପ୍ରତିଶତ ଲୋକ ତାଙ୍କୁ ଜଣେ ଉତ୍ତମ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । 

ଅନ୍ୟପକ୍ଷେ ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ଓ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଓଡ଼ିଶାର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଏମ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ:-ରାଜୁ ଶ୍ରୀବାସ୍ତବଙ୍କୁ ଏପର୍ଯ୍ୟନ୍ତ ଆସିନାହିଁ ହୋସ୍, ସ୍ଥିତି ଗୁରୁତର; ଜାଣନ୍ତୁ କ'ଣ କହିଲେ ଡାକ୍ତର

ଏହା ବି ପଢ଼ନ୍ତୁ:-ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାପାଙ୍କୁ କହିଥିଲେ ସେ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ଲାଲୁଙ୍କ କ'ଣ ଥିଲା ପ୍ରତିକ୍ରିୟା

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ ପୂରଣ କଲେ ଅଶୋକ ଗେହଲୋଟଙ୍କ ଦାବି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବହୁତ ଖୁସ୍

 

ଓଡ଼ିଶାର ୭୮ ପ୍ରତିଶତ ଲୋକ ନବୀନ (Naveen Patnaik) ଙ୍କ ଦ୍ୱାରା ରାଜ୍ୟ ପାଇଁ କରାଯାଇଥିବା ବିକାଶ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମା (Himanta Biswa Sarma) ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ କାର୍ଯ୍ୟକୁ ୬୩ ପ୍ରତିଶତ ଲୋକ ପ୍ରଶଂସା କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (MK Stalin) ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ କାମକୁ ତାମିଲନାଡୁର ୬୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।