ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!
Advertisement
Article Detail0/zeeodisha/odisha1336328

ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!

Rajasthan Politics: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ କହିସାରିଛନ୍ତି ଯେ ସେ ରାଜସ୍ଥାନ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । କୁହାଯାଉଛି ଯେ ଜାତୀୟ ରାଜନୀତିରେ ସକ୍ରିୟ ରହିବାକୁ ସିଏମ ଗେହଲୋତଙ୍କ ଉପରେ ଚାପ ରହିଛି । ଏପରି ପରିସ୍ଥିତିରେ ଯଦି ଆବଶ୍ୟକ ହୁଏ, ସିଏମ୍ ଗେହଲୋତ ସଚିନ୍ ପାଇଲଟଙ୍କ ବଦଳରେ ନିଜର ଖାସ୍ ସମର୍ଥକଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ହାଇକମାଣ୍ଡଙ୍କ ନିକଟକୁ ପଠାଇ ପାରନ୍ତି ।

ଅଶୋକ ଗେହଲୋତଙ୍କ ପରେ ସଚିନ୍ ପାଇଲଟ୍ ନୁହେଁ, ଏହି ବ୍ୟକ୍ତି ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: Rajasthan Politics: ରାଜସ୍ଥାନରେ ସଚିନ ପାଇଲଟ (Sachin Pilot) ଙ୍କୁ ମୁଖ୍ୟମନ୍ତ୍ରୀ (Rajasthan CM) କରିବାର ଦାବି ପୁଣି ଥରେ ବଢ଼ିବାରେ ଲାଗିଛି । ପାଇଲଟ ସମର୍ଥକ ବିଧାୟକ ବେଦପ୍ରକାଶ ସୋଲାଙ୍କି, ରାମଖିଲାଡି ବୈରୱା ଏବଂ ଗିରାଜ ସିଂ ମାଲିଙ୍ଗାଙ୍କ ବୟାନ ପରେ ରାଜନୈତିକ କଳ୍ପନାଜଳ୍ପନାର ବଜାର ଗରମ ହୋଇଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Ashok Gehlot) ଙ୍କୁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ (Congress President) କରାଯିବ ବୋଲି କଳ୍ପନାଜଳ୍ପନା ମଧ୍ୟରେ ନୂତନ ରାଜନୈତିକ ସମୀକରଣ ଗଠନ ହେବାର ସଙ୍କେତ ମିଳୁଛି । ଚର୍ଚ୍ଚା ହେଉଛି ଯେ କଂଗ୍ରେସ ହାଇକମାଣ୍ଡ (Congress High Command) ଗେହଲୋତଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି । ଗେହଲୋତ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । କିନ୍ତୁ ସିଏମ୍ ଗେହଲୋତ ପ୍ରସ୍ତୁତ ନୁହଁନ୍ତି ବୋଲି କୁହାଯାଉଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ କହିସାରିଛନ୍ତି ଯେ ସେ ରାଜସ୍ଥାନ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । କୁହାଯାଉଛି ଯେ ଜାତୀୟ ରାଜନୀତିରେ ସକ୍ରିୟ ରହିବାକୁ ସିଏମ ଗେହଲୋତଙ୍କ ଉପରେ ଚାପ ରହିଛି । ଏପରି ପରିସ୍ଥିତିରେ ଯଦି ଆବଶ୍ୟକ ହୁଏ, ସିଏମ୍ ଗେହଲୋତ ସଚିନ୍ ପାଇଲଟଙ୍କ ବଦଳରେ ନିଜର ଖାସ୍ ସମର୍ଥକଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ହାଇକମାଣ୍ଡଙ୍କ ନିକଟକୁ ପଠାଇ ପାରନ୍ତି ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଗେହଲୋତ ରାଜସ୍ଥାନ ଛାଡ଼ନ୍ତି, ତେବେ ସେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ । ଗେହଲୋତ ଶିକ୍ଷା ମନ୍ତ୍ରୀ ବିଡି କଲ୍ଲା, UDH ମନ୍ତ୍ରୀ ଶାନ୍ତି ଧାରୀୱାଲ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ ନାମ ଆଗକୁ କରିପାରନ୍ତି । ସମସ୍ତ ୩ ନେତା ସିଏମ୍ ଗେହଲୋତଙ୍କ ଖାସ୍ ବୋଲି ମନେ କରାଯାଏ । ଶାନ୍ତି ଧାରୀୱାଲଙ୍କୁ ଗେହଲୋତ ସରକାର (Gehlot Government) ରେ ନମ୍ବର ୨ର ମନ୍ତ୍ରୀ ଭାବେ ବିବେଚନା କରାଯାଏ । ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗେହଲୋତ ବିଡି କଲ୍ଲାଙ୍କ ସହ ସମ୍ପର୍କ ରଖିଛନ୍ତି । ବିଡି କଲ୍ଲା ଲଗାତାର ଦୁଇଟି ନିର୍ବାଚନରେ ​​ହାରିଛନ୍ତି । ଏହା ସତ୍ତ୍ୱେ ସିଏମ ଗେହଲୋତ ପୁଣିଥରେ କଲ୍ଲାଙ୍କ ଟିକେଟ୍ ଦେଇଥିଲେ ଓ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଇଥିଲେ । ଗେହଲୋତ ବ୍ରାହ୍ମଣ ଚେହେରା ଉପରେ ମଧ୍ୟ ଗୋଟି ଚାଲିପାରେ । ରଘୁ ଶର୍ମା ବର୍ତ୍ତମାନ ତାଙ୍କର ପସନ୍ଦ ଭାବରେ ଉଭା ହେଉଛନ୍ତି । ତେବେ ରଘୁ ଶର୍ମାଙ୍କ ଉପରେ ସଚିନ୍ ପାଇଲଟଙ୍କ ସମର୍ଥକ ହେବାର ଅଭିଯୋଗ ରହିଛି । 

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଗେହଲୋତ କ୍ୟାମ୍ପର ସଦସ୍ୟ ଭାବେ ବିବେଚିତ ଏସସି କମିଶନର ଅଧ୍ୟକ୍ଷ ଖିଲାଡ଼ି ଲାଲ ବୈରୱା ଏପରି ଏକ ବୟାନ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଯେ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍ । ସିଏମ ଅଶୋକ ଗେହଲୋତଙ୍କୁ କଂଗ୍ରେସ ଅଧ୍ୟକ୍ଷ (Congress President) କରାଯିବା ଉଚିତ୍ । ଦଳକୁ ବର୍ତ୍ତମାନ ଫେରାଇବାର ସମୟ ଆସିଛି ବୋଲି ବୈରୱା କହିଛନ୍ତି । ଖିଲାଡି ଲାଲ ବେୟାରୱାଙ୍କ ପରେ ବିଏସପିରୁ କଂଗ୍ରେସରେ ଯୋଗ ଦେଇଥିବା ବିଧାୟକ ଗିରାଜ ସିଂ ମାଲିଙ୍ଗା ଓ ସଚିନ ପାଇଲଟ ମଧ୍ୟ ଇସାରା ଇସାରାରେ ବୈରୱାଙ୍କ କଥାକୁ ସମର୍ଥନ କରିଛନ୍ତି । ବୈରୱା କହିଛନ୍ତି ଯେ, ଅଶୋକ ଗେହଲୋତ ଜଣେ ପୁରୁଣା ନେତା ଯିଏ ୪୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଅଛନ୍ତି ଓ ବର୍ତ୍ତମାନ ଗେହଲୋତ ନିଜେ ପରିବର୍ତ୍ତନ ବିଷୟରେ କହିବା ଉଚିତ ଏବଂ ଦ୍ୱିତୀୟ ଲାଇନ ପ୍ରସ୍ତୁତ କରି ଆଗକୁ ପଠାଇବା ବିଷୟରେ ଚିନ୍ତା କରିବା ଉଚିତ । ଏଥିରେ କୌଣସି ଜଣେ ନେତା କ୍ଷମତା ଫେରାଇ ପାରିବେ ନାହିଁ । ଏଭଳି ପରିସ୍ଥିତିରେ ଗୁର୍ଜର, ମୀନା, ଏସସି, ବ୍ରାହ୍ମଣ, ଜାଟ, ରାଜପୁତଙ୍କ ସମେତ ବିଭିନ୍ନ ଜାତିର ଲୋକ ପ୍ରତ୍ୟେକଙ୍କୁ ପ୍ରସ୍ତୁତ କରି ଆଗ ଧାଡ଼ିରେ ପଠାଇବାକୁ ପଡ଼ିବ ।

ଏହା ବି ପଢ଼ନ୍ତୁ:-୨୫ ଜଣଙ୍କୁ ଛୁରୀ ମାଡ଼, ୧୦ ଜଣଙ୍କର ମୃତ୍ୟୁ, ୧୫ ଗୁରୁତର

ଏହା ବି ପଢ଼ନ୍ତୁ:-ଓଡ଼ିଶା ଜଗରନଟ୍ସ ଜିତିଲା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜିନର ଟାଇଟଲ୍, ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୦୨୦ରେ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ହିଁ ରାଜସ୍ଥାନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ସମୟକ୍ରମେ ବୃଦ୍ଧି ପାଇଛି । ତେବେ ସିଏମ ଗେହଲୋତ ସ୍ପଷ୍ଟ କରିଛନ୍ତି ଯେ, ସେ ରାଜସ୍ଥାନ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ନିକଟ ଅତୀତରେ ତାଙ୍କ ଯୋଧପୁର ଗସ୍ତ ସମୟରେ ସେ କହିଥିଲେ ଯେ, ସେ ରାଜସ୍ଥାନରୁ ବାହାରକୁ ଯିବେ ନାହିଁ । ଏହାର ଜବାବରେ ସଚିନ ପାଇଲଟ କହିଛନ୍ତି ଯେ, ରାଜନୀତିରେ ଯାହା ଘଟେ ତାହା ଦେଖାଯାଏ ନାହିଁ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଲିଥିବା ରାଜନୈତିକ ବାକ୍ ଯୁଦ୍ଧ ନୂଆ ସମୀକରଣ ଗଠନ କରିବାର ସଙ୍କେତ ଦେଖାଉଛି ।