Karnataka: ଗଣେଶ ପୂଜା ପେଣ୍ଡାଲରେ ପଶିଲେ ସାବରକର, ସରଗରମ ହୋଇଉଠିଲା ରାଜନୀତି
Advertisement
Article Detail0/zeeodisha/odisha1330582

Karnataka: ଗଣେଶ ପୂଜା ପେଣ୍ଡାଲରେ ପଶିଲେ ସାବରକର, ସରଗରମ ହୋଇଉଠିଲା ରାଜନୀତି

Karnataka Politics: ଗଣେଶ ପୂଜା ପେଣ୍ଡାଲରେ ବୀର ସାବରକରଙ୍କ ପୋଷ୍ଟର ରଖିବାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଗୁରୁବାର ଏକ ଦକ୍ଷିଣପନ୍ଥୀ ଗୋଷ୍ଠୀ ଗଣେଶ ପୂଜା ସମୟରେ ଗଣେଶ ମୂର୍ତ୍ତି ପାଖରେ ବୀର ସାବରକରଙ୍କ ଫଟୋ ସ୍ଥାପନ କରିଥିଲେ।

 

Karnataka: ଗଣେଶ ପୂଜା ପେଣ୍ଡାଲରେ ପଶିଲେ ସାବରକର, ସରଗରମ ହୋଇଉଠିଲା ରାଜନୀତି

Veer Savarkar at Ganesh Pandal: ଇଦଗାହ ​ମଇଦାନ ଠାରେ ଗଣେଶ ପୂଜା ଆୟୋଜନ କରିବାକୁ ନେଇ ବିବାଦ ଥମିନଥିବା ବେଳେ ଗଣେଶ ପୂଜା ପେଣ୍ଡାଲରେ ବୀର ସାବରକରଙ୍କ ପୋଷ୍ଟର ରଖିବାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଗୁରୁବାର ଏକ ଦକ୍ଷିଣପନ୍ଥୀ ଗୋଷ୍ଠୀ ଗଣେଶ ପୂଜା ସମୟରେ ଗଣେଶ ମୂର୍ତ୍ତି ପାଖରେ ବୀର ସାବରକରଙ୍କ ଫଟୋ ସ୍ଥାପନ କରିଥିଲେ। ସଦ୍ୟ ବୀର ସାବରକରଙ୍କୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ଏହା ପୂର୍ବରୁ ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଲିକେ ପକ୍ଷରୁ କୁହାଯାଇ ଥିଲା ଯେ  ସହରର ସମସ୍ତ ଗଣେଶ ପୂଜା ମଣ୍ଡପରେ ବୀର ସାବରକରଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷ୍ଟର ଲଗାଯିବ। ଇଦଗାହ ମୈଦାନ ଠାରେ ଗଣେଶ ପୂଜା ଆୟୋଜନ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଅନୁମତି ପ୍ରଦାନ କରିବା ପରେ କଡ଼ା  ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଧବାର ଏଠାରେ ଥିବା ଇଦଗାହ ପଡିଆ ଠାରେ ଗଣେଶ ପୂଜା ପାଇଁ ବହୁ ରାଜନେତା ତଥା ଭକ୍ତ ଏକତ୍ରୀତ ହୋଇଥିଲେ।

ବେଙ୍ଗାଲୁରୁ ମହାନଗର ଗଣେଶୋତ୍ସବ ସମିତି (Bengaluru Mahanagar Ganeshotsava Samiti) ସୋମବାର ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଲିକେ (Bruhat Bengaluru Mahanagara Palike) ବିବିଏମପି (BBMP) ମୁଖ୍ୟ କମିଶନର ତୁଷାର ଗିରିନାଥଙ୍କୁ ଭେଟି ଗଣେଶ ମହୋତ୍ସବ ଆୟୋଜନ (Ganesh Mahotsav) ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅନୁରୋଧ ଜଣାଇଥିଲା। ଗଣେଶୋତ୍ସବ ସମିତି ସଦସ୍ୟ ପ୍ରକାଶ ରାଜୁ କହିଛନ୍ତି ଯେ ସେପ୍ଟେମ୍ବର ୨, ୩, ୪, ୯, ୧୦, ୧୧ ତାରିଖରେ ଗଣେଶ ଶୋଭାଯାତ୍ରା (Ganesh Mahotsa Procession) ଆୟୋଜନ କରାଯିବ। ପ୍ରାୟ ସମସ୍ତ ପୂଜା ମଣ୍ଡପରେ (Ganesh Puja Mandap) ବିନାୟକ ଦାମୋଦର ସାବରକରଙ୍କ (Vinayak Damodar Savarkar) ଫଟୋ ଲଗାଯିବ। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣ କରିବା ପାଇଁ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବ୍ୟାନର ପୋଷ୍ଟର ଲଗାଯିବ।

Also Read: Karnataka: ହାଇକୋର୍ଟ ନିର୍ଦ୍ଦେଶ ପରେ ଇଦଗାହ ମୈଦାନ ଠାରେ ପାଳିତ ହେବ ଗଣେଶ ଉତ୍ସବ

ଅଗଷ୍ଟ ୩୧ ତାରିଖ ବୁଧବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୁବଲି ଇଦଗାହ ମଇଦାନ (Hubli Idgah Maidan) ଠାରେ ଗଣେଶ ମହୋତ୍ସବ ଆୟୋଜନ ଆରମ୍ଭ ହୋଇଥିଲା। ବୈଦିକ ମନ୍ତ୍ରୋଚାରଣ ସହିତ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ (Shriram Sena Founder Pramod Muthalik) ଭଗବାନ ଗଣେଶଙ୍କ (Lord Ganesh) ବିଶେଷ ଉପାସନା କରିଥିଲେ। ଏହି ସମୟରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ (Lokmanya Bal Gangadhar Tilak) ଏବଂ ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକରଙ୍କ (Hindutva Vicharak Vinayak Damodar Savarkar) ଫଟୋ ପୂଜା ମଣ୍ଡପରେ ଭଗବାନ ଗଣେଶଙ୍କ ପ୍ରତିମା ସହିତ ଦେଖିବାକୁ ମିଳିଥିଲା।

Also Read: Supreme Court: ଇଦଗାହା ମଇଦାନ ଠାରେ ଗଣେଶ ଉତ୍ସବ ଆୟୋଜନକୁ ଏହି ନିର୍ଦ୍ଦେଶ ଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ

ହୁବଲି ଧାରୱାଡ଼ ନଗର ନିଗମ (Hubli Dharwad Municipal Corporation) ପକ୍ଷରୁ ଅନୁମତି ପ୍ରଦାନ କରାଯିବା ପରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଇଦଗାହ ମଇଦାନ ଠାରେ ଭଗବାନ ଗଣେଶଙ୍କ ପ୍ରତିମା ରହିବ। ଅପରପକ୍ଷେ, ଗଣେଶ ମହୋତ୍ସବ ଶେଷ ନ ହେବା ପର୍ଯ୍ୟନ୍ତ ଅନ୍ୟ ଯେପରି ଚାମରାଜପେଟ୍ ଇଦଗାହ ମଇଦାନ (Chamrajpet Idgah Maidan) ଠାରେ ଉପସ୍ଥିତ ନ ରୁହେ ସେ ନେଇ ସେଠାରେ ଭାରୀ ପୋଲିସ ବଳ ନିୟୋଜିତ କରାଯାଇଛି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ କାହାକୁ ଏଠାରେ ଶାନ୍ତି ଭଙ୍ଗ କରିବାକୁ ଦେବୁ ନାହିଁ। ଏଠାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯିବ।