Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ନ୍ୟାୟର ଦେବତା ଶନିଦେବ ମାର୍ଚ୍ଚ ୨୯ ତାରିଖରେ କୁମ୍ଭ ରାଶିରୁ ବାହାରି ମୀନକୁ ଚଳନ କରିବେ। ଶନି ଜୁନ୍ ୩, ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଶନିଙ୍କ ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ହେବ। ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଧନୀ ହେବା ସହିତ ଅକାଳ ଦୁର୍ଘଟଣାର ସାମ୍ନା କରି ନଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଚଳନ କେଉଁ ରାଶିଙ୍କ ଭାଗ୍ୟ ବଦଳାଉଛି।...
କନ୍ୟା: ଶନିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। କୌଣସି ଭଲ ସଂସ୍ଥାରୁ ଚାକିରି ଅଫର ବା ଫୋନ୍ କଲ୍ ଆସିପାରେ। କର୍ମ-କ୍ଷେତ୍ରରେ ଲାଗି ରହିଥିବା ବିବାଦ ଅନ୍ତ ଘଟିବ। ସରକାରୀ ଚାକରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଘରେ ଖୁସିର ମାହୋଲ୍ ଲାଗି ରହିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ ଭଲ ରେଜଲ୍ଟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତା ସହ ଦୂରଯାତ୍ରା କରିବେ। ସେୟାର ମାର୍କେଟ୍ ରୁ ଲାଭ ପାଇବେ।
ट्रेन्डिंग फोटोज़