Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2595036

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-ଓଡି଼ଶାରେ ରାଷ୍ଟ୍ରପତି ଦୈପ୍ରଦୀ ମୁର୍ମୁ। ଗତକାଲି ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମହାମହିମ ଆଜି  ପ୍ରବାସୀ ଭାରତୀୟ ଦିବସ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସମାରୋହରେ ପ୍ରବାସୀଙ୍କ ସମ୍ପର୍କରେ ଅଭିଭାଷଣ ରଖିବା ସହିତ  ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ  ପୁରସ୍କୃତ କରିବେ। 
 
 
2-ରାଜ୍ୟରେ ଜାରି  ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ପାରଦ ୬ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି। ଏ-ଠାରେ ରାତି ତାପମାତ୍ରା  ୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ୮ ସହରର ପାରଦ ୧୦ ଡିଗ୍ରୀ  ତଳେ ରହିଛି। ତଥାପି  ୨ଦିନ ପରେ ଶୀତ କମିଯିବ। ରାତିର ତାମପାତ୍ରା ୨ ରୁ ୪ ଡିଗ୍ରୀ ବଢିବ  ବୋଲି ପାଣିପାଗ ବିଭାଗ କହିଛି। ପାଣିପାଗ  ବିଭାଗ ଆକଳନ କରୁଛି,ଶନିବାର ଯାଏଁ  ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ରବିବାର ଠାରୁ  ୨ ରୁ ୪ଡିଗ୍ରୀ ବଢିବ। ଏହା ପ୍ରଭାବରେ ଶୀତ କମିବ।
 
 
3- ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଗାମୀ ଦିନରେ ଚାଷ ଉପରେ ପଡିବ। ଜଳବାୟୁ ପରିବର୍ତ୍ତନର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଏଥି ଯୋଗୁ ହିମଖଣ୍ଡ ତରଳିବା, ସମୁଦ୍ର ପତ୍ତନ ବୃଦ୍ଧି ପାଇବା, ଅସହ୍ୟ ଗ୍ରୀଷ୍ମପ୍ରଭାବ, ପାରଦ ଖସିବା, ଅନିୟମିତ ବର୍ଷା, ବାତ୍ୟା ଓ ବନ୍ୟା ଭଳି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। କେଉଁଠି ସ୍ୱଳ୍ପ ବୃଷ୍ଟି ତ ଆଉ କେଉଁଠି ଅତ୍ୟଧିକ ବର୍ଷା ଫଳରେ ଚାଷ କ୍ଷତିଗ୍ରସ୍ତ ହେଉଛି। ଭାରତରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡୁଛି। ଜଳବାୟୁ ପରିବର୍ତ୍ତନ ପାଇଁ ଭାରତର ଧାନ ଏବଂ ଗହମ ଉତ୍ପାଦନ ୬ ରୁ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି। ଜଳବାୟୁ ସ୍ଥିର କୃଷିରେ ଜାତୀୟ ଉଦ୍ଭାବନର ଆକଳନ ଅନୁଯାୟୀ ୨୧୦୦ ମସିହା ସୁଦ୍ଧା ଗହମ ଉତ୍ପାଦନ ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। 
 
4-ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ  ଜନଅଭିଯୋଗ ଶୁଣାଣୀ ବନ୍ଦ ରହିବ।  ସେହିଦିନ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ  ଅଭିଯୋଗ ଶୁଣାଣୀ ବନ୍ଦ ରହିବ ବୋଲି ଜଣାପଡିଛି। 
 
 
5-ଆଜିଠୁ ରାଜସ୍ଥାନ ଗସ୍ତରେ ଉପମଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡା। ୧୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଗସ୍ତରେ ସେ ରହିବେ।  ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଅନୁଷ୍ଠିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବେ। 
 
 
6-ଶିଘ୍ର ଭାରତରେ ଚାଲିବ ୧୨୦୦ ବର୍ଷ ପାଓ୍ବାର (ଏଚପି)  ହାଇଡ୍ରୋଜେନ୍ ଟ୍ରେନ୍ ।  ଏବେ ଏହି ଟ୍ରେନ୍  ମାତ୍ର ୪ଟି ଦେଶରେ ଚାଲିଛି।  ହେଲେ ସେହି ଦେଶ ଗୁଡିକରେ ୫୦୦ ରୁ ୬୦୦  ଏଚପି-ର ଟ୍ରେନ୍ ଚାଲୁଛି।  ମାତ୍ର ଭାରତରେ ଗଡିବାକୁ ଥିବା ଏହି ଟ୍ରେନ୍  ବିଶ୍ବର ସର୍ବାଧିକ କ୍ଷମତା ସମ୍ପନ୍ନ ଟ୍ରେନ୍  ହେବ। ଆମ ଦେଶର ଦକ୍ଷ ଇଂଜିନିୟରମାନେ ଏହାକୁ ପ୍ରସ୍ତୁତ କରି ଆମର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରବାସୀ ଭାରତୀୟ ଦିବସର ବୈଜ୍ଞାନିକ ଅଧିବେଶନରେ କହିଛନ୍ତି ରେଳମନ୍ତ୍ରୀ। 
 
 
7-ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍ । ୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ। ଆଉ ମିଳିବନି ରାସନ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସୂଚନା ଅନୁସାରେ, ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ବାହାରେ ଥିବା ହିତାଧିକାରୀମାନେ ମଧ୍ୟ ଇ-କେୱାଇସି କରିଛନ୍ତି। 
 
 
8-ଓଡି଼ଶା ସେକେଣ୍ତାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା  ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ।  ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ୧୮୩ ଟି କେନ୍ଦ୍ରରେ  ଚୟନ କରାଯାଇଛି। 
 
 
9-କୁହୁଡି  କବଳରେ ଦେଶର ରାଜଧାନୀ ନୂଆଦିଲ୍ଲୀ। ଆଜି ସକାଳେ ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ଯେପରିକି ଗାଜିଆବାଦ, ନୋଏଡାରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଯାହା ଫଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। 
 
 
10- ନୟାଗଡ଼ରେ ଭୟଙ୍କର ଦୁର୍ଘଟଣା । କାଳୀଜାଇ  ଯିବା ବାଟରେ  ଘଟିଛି ବଡ଼ ଅଘଟଣ । ବ୍ରିଜ ତଳକୁ ଖସିପଡ଼ିଛି ଏକ ଯାତ୍ରୀବାହୀ ବସ୍ । ଫଳରେ ଜଣଙ୍କ ମୃତ୍ୟୁହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।